ପଞ୍ଚାୟତ ଗଠନ ପାଇଁ ଦାବି ଉଠିଲା

କୁରୁମିଙ୍ଗିଆ ପଞ୍ଚାୟତ ଗଠନ ଦାବି ନେଇ ମଙ୍ଗଳବାର ଏକ ବୈଠକ ରାଇପଦା ଠାରେ ଅନୁଷ୍ଠିତ ହୋଇଯାଇଛି। ୨୦ଟି ୱାର୍ଡ ବିଶିଷ୍ଟ କଳିଙ୍ଗା ପଞ୍ଚାୟତରେ ପୂର୍ବ ଭୋଟର ତାଲିକା ଅନୁଯାୟୀ ୫୮୯୦ ଭୋଟର ଥିବା ସହ ବ୍ଲକର ସବୁଠାରୁ ବଡ ପଞ୍ଚାୟତ ହେଉଛି  କଳିଙ୍ଗା।

Panchayat meeting

Panchayat meeting Photograph: (Sambad )

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତକୁ ବିଭାଜନ କରି ନୂତନ ଭାବେ କୁରୁମିଙ୍ଗିଆ ପଞ୍ଚାୟତ ଗଠନ ଦାବି ନେଇ ମଙ୍ଗଳବାର ଏକ ବୈଠକ ରାଇପଦା ଠାରେ ଅନୁଷ୍ଠିତ ହୋଇଯାଇଛି। ୨୦ଟି ୱାର୍ଡ ବିଶିଷ୍ଟ କଳିଙ୍ଗା ପଞ୍ଚାୟତରେ ପୂର୍ବ ଭୋଟର ତାଲିକା ଅନୁଯାୟୀ ୫୮୯୦ ଭୋଟର ଥିବା ସହ ବ୍ଲକର ସବୁଠାରୁ ବଡ ପଞ୍ଚାୟତ ହେଉଛି  କଳିଙ୍ଗା। ଏହି ପଞ୍ଚାୟତକୁ ବିଭାଜନ କରି ସୂଜେଲି, ରେଟୁଡ଼ି, କୁର୍ମିଙ୍ଗିଆ, ନନ୍ଦଗିରି, ପିଡିକାମାହା, ଗମ୍ଭାରିଗୁଡ଼ା, ସୁରାଦେଇ, ମାଲାଙ୍ଗାସୁଗା, ପୁକୁଲିଙ୍ଗିଆ ଓ ପାଜିମାହା ଗ୍ରାମ ଗୁଡ଼ିକର ପାଖାପାଖି ୨୫୦୦ରୁ ଊଦ୍ଧ୍ବ ଭୋଟରଙ୍କୁ ନେଇ ରାଇପଦା ନିକଟରେ ଏକ ନୂତନ ପଞ୍ଚାୟତ ଗଠନ କରି ତାର ନାମକରଣ କୁରୁମିଙ୍ଗିଆ ଗ୍ରାମପଞ୍ଚାୟତ କରାଯିବା ନେଇ ଏହି ସମସ୍ତ ଗ୍ରାମର ଜନସାଧାରଣ ଏକତ୍ରିତ ହୋଇ ଦାବି ଉପସ୍ଥାପନ କରିଥିଲେ।

ଘୁ.ଉଦୟଗିରି ବ୍ଲକର କଳିଙ୍ଗା ଏକ ସବୁଠାରୁ ବଡ଼ ଓ ଅଧିକ ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତ ଏବଂ ଉକ୍ତ ଗ୍ରାମ ଗୁଡ଼ିକ ସର୍ବନିମ୍ନ ୬ କିଲୋମିଟର ଠାରୁ ସର୍ବାଧିକ ୯ କିଲୋମିଟର ମଧ୍ୟରେ ଅବସ୍ଥିତ ଯାହାଫଳରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ନିରୀହ ଜନସାଧାରଣ ନିକଟରେ ପହଞ୍ଚି ପାରୁନି ଏବଂ ଗ୍ରାମ ଗୁଡ଼ିକର ମଧ୍ୟ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇପାରୁନି। ବିଶେଷ କରି ଏହି ଗ୍ରାମ ଗୁଡ଼ିକ ମୁଖ୍ୟ ରାସ୍ତା ଠାରୁ ବହୁତ୍ ଭିତରେ ରହିଥିବା କାରଣରୁ ବୃଦ୍ଧା ବାପା-ମାଆମାନେ ଭତ୍ତା ଓ ରାସନ୍ ଆଣିବା ସମସ୍ୟାର ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଉକ୍ତ ସମସ୍ୟା ବିଷୟରେ ସ୍ଵତନ୍ତ୍ର ଗ୍ରାମସଭାରେ ମଧ୍ୟ ଉପସ୍ଥାପନା କରି ରେଜୁଲେସନରେ ମଧ୍ୟ ସ୍ଥାନ ଦିଆଯାଇଛି ଏବଂ ପୂର୍ବରୁ ମଧ୍ୟ ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ କୁମାର ଦେବତାଙ୍କ ସହିତ ମୌଖିକ ଭାବେ ଗ୍ରାମବାସୀ ଆଲୋଚନା କରିଛନ୍ତି। 

ଅଞ୍ଚଳବାସୀଙ୍କ ସମସ୍ୟା ଗୁଡ଼ିକ ବିଷୟ ନେଇ ଆଜି ସଂଯୋଜକ ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ସଭାପତି ମାୟାବନ୍ଧୁ ପ୍ରଧାନ, ଉପସଭାପତି ଫିଲିମନ୍ ନାୟକ, ସମ୍ପାଦକ ନବକିଶୋର ପ୍ରଧାନ, ସହ ସମ୍ପାଦକ ସଞ୍ଜୀବ ଦିଗାଲ ଓ କୋଷାଧ୍ୟକ୍ଷ ବିଜୟ କୁମାର ନାୟକ ଏବଂ ଉପଦେଷ୍ଟା ପବିତ୍ର ନାୟକ, ବିନୋଦ ନାୟକ, ଭୁବନି ପ୍ରଧାନ, ମୁରାଲିପାଣି ପ୍ରଧାନ, ସଞ୍ଜୀବନ ନାୟକଙ୍କ ସମସ୍ତ ଗ୍ରାମବାସୀ ମିଶି ଏକ ବୈଠକ କରିଥିଲେ ଏବଂ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଆଗାମୀ ଦିନରେ କଳିଙ୍ଗା ପଞ୍ଚାୟତକୁ ବିଭାଜନ କରି ରାଇପଦା ନିକଟରେ ଏକ ନୂତନ ପଞ୍ଚାୟତ ଗଠନ କୁରୁମିଙ୍ଗିଆ ଗ୍ରାମ ପଞ୍ଚାୟତ ନାମ ରେ ନାମିତ କରିବା ପାଇଁ ସଂପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କରିବା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe