NDCB Photograph: (sambad.in)
ନବରଙ୍ଗପୁର: ଚାଷୀଙ୍କୁ ହାତ ପାଆନ୍ତାରେ ଋଣ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ଜିଲ୍ଲାରେ ୭୮ନୂତନ ଲ୍ୟାମ୍ପସ୍ ଘୋଷଣାକୁ ଇତିମଧ୍ୟରେ ୨ବର୍ଷ ବିତିଯାଇଛି। କିନ୍ତୁ ଏଯାଏଁ ଗୋଟିଏ ହେଲେ ଲ୍ୟାମ୍ପସ ସ୍ବୟଂ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଆଉ ଗୋଟିଏ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ଚାଷୀଙ୍କ ପାଇଁ ନେଇଛନ୍ତି। ୧୩ଟି ଜିଲ୍ଲାସଦରମକୁମାରେ ନୂଆ ଜିଲ୍ଲା ସମବାୟ ବ୍ୟାଙ୍କ ସ୍ଥାପନ କରିବାକୁ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୮ଟି ଜିଲ୍ଲାର ସମବାୟ ବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ(ସିଇଓ) ମାନଙ୍କୁ ଚିଠି ଆସିଛି। ଏହି କ୍ରମରେ ଅଭିବକ୍ତ କୋରାପୁଟଜିଲ୍ଲାର ୩ଟି ଜିଲ୍ଲା ନବରଙ୍ଗପୁର, ମାଲକାନଗିରୀ ଓ ରାୟଗଡ଼ାରେ ନୂଆ ଜିଲ୍ଲାସମବାୟ ବ୍ୟାଙ୍କ ସ୍ଥାପନ ହେବ ବୋଲି କହିଛନ୍ତି କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା ସମିତିର ସଭାପତି ଇଂ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ।
କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିନରେ ଏହି ତିନି ଜିଲ୍ଲାରେ ତିନୋଟି ଜିଲ୍ଲାସମବାୟ ବ୍ୟାଙ୍କ କିଛି ବର୍ଷ ଚାଳିବ। ତାପରେ ନୂଆ ଜିଲ୍ଲା ସମବାୟ ବ୍ୟାଙ୍କ ଗୁଡିକର ଅନୁସଙ୍ଗିକ ଭିତ୍ତିଭୂମି , କର୍ମଚାରୀ ନିଯୁକ୍ତି ଆଦି ହେବା ପରେ ସ୍ବୟଂ ସିଦ୍ଧ ହେବ। ତେବେ ଏହା ପୂର୍ବରୁ ଅଭିବକ୍ତ କୋରାପୁଟଜିଲ୍ଲାକୁ ନେଇ ଥିବା କେସିସିବି (କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ) ତାହା ପରିଚାଳନା ବୋର୍ଡ ବୈଠକ କରି ଏହାକୁ ଅନୁମୋଦନ କରିବାକୁ ପଡ଼ିବ।
କେସିସିବିରେ ଏବେ ୫୧ପ୍ରତିଶତ ଅଂଶୀଦାର ଗ୍ରାହକ ଓ ୪୯ପ୍ରତିଶତ ସରକାର ରହିଛନ୍ତି। ତେଣୁ ପରିଚାଳନା କମିଟି ବୈଠକ ପରେ ନୂଆ ଜିଲ୍ଲା ସମବାୟ ବ୍ୟାଙ୍କ ଗୁଡିକ କାର୍ଯ୍ୟକାରୀ ହେବ। ଯେହେତୁ ନୂଆ ବ୍ୟାଙ୍କରେ କର୍ମଚାରୀ ଓ ଅନୁସଙ୍ଗିକ ତଥା ବୈଷୟିକ ଭିତ୍ତିଭୂମି ନଥିବାରୁ ସେ ସବୁ କେସିସିବି ଜରିଆରେ ହେବ। ପରବର୍ତ୍ତୀ ସମୟରେ କେସିସି ବ୍ୟାଙ୍କର ବିଭିନ୍ନ ଜିଲ୍ଲାର ଗ୍ରାହକଙ୍କୁ ଜିଲ୍ଲାୱାରୀ ନିଜ ନିଜ ଜିଲ୍ଲାର ସମବାୟ ବ୍ୟାଙ୍କକୁ ସ୍ଥାନାନ୍ତର କରାଯିବ। ଏହା ଦ୍ବାରା ଚାଷୀ ମାନେ ବିଶେଷ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେସିସି ବ୍ୟାଙ୍କ ପରିଚାଳନା କମିଟି ସଭାପତି ଇଂ ପାଣିଗ୍ରାହୀ। ଗତ ଦୁଇ ବର୍ଷ ତଳେ ଜିଲ୍ଲାରେ ନୂଆ ୭୮ଟି ଲ୍ୟାମ୍ପସକୁ ଅନୁାମୋଦନ କରାଯାଇଛି।
ଏହି ନୂଆ ଲ୍ୟାମ୍ପ ଗୁଡିକ ବ୍ଲକରେ ଥିବା ପୁରୁଣା ଲ୍ୟାମ୍ପସ ମାଧ୍ୟମରେ ଚାଳିଛି ବୋଲି କହିଛନ୍ତି ଇଂ.ପାଣିଗ୍ରାହୀ। ତେବେ ପ୍ରଶାସନ ୨ଏକର ଜମି ଯୋଗାଇଲେ ନୂଆ ଲ୍ୟାମ୍ପସର ଭିତ୍ତିଭୂମି ତିଆରି କରି ସେଠାରେ ଚାଳିବ ବୋଲି କହିଛନ୍ତି ଇଂ.ପାଣିଗ୍ରାହୀ। ଏହା ସହ ଏହି ୭୮ଟି ଲ୍ୟାମ୍ପର କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ହୋଇପାରିନି। ଏବେ ନୂଆ ଜିଲ୍ଲାସମବାୟ ବ୍ୟାଙ୍କ ସହ ଏହି ୭୮ଟି ଲ୍ୟାମ୍ପର କର୍ମଚାରୀ ନିଯୁକ୍ତି ରାଜ୍ୟ ସମବାୟ ବିଭାଗ ପକ୍ଷରୁ କରାଗଲେ ନୂଆ ନିଜସ୍ବ ଲ୍ୟାମ୍ପ ସହ ନୂଆ ଜିଲ୍ଲା ସମବାୟ ବ୍ୟାଙ୍କ ବି ଆରମ୍ଭ ହୋଇ ପାରିବ ବୋଲି କହିଛନ୍ତି ଇଂ.ପାଣିଗ୍ରାହୀ। ନୂଆ ବ୍ୟାଙ୍କ ସ୍ଥାପନ କ୍ଷେତ୍ରରେ କେସିସିବି ସମ୍ପୁର୍ଣ୍ଣ ରୁପେ ସବୁ ରକମର ସହଯୋଗ ଯୋଗାଇ ଦେବ ବୋଲି କହିଛନ୍ତି ଇଂ. ପାଣିଗ୍ରାହୀ।
Nabarangpur
Follow Us