ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ବଡ ସଫଳତା ମିଳିଛି। ସୁକମା ପୁଲିସ ନିକଟରେ ୯ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏହି ନକ୍ସଲମାନଙ୍କ ନାମରେ ୫୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨ ଜଣ ପୁରୁଷ ମାଓବାଦୀ ଏବଂ ୪ ଜଣ ମହିଳା ମାଓବାଦୀଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା। ଜଣେ ମହିଳା ନକ୍ସଲ ନାମରେ ୨ ଲକ୍ଷ ଏବଂ ଅନ୍ୟ ଦୁଇ ମହିଳା ନକ୍ସଲ ନାମରେ ୧ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା ହୋଇଥିଲା।
ଏହି ଖବର ପଢ଼ନ୍ତୁ: ମହାକୁମ୍ଭକୁ ଓଏସ୍ଆରଟିସି ବସ୍ ବାତିଲ, ଟଙ୍କା ଫେରସ୍ତ ପାଇଁ ଏମିତି କରନ୍ତୁ ଯାତ୍ରୀ
ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପୁଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି।
ଏହି ଖବର ପଢ଼ନ୍ତୁ: ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ପରେ ବାତିଲ୍ ହେଲା ଭିଭିଆଇପି ପାସ
ନକ୍ସଲ ସଂଗଠନ ଦୁର୍ବଳ ହେବାକୁ ଲାଗିଛି। ଏଥିସହ ପୁଲିସର ଘନଘନ ଚଢାଉରେ ନକ୍ସଲ ଏବେ ଭୟଭିତ ହୋଇପଡିଛନ୍ତି। ପୁଣି ସରକାରଙ୍କର ଥଇଥାନ ନୀତିରେ ମଧ୍ୟ ନକ୍ସଲ ପ୍ରଭାବିତ ହେଉଛନ୍ତି। ଯାହାଫଳରେ ଗତ ଦୁଇ ଦିନରେ ୩୮ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ୮ ଲକ୍ଷ ପୁରସ୍କାର ଘୋଷିତ ଡେପୁଟି କମାଣ୍ଡାର କଲମୁ ମଙ୍ଗଡୁ(୩୦),୮ ଲକ୍ଷ ଘୋଷିତ ପାର୍ଟି ମେମ୍ବର ମାଡବି ବୁଦୁରୀ(୨୫), ୮ ଲକ୍ଷ ଘୋଷିତ କମ୍ୟୁନିକେସନ ଟିମ କମାଣ୍ଡର ସମୀର ଅରଫ ମିଡିୟମ ସୁକ୍କା(୨୨), ୮ ଲକ୍ଷ ଘୋଷିତ ରଜନୀ ଅରଫ ରାଜେ(୨୦), ୮ ଲକ୍ଷ ଘୋଷିତ ପାର୍ଟି ମେମ୍ବର ଶାନ୍ତି କାବାସି(୧୮), ୮ ଲକ୍ଷ ଘୋଷିତ ପିପିସିଏମ ସୋମଡି ଅରଫ ମଡକମ ନନ୍ଦା(୨୫), ୧ ଲକ୍ଷ ଘୋଷିତ ପାର୍ଟି ସଦସ୍ୟା ନୁପ୍ପୋ ନରସି(୨୨), ୧ ଲକ୍ଷ ଘୋଷିତ ମାଡକମ ହିଡମେ(୨୧) ଏବଂ ୨ ଲକ୍ଷ ଘୋଷିତ ନୁପ୍ପୋ ହୁଙ୍ଗି(୫୦)।
ଏହି ଖବର ପଢ଼ନ୍ତୁ: ଅଲମ୍ପିକରେ ଦୁର୍ନୀତିର ଦୌଡ ହେଲେ କେଜ୍ରିୱାଲ ସ୍ୱର୍ଣ୍ଣପଦକ ଜିତିବେ
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି କିରଣ ଚୌହାନ,ସିଆରପିଏଫ କମାଣ୍ଡାଣ୍ଟ ପବନ କୁମାରଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସର୍ପଣ କରିଥିଲେ। ପୁଲିସ ତରଫରୁ ସମସ୍ତଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି।
ଏହି ଖବର ପଢ଼ନ୍ତୁ: ଯବାନଙ୍କୁ ଟାର୍ଗେଟ କରି ବ୍ୟବହାର କରୁଛନ୍ତି ବୋତଲ ବୋମା