ନୂଆଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଉ କିଛି ସମୟ ପରେ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ। ସେଥୂପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ।

samalei8

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଉ କିଛି ସମୟ ପରେ ମା’ ସମଲେଇଙ୍କ ମନ୍ଦିରରେ ନୂଆ ଧାନ ପହଞ୍ଚିବ। ସେଥୂପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।  ବଲବସପୁର ଗ୍ରାମର ସୁବାସ ବେହେରା ନୂତନ ଧାନ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ।

ଗତ ବର୍ଷ ମଧ୍ୟ ଶ୍ରୀ ବେହେରା ମନ୍ଦିରକୁ ଧାନ ପ୍ରଦାନ କରିଥିଲେ। ମା’ଙ୍କ ମନ୍ଦିରକୁ ପ୍ରଦାନ କରାଯାଉଥିବା ଧାନ ଚାଷ ନିମନ୍ତେ ସ୍ଵତନ୍ତ୍ର ଭାବେ ଶ୍ରୀ ବେହେରା ଏହାର ଚାଷ କରିଥାନ୍ତି। ଯେପରି କୌଣସି ଚଢ଼େଇ ଉକ୍ତ ଧାନ ନ ଖାଇବେ ସେଥ୍‌ପାଇଁ ସେ ସ୍ଵତନ୍ତ୍ର ବ୍ୟବସ୍ଥା କରିଥାନ୍ତି। ମନ୍ଦିରରେ ଧାନ ପହଞ୍ଚିବା ପରେ ମନ୍ଦିରରେ ନୀତିକାନ୍ତି ପୂର୍ବକ ପୂଜାର୍ଚ୍ଚନା କରାଯିବା କାର୍ଯ୍ୟକ୍ରମ ରହିଛି। ପରେ ଏହି ଧାନରୁ ପୂଜକମାନେ ନିଷ୍ଠାର ସହିତ ଚାଉଳ ସଂଗ୍ରହ କରିବା ସହିତ ସେଥୁରୁ ନବାନ୍ନ ପ୍ରସ୍ତୁତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe