ଚୋରା ବୋଲେରୋକୁ ଚୋରି କାମରେ ଲଗାଉଥିଲେ ଦୁର୍ବୃତ୍ତ

କୁସୁମୀ, ଦେଓଗାଁ ଓ ସାତପଉଟିଆ ଅଂଚଳର ବିଭିନ୍ନ ସ୍ଥାନରେ ଏଏସପି, ଏସଡିପିଓ ଓ ୩ଟି ଥାନାର ଥାନା ଅଧିକାରୀ ଚଢ଼ଉ କରି ୯ଟି ନମ୍ବର ବିହୀନ ବୋଲେରକୁ ଜବତ କରିଛନ୍ତି ଏବଂ ଏହାକୁ ବାଦାମପାହାଡ ଥାନାରେ ରଖାଯାଇଛି।

Rairangpur

ରାଇରଙ୍ଗପୁର/ବାଦାମପାହାଡ/ହାଟବାଦଡା: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୁଲିସ ଜିଲ୍ଲାର ଏଏସ୍‌ପି ଯଦୁନାଥ ଜେନାଙ୍କ ନେତୃତ୍ବରେ ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା ଅଧିକାରୀ ଜ୍ୟାତିପ୍ରକାଶ ସ୍ୱାଇଁ, ଗ୍ରାମାଂଚଳ ଥାନା ଅଧିକାରୀ ସରସ୍ୱତୀ ଟୁଡୁ ଓ ବାଦାମପାହାଡ଼ ଥାନା ଅଧିକାରୀ କେ.କେ ହେମ୍ବ୍ରମ ପ୍ରମୁଖଙ୍କ ମିଳିତ ଉଦ୍ୟମରେ ୯ଟି ଚୋରା ବୋଲେରୋ ଜବତ କରାଯାଇଛି। 

ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଓ ବାଦାମପାହାଡ଼ ଥାନା ଅଂଚଳରେ କିଛି ଚୋରା ଗାଡ଼ିରେ ବେଆଇନ୍ ଭାବେ ଗୋ ଚୋରା ଚାଲାଣ ଚାଲିଥିଲା। ପୁଲିସ ଏନେଇ ବହୁ ଦିନରୁ ତଦନ୍ତ ଚଳାଇଥିଲା। ଏଥି ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା।

ଗତକାଲି ହଠାତ୍ କୁସୁମୀ, ଦେଓଗାଁ ଓ ସାତପଉଟିଆ ଅଂଚଳର ବିଭିନ୍ନ ସ୍ଥାନରେ ଏଏସପି, ଏସଡିପିଓ ଓ ୩ଟି ଥାନାର ଥାନା ଅଧିକାରୀ ଚଢ଼ଉ କରି ୯ଟି ନମ୍ବର ବିହୀନ ବୋଲେରକୁ ଜବତ କରିଛନ୍ତି ଏବଂ ଏହାକୁ ବାଦାମପାହାଡ ଥାନାରେ ରଖାଯାଇଛି। ତେବେ ପୂର୍ବରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଂଚଳରୁ ପ୍ରାୟ  ଏକାଧିକ ଚାରି ଚୋକିଆ ଗାଡ଼ି ଚୋରି ହୋଇଥିବାର ଅଭିଯୋଗ ହେବା ପରେ କେନ୍ଦୁଝର ଓ ମୟୂରଭଂଜ ପୁଲିସର ମିଳିତ ଉଦ୍ୟମରେ ୨୬ଟି ଚାରିଚକିଆ ଯାନକୁ ଉଦ୍ଧାର କରାଯିବା ସହିତ ୨ ଅନ୍ତଃରାଜ୍ୟ ଗାଡ଼ି ଚୋରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ତେବେ ପୁଣିଥରେ ୯ଟି ନମ୍ବର ବିହୀନ ଯାନକୁ ପୁଲିସ ଉଦ୍ଧାର କରିବାରେ ସଫଲ ହୋଇଛି। ଉକ୍ତ ଯାନ ଗୁଡ଼ିକର ନମ୍ବର ପ୍ଲେଟ୍‌, ଇଂଜିନ ଓ ଚେଚିସ୍ ନମ୍ବର ପ୍ରଭୃତି ବଦଳାଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବ୍ୟବହାର କରୁଥିବାର ପୁଲିସ୍ ସୂଚନା ଦେଇଛି। ତେବେ ଏହି ରାକେଟରେ ପଡୋଶୀ ଝାଡ଼ଖଣ୍ଡ ଓ ମୟୂରଭଂଜ ଜିଲ୍ଲାର ଦୁର୍ବୃତ୍ତମାନେ ସାମିଲ୍ ଥିବା ନେଇ ସନ୍ଦେହ କରାଯାଉଛି। ଏନେଇ ବାଦାମପାହାଡ଼ ଥାନାରେ କେସ୍ ନଂ ୧୦୧/୨୫ରେ ଏକ ମାମଲା ରୁଜୁ କରି ପୁଲିସ ସେହି ଗ୍ୟାଙ୍ଗର ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଚଳାଇଛି। 

Crime | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe