ମାଓ ସଙ୍ଗଠନର ନୂତନ ସାଧାରଣ ସମ୍ପାଦକ

ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ। ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ନେଇ ସୂଚନା ରହିଛି। କୁଖ୍ୟାତ ମାଓବାଦୀ ବାସବରାଜୁଙ୍କ ମୃତ୍ଯୁ ପରେ ଖାଲି ପଡ଼ିଥିଲା ପଦବି।

New Project (11)

ଭୁବନେଶ୍ବର: ଥିପୁରି ତିରୁପତିଙ୍କ କାନ୍ଧରେ ମାଓ ସଙ୍ଗଠନ ଦାୟିତ୍ୱ। ଥିପୁରି ତିରୁପତି ଓରଫ ଦେବୁଜୀ ସଙ୍ଗଠନର ସାଧାରଣ ସମ୍ପାଦକ ନିଯୁକ୍ତି ନେଇ ସୂଚନା ରହିଛି। କୁଖ୍ୟାତ ମାଓବାଦୀ ବାସବରାଜୁଙ୍କ ମୃତ୍ଯୁ ପରେ ଖାଲି ପଡ଼ିଥିଲା ପଦବି। ସେ ତିରୁପତି, ଦେବୁଜି, କୁମା ଦାଦା, ଚେତନ ପରି ଅନେକ ନାଁରେ ପରିଚିତ। 

ଥିପୁରି ତିରୁପତି ମାଓବାଦୀଙ୍କ ସେଣ୍ଟ୍ରାଲ ମିଲିଟାରୀ କମାଣ୍ଡ ମୁଖ୍ଯ ଦାୟିତ୍ୱରେ ଥିଲେ। ସେ କେନ୍ଦ୍ରୀୟ କମିଟି ସଦସ୍ୟ,  ପଲିଟ ବ୍ଯୁରୋ ସଦସ୍ଯ,  ସେଣ୍ଟ୍ରାଲ ରିଜିଓନାଲ ବ୍ଯୁରୋ ସଦସ୍ଯ ଥିଲେ। କମ୍ଯୁନିକେସନ ଇନଚାର୍ଜ ସହ ଦକ୍ଷିଣ ସବ ଜୋନାଲ ବ୍ଯୁରୋ ଦାୟିତ୍ବରେ ବି ଥିଲେ ସେ। 

ତେଲେଙ୍ଗାନା ଜଗତିଆଲ ଜିଲ୍ଲାର ନିବାସୀ ହେଉଛନ୍ତି ତିରୁପତି। ୩ ଦଶକ ଧରି ସଂଗଠନ ସହ ଜଡ଼ିତ ୬୫ ବର୍ଷ ବୟସ୍କ ତିରୁପତି। ସେ ୨୦୧୦ ଦାନ୍ତେୱାଡା ୬୫ ସିଆରପିଏଫ୍ ଯବାନଙ୍କ ହତ୍ଯାକାଣ୍ଡ ଘଟଣାର ମାଷ୍ଡରମାଇଣ୍ଡ।  ଏହାଛଡ଼ା ୨୦୦୭ ରାଣୀବୋଦଲି ୫୫ ଯବାନଙ୍କ ହତ୍ଯା ଘଟଣାରେ ବି ସେ ସମ୍ପୃକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe