ଶ୍ରେଣୀ ଗୃହ ଅଭାବ: ୪ଟି କକ୍ଷରେ ଚାଲିଛି ୯ଟି ଶ୍ରେଣୀ

ଶ୍ରେଣୀ ଗୃହ ନାହିଁ। ବାରଣ୍ଡାରେ ବସିଛନ୍ତି ଦୁଇଟି ଶ୍ରେଣୀର କୋମଳମତି ଛାତ୍ରଛାତ୍ରୀ। ଦୁଇ ଜଣ ଶିକ୍ଷୟତ୍ରୀ ବାରଣ୍ଡାରେ ପାଠ ପଢ଼ାଉଛନ୍ତି। କାର୍ଯ୍ୟାଳୟ, ଅନ୍ୟ ଶ୍ରେଣୀ ଗୃହକୁ ଯିଏ ଯିବା ଆସିବା କରିବ ସେହି ବାଟ ଦେଇ ଯିବ। ପାଠପଢ଼ା ବ୍ୟାହତ ହେବ।

ଅଦ୍ୟତନ ହୋଇଛି
jsp

ଜଗତସିଂହପୁର: ଶ୍ରେଣୀ ଗୃହ ନାହିଁ। ବାରଣ୍ଡାରେ ବସିଛନ୍ତି ଦୁଇଟି ଶ୍ରେଣୀର କୋମଳମତି ଛାତ୍ରଛାତ୍ରୀ। ଦୁଇ ଜଣ ଶିକ୍ଷୟତ୍ରୀ ବାରଣ୍ଡାରେ ପାଠ ପଢ଼ାଉଛନ୍ତି। କାର୍ଯ୍ୟାଳୟ, ଅନ୍ୟ ଶ୍ରେଣୀ ଗୃହକୁ ଯିଏ ଯିବା ଆସିବା କରିବ ସେହି ବାଟ ଦେଇ ଯିବ। ପାଠପଢ଼ା ବ୍ୟାହତ ହେବ। ସମୁଦାୟ ୯ ଶ୍ରେଣୀ ପାଇଁ ୪ କକ୍ଷ ଥିବା ବେଳେ ବାରଣ୍ଡାରେ କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢ଼ା ଚାଲିଛି। ଏ ଦୃଶ୍ୟ କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମାତ୍ର ୪ କିଲୋମିଟର ଦୂର ପାଟେଣୀଗାଁ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ।

୭୩ ବର୍ଷ ତଳେ ୧୯୫୨ରେ ପାଟେଣୀଗାଁ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ସ୍କୁଲ ମିଶ୍ରଣ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢ଼ା ଚାଲିଛି। ଚଳିତ ଶିକ୍ଷାବର୍ଷରୁ ନୂଆ କରି ବାଲବାଟିକା ଶ୍ରେଣୀ ଯୋଡ଼ି ହୋଇଯାଇଛି। ପୁରୁଣା କୋଠା ଭଙ୍ଗାଯିବା ପରେ ନୂଆ କୋଠାରେ ମାତ୍ର ଚାରୋଟି କକ୍ଷ ରହିଛି। ସେହି ୪ କକ୍ଷରେ ୯ ଶ୍ରେଣୀର ପାଠ ପଢ଼ା ଚାଲିଛି। ଗୃହ ଅଭାବରୁ ବାରଣ୍ଡାରେ ପାଠପଢ଼ା ଚାଲିଛି। କିନ୍ତୁ ଶ୍ରେଣୀ ଓ ପିଲା ସଂଖ୍ୟା ଅନୁଯାୟୀ ଅଧିକ କକ୍ଷର ଆବଶ୍ୟକ ଥିଲା ବେଳେ ନିର୍ମାଣ କରାଯାଉ ନାହିଁ। ଯାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ୬ ମାସ ପୂର୍ବରୁ ଭଙ୍ଗା ଯାଇଥିବା ପୁରୁଣା କୋଠାର କଂକ୍ରିଟ ବର୍ଯ୍ୟକୁ ଏଯାଏଁ ସଫା କରାଯାଇ ନାହିଁ। ଇଟା, କଂକ୍ରିଟ ଆଦି ସେଠାରେ ପଡ଼ି ରହିବା ଫଳରେ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ଦେଖାଦେଇଛି।

ଏ ନେଇ ପୂର୍ବରୁ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବର୍ଯ୍ୟ ଉଠାଯାଇ ନାହିଁ। ଏପରିକି ଭଙ୍ଗା ଯାଇଥିବା କଂକ୍ରିଟ ଖଣ୍ଡ ଶୌଚାଳୟକୁ ଲାଗି କରି ରହିଛି ଓ କାନ୍ଥ ମଧ୍ୟ ଫାଟି ଯାଇଛି। ଯଦି କଂକ୍ରିଟ ଖଣ୍ଡ ଉଠା ନ ଯାଇ ଏହାକୁ ମରାମତି କରା ନ ଯାଏ ତାହେଲେ କେତେବେଳେ ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା। ଆଜି ଅଭିଭାବକମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ସିଆରସିସି ଶେଷ ପ୍ରକାଶ ସେଠୀ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ। ସେହିପରି ଅଭିଭାବକମାନେ ଏ ନେଇ ଲିଖିତ ଭାବେ ପ୍ରଧାନଶିକ୍ଷକଙ୍କୁ ଜଣାଇଛନ୍ତି। ଯଦି ୭ ଦିନ ଭିତରେ ବର୍ଯ୍ୟ ଉଠା ନ ଯାଏ ତାହେଲେ ଆନ୍ଦୋଳନ ସହ ପିଲାମାନଙ୍କୁ ସ୍କୁଲ ନ ଛାଡ଼ିବା ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରଧାନଶିକ୍ଷକ କହିଛନ୍ତି, ଦୁଇଟି କକ୍ଷ ମରାମତି ଚାଲିଛି ଖୁବଶୀଘ୍ର ସେଠାରେ ପାଠପଢ଼ା ହେବା ପରେ କକ୍ଷ ଶ୍ରେଣୀଗୃହ ଅଭାବର କିଛିଟା ସମାଧାନ ହୋଇପାରିବ।

Education

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe