ଅଖିଳ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ

ଡ୍ରାଇଭର ମହାସଂଘର ଆନ୍ଦୋଳନ ପାଇଁ ୧୬ ନମ୍ବର ଜାତୀୟ ରାଜପଥରେ ଶହଶହ ଯାନବାହନ ଅଟକି ରହିଛି। ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ଜନସାଧାରଣ ପ୍ରଭାବିତ ହୋଇଛନ୍ତି।

f860ae52-baf5-4f19-a627-972959147e68

ଭଦ୍ରକ: ମୋଟର ଯାନ ଆଇନ-୨୦୧୯ ବାତିଲ୍ କରିବା, ଡ୍ରାଇଭରମାନଙ୍କୁ ସ୍ଥାୟୀ ଶ୍ରମିକର ମାନ୍ୟତା ଦେବା, ଇଛୁକ  ଡ୍ରାଇଭର ମାନଙ୍କୁ ବିନାସୁଧରେ ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରିବା, ସମସ୍ତ ଡ୍ରାଇଭରନଙ୍କୁ ଇଏସଆଇରେ ଅନ୍ତର୍ଭୁକ୍ତ କରିବା, ଡ୍ରାଇଭରମାନଙ୍କୁ ମାସିକ ପେନସନ ପ୍ରଦାନ କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ଡବଲ୍ ଇଞ୍ଜିନ୍ ସରକାର  ଜାତୀୟ ସଂପତ୍ତି ବିକ୍ରି ବଂଦ କରିବା, ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ଦାବି ନେଇ ନିଖିଳ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଭଦ୍ରକ ବନ୍ତ ଛକ ନିକଟସ୍ଥ  ଜାତୀୟ ରାଜପଥ-୧୬କୁ ସକାଳ ୮:୦୦ ଘଟିକାରୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଛି।

ଡ୍ରାଇଭର ମହାସଂଘର ଆନ୍ଦୋଳନ ପାଇଁ ୧୬ ନମ୍ବର ଜାତୀୟ ରାଜପଥରେ ଶହଶହ ଯାନବାହନ ଅଟକି ରହିଛି। ଏହି ବଂଦ ଆନ୍ଦୋଳନରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅଲ୍ଓଡିଶା ଡ୍ରାଇଭର ମହାସଂଘର ଭଦ୍ରକ ଜିଲ୍ଲା ସଭାପତି ଅଜୟ ଚାନ୍ଦ, ସଂଘର ଅନ୍ୟତମ ନେତା ଅଭିରାମ ବେହେରା, ମାନସ ସାହୁ, ଗୋପୀନାଥ ସାହୁ, କାଲୁ ଖାନ୍ ପ୍ରମୁଖ ନେତୃତ୍ବ ନେଇଥିଲେ।

ଜୁଲାଇ ୯ ସର୍ବଭାରତୀୟ ସାଧାରଣ ଧର୍ମଘଟରେ ନିଖିଳ ଓଡ଼ିଶା ଡ୍ରାଇଭର ମହାସଂଘ ସାମିଲ ହେବ ବୋଲି ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସଭାପତି ଅଜୟ ଚାନ୍ଦ ଆନ୍ଦୋଳନ ସ୍ଥଳରେ ଘୋଷଣା କରିଛନ୍ତି।

driver strike

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe