‘କଠୋର ପରିଶ୍ରମହିଁ ଜୀବନରେ ସଫଳତା ଆଣିଦିଏ’

ସାହିତ୍ୟ ଜୀବନ ଦିଏ। କଠୋର ପରିଶ୍ରମ ଛାତ୍ରଛାତ୍ରୀଙ୍କୁ ସଫଳତା ଆଣିଦେଇଥାଏ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ  ଓଡ଼ିଆ ସାହିତ୍ୟ ବିଭାଗର ନବାଗତ ଛାତ୍ରଛତ୍ରୀମାନଙ୍କପାଇଁ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ ଏହି ବକ୍ତବ୍ୟ ପ୍ରଦାନ କରିଛନ୍ତି।

Bm pur

ବୀରମହାରାଜପୁର: ସାହିତ୍ୟ ଜୀବନ ଦିଏ` କଠୋର ପରିଶ୍ରମ ଛାତ୍ରଛାତ୍ରୀଙ୍କୁ ସଫଳତା ଆଣିଦେଇଥାଏ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ  ଓଡ଼ିଆ ସାହିତ୍ୟ ବିଭାଗର ନବାଗତ ଛାତ୍ରଛତ୍ରୀମାନଙ୍କପାଇଁ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ ଏହି ବକ୍ତବ୍ୟ ପ୍ରଦାନ କରିଛନ୍ତି।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ ଓଡିଆ ସାହିତ୍ୟର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଇଂରାଜୀ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ ଜୀବନରେ ସାହିତ୍ୟର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ।

ଓଡ଼ିଆ ବିଭାଗ ମୁଖ୍ୟ ସୂର୍ଯ୍ୟ ନାରାୟଣ ପଣ୍ଡା, ଅଧ୍ୟାପକ ପ୍ରକାଶ କୁମାର ସେଠ୍, ଅଧ୍ୟାପକ ସଞ୍ଜୟ କୁମାର ପ୍ରଧାନ, ଅଧ୍ୟାପିକା ଯାମିନୀ ଦାଶ ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ଓ ଜୀବନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ|

ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ସୃଜନିକା ପଣ୍ଡା ସଭା ସଂଯୋଜନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ। ଯୁକ୍ତ ତିନି ଶେଷବର୍ଷ ଛାତ୍ରୀ ଚନ୍ଦ୍ରିକା କର୍ଣ୍ଣ, ନିହାରିକା କର୍ଣ୍ଣ, ଛାତ୍ର ଆଶିଷ ଜଗଦଲା, ଯୁକ୍ତତିନି ଦ୍ଵିତୀୟ ବର୍ଷ ଛାତ୍ର ଉମାଶଙ୍କର ହରିପାଲ, ପୂର୍ଣ୍ଣିମା ମେଣ୍ଡଲି, ପିଙ୍କି ମେହେର, ସୁଷମା, ସ୍ବସ୍ତିକା ପ୍ରଥମବର୍ଷ ଛାତ୍ରଛତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। 

Subarnapur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe