ବିଷପାନ କରି ଜୀବନ ହାରିଲେ ନବବିବାହିତା!

Advertisment

ଗୋରୁମହିଷାଣି ଥାନା ଅନ୍ତର୍ଗତ କାକୁଡିରୁମା ଗାଁର ଯୁବକ ରାମଚନ୍ଦ୍ର କିସ୍କୁ ମାସେ ପୂର୍ବରୁ କନ୍ଦୁଝର ଜିଲ୍ଲା ପଞ୍ଚମ ଗାଁର ଲତା କିସ୍କୁଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

ଗୋରୁମହିଷାଣି ଥାନା ଅନ୍ତର୍ଗତ କାକୁଡିରୁମା ଗାଁର ଯୁବକ ରାମଚନ୍ଦ୍ର କିସ୍କୁ ମାସେ ପୂର୍ବରୁ କନ୍ଦୁଝର ଜିଲ୍ଲା ପଞ୍ଚମ ଗାଁର ଲତା କିସ୍କୁଙ୍କୁ ଦ୍ଵିତୀୟ ବିବାହ କରିଥିଲେ।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ରାଇରଙ୍ଗପୁର/ଗୋରୁମହିଷାଣି: ନବ ବିବାହିତା ମହିଳା ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଲତା କିସ୍କୁ।

ସୂଚନା ଅନୁଯାୟୀ ଗୋରୁମହିଷାଣି ଥାନା ଅନ୍ତର୍ଗତ କାକୁଡିରୁମା ଗାଁର ଯୁବକ ରାମଚନ୍ଦ୍ର କିସ୍କୁ ମାସେ ପୂର୍ବରୁ କନ୍ଦୁଝର ଜିଲ୍ଲା ପଞ୍ଚମ ଗାଁର ଲତା କିସ୍କୁଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ସେବେଠାରୁ ତାଙ୍କ ଦୁଇ ପତ୍ନୀ ସ୍ବାମୀ ସହ ରହୁଥିଲେ। ତେବେ ଗାଁ ନିକଟରେ  ଆଯୋଜିତ ହେଉଥିବା କାତି ଖେଳ ଦୁଇ ପତ୍ନୀ ପ୍ରତିଯୋଗିତା ଦେଖ‌ିବା ପାଇଁ ଯାଉଥିଲେ। ସେହି ସମଯରେ ନବବଧୂ ଲତା ହଠାତ ଅସୁସ୍ଥ ହୋଇ ପଡ଼ିଥିଲେI ପରେ ତାଙ୍କୁ ପରିବାର ଲୋକେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ବିଷ କ୍ରିୟା ଯୋଗୁଁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ଗୋରୁମହିଷାଣୀ ଥାନାରେ କେସ ନଂ ୭/୨୫ରେ ଏଏସାଇ ହୃଷୀକେଶ ନାୟକ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe