ସହର ମଝିରେ ପୋଖରୀ ଖୋଳା: ସରକାରୀ ଅର୍ଥର ଅପବ୍ୟୟ ଅଭିଯୋଗ

Advertisment

ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତର ବାଉଁଶୁଣି ଗୁନ୍ଦୁଳିଆ ରାସ୍ତାର ବିଦ୍ୟୁତ ଅଫିସ ସାମ୍ନାରେ ମନରେଗା ଯୋଜନାରେ ଏକ ପୋଖରୀ ଖୋଳା ଯାଇଛି। ସହରର ମଧ୍ୟ ସ୍ଥଳରେ ଏହି ପୋଖରୀ ଖୋଳା କାମ ଜାରି ଥିବାରୁ ଏହାକୁ ନେଇ ଏବେ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି।

ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତର ବାଉଁଶୁଣି ଗୁନ୍ଦୁଳିଆ ରାସ୍ତାର ବିଦ୍ୟୁତ ଅଫିସ ସାମ୍ନାରେ ମନରେଗା ଯୋଜନାରେ ଏକ ପୋଖରୀ ଖୋଳା ଯାଇଛି। ସହରର ମଧ୍ୟ ସ୍ଥଳରେ ଏହି ପୋଖରୀ ଖୋଳା କାମ ଜାରି ଥିବାରୁ ଏହାକୁ ନେଇ ଏବେ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି।

Pond in Boudh district

Pond in Boudh district Photograph: (Sambad )

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତର ବାଉଁଶୁଣି ଗୁନ୍ଦୁଳିଆ ରାସ୍ତାର ବିଦ୍ୟୁତ ଅଫିସ ସାମ୍ନାରେ ମନରେଗା ଯୋଜନାରେ ଏକ ପୋଖରୀ ଖୋଳା ଯାଇଛି। ସହରର ମଧ୍ୟ ସ୍ଥଳରେ ଏହି ପୋଖରୀ ଖୋଳା କାମ ଜାରି ଥିବାରୁ ଏହାକୁ ନେଇ ଏବେ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି। କାରଣ ଏହି ପୋଖରୀର ଜଳରେ କୌଣସି ଚାଷ ଜମି ଜଳସେଚିତ ହେବାର ନାହିଁ କି ଏଥିରେ କେହି ଗାଧୁଆ ପାଧୁଆ କରିବାର ନାହିଁ ବୋଲି ଲୋକେ କହିଛନ୍ତି। ତେଣୁ ଏହା କେବଳ ସରକାରୀ ଅର୍ଥର ଅପବ୍ୟୟ ବୋଲି ସାଧାରଣରେ ଅଭିଯୋଗ ହେଉଛି।

ସହରରେ ଯେକୌଣସି ସରକାରୀ କାର୍ଯ୍ୟାଳୟ କିମ୍ବା ଅନୁଷ୍ଠାନ ନିର୍ମାଣ ପାଇଁ ଏଠାରେ ସରକାରୀ ଜମିର ଅଭାବ ରହିଥିବା ଜଣାପଡିଛି। ଯାହାର ସଦ୍ୟତମ ନମୁନା ହେଉଛି ଡାକଘର ପାଇଁ ପୂର୍ବରୁ ରାଜପଥ କଡରେ ଜମି ସଂରକ୍ଷିତ ଥିଲେବି, ଏବେ କିନ୍ତୁ କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟାଳୟ ନିର୍ମାଣ ପାଇଁ ବିଦ୍ୟୁତ ଷ୍ଟ୍ରକଚର ଥିବା ଭଳି ବିପଦଜନକ ସ୍ଥାନ ଏବଂ ସହରର ଏକ କୋଣରେ ରାଜସ୍ୱ ବିଭାଗ ଜମି ଦେଇଛି। ଯେଉଁଠାରେ ବର୍ତ୍ତମାନ ଡାକଘର  ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି।

କିଛିବର୍ଷ ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବାଉଁଶୁଣି ବଜାରରେ ସହରାଞ୍ଚଳ ଫାଣ୍ଡି ନିର୍ମାଣ ପାଇଁ ଜମି ଖୋଜା ଚାଲିଥିଲା ସହରରେ ଜମିର ଅଭାବ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ସେହି ଫାଣ୍ଡି ନିର୍ମାଣ ବିଷୟରେ ବର୍ତ୍ତମାନ ଆଉ କିଛି ନାଁଗନ୍ଧ ଉଠୁନାହିଁ। ପୂର୍ବ ସରକାର ବାଉଁଶୁଣିକୁ ଏନଏସି ଘୋଷଣା କରିଥିଲେ। 

ଏଭଳି ସ୍ଥିତିରେ ସହରରେ ଆଗକୁ ଜମିର ନିତାନ୍ତ ଆବଶ୍ୟକତା ରହିଥିବା ବେଳେ ସହର ମଝିରେ ଥିବା ଏହି କମ୍ ଗଭୀରର ପୋଖରୀକୁ ପୋତି କୌଣସି ସରକାରୀ କାର୍ଯ୍ୟାଳୟ ସ୍ଥାପନ କରାଯାଇ ପାରିଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ କରାଯାଇଛି। ତେଣୁ ସହର ମଝିରେ ଏଭଳି ଏକ ଅଦରକାରୀ ପୋଖରୀ ଖୋଳାକୁ ନେଇ ପ୍ରଶାସନିକକଳର ଦୁରଦୃଷ୍ଟିର ଅଭାବ ସାଙ୍ଗକୁ ସରକାରୀ ଅର୍ଥର ଅପବ୍ୟୟ ବୋଲି ବୁଦ୍ଧିଜୀବୀ ମହଲରେ ସମାଲୋଚନା ପ୍ରକାଶ ପାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe