ଭୁବନେଶ୍ବର: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ୧୩ ତାରିଖ ଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ସରକାରୀ ବସ୍‌ ସେବା ବାତିଲ କରାଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ଓ ପରିବନ ନିଗମ (ଓଏଏସ୍‌ଆରଟିସି) ପକ୍ଷରୁ ସ୍ବତନ୍ତ୍ର ବସ୍ ବାତିଲ୍ ହୋଇଛି। ଫଳରେ ଆସନ୍ତା ଫେବ୍ରୁଆରି ୪ ତାରିଖ ଯାଏଁ ଓଏଏସ୍‌ଆାରଟିସିର ସ୍ବତନ୍ତ୍ର ବସ୍ ବାତିଲ୍ କରାଯାଇଛି। 

Advertisment

ଏହି ଖବର ପଢ଼ନ୍ତୁ: ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ପରେ ବାତିଲ୍‌ ହେଲା ଭିଭିଆଇପି ପାସ

ରାଜ୍ୟ ସରକାର କହିଛନ୍ତି ଯେ, ପ୍ରୟାଗରାଜରେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଏଏସ୍‌ଆରଟିସିର ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ କୁମ୍ଭମେଳା ଯିବା ପାଇଁ ଆଗୁଆ ଟିକେଟ୍‌ କରିଥିଲେ ସେହି ଲୋକମାନେ ଟଙ୍କା ଫେରସ୍ତ ପାଇଁ  ମୋବାଇଲ ନମ୍ବର (୯୯୩୭୫୪୭୭୭୩)କୁ ଯୋଗାଯୋଗ କରନ୍ତୁ। 

publive-image

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୧୨ ତାରିଖ ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାକୁମ୍ଭ ଉପଲକ୍ଷେ ସ୍ଵତନ୍ତ୍ର ବସ ସେବା ଚଳାଚଳର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବସ୍‌ ସେବା କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ନୂଆ ବସ୍‌ଷ୍ଟାଣ୍ଡରୁ ହୋଇଥିଲା। ଏହା ପରେ ଓଏଏସ୍‌ଆରଟିସିର ସ୍ବତନ୍ତ୍ର ବସ୍‌ ବ୍ରହ୍ମପୁରରୁ ପ୍ରୟାଗରାଜ ଅଭିମୁଖେ ଗଡ଼ିଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା,ଗଞ୍ଜାମ ଜିଲ୍ଲାପାଳ ଓ ଅନ୍ୟ ଅତିଥିବୃନ୍ଦ ଉପସ୍ଥିତ ଥିଲେ। ଓଏସ୍ଆରଟିସିର ସମ୍ବଲପୁର ରୁ ଅଯୋଧ୍ୟାକୁ ସଂଯୋଗ କରୁଥିବା ସ୍ବତନ୍ତ୍ର ବସ୍ ସେବା ଆରମ୍ଭ ହୋଇଥିଲା।

ଏହି ଖବର ପଢ଼ନ୍ତୁ: ଦ୍ୱନ୍ଦ୍ୱ ଦୂର ହେଲା: ଏବେ ଏହି ତାରିଖରେ ପାଳନ କରାଯିବ ସରସ୍ବତୀ ପୂଜା....

publive-image

ଓଡ଼ିଶାରୁ ଅଯୋଧ୍ୟାକୁ ମହାକୁମ୍ଭ ମେଳାର ଆଧ୍ୟାତ୍ମିକ ଯାତ୍ରା ପାଇଁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଓଏସ୍‌ଆରଟିସି ପକ୍ଷରୁ ବସ୍ ଯାତ୍ରା ସମୟରେ ଖାଦ୍ୟ ଓ ପାନୀୟ ବିତରଣ କରାଯାଉଛି। ଓଏସ୍‌ଆରଟିସି ଆପଣଙ୍କ ଯାତ୍ରାକୁ ନିରାପଦ, ସୁବିଧାଜନକ ଏବଂ ଆନନ୍ଦମୟ କରିବାରେ ସଦା ପ୍ରତିବଦ୍ଧ। 

ଏହି ଖବର ପଢ଼ନ୍ତୁ: ଏହି ଅଭିନେତାଙ୍କ ସହ କାମ କରିବେ ଭାଇରାଲ ଗର୍ଲ ମୋନାଲିସା !

ସୂଚନାଯୋଗ୍ୟ, ପ୍ରୟାଗରରାଜର ତ୍ରିବେଣୀ ସଂଗମରେ ବୁଧବାର ଦିନ ମୌନୀ ଅମାବାସ୍ୟା ଅବସରରେ କୋଟିକୋଟି ‌ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ଏହା ପୂର୍ବରୁ ମଙ୍ଗଳବାର-ବୁଧବାର ରାତିରେ ବଡ଼ଧରଣର ଅଘଟଣ ଘଟିଥିଲା। ଦଳାଚକଟା କାରଣରୁ ୩୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିଲା। ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ। ଏହି ଅପ୍ରୀତିକର ଅଘଟଣ ପରେ ସେଠାରେ ଅନେକ କଟକଣା ଲାଗୁ ହୋଇଛି। 

ଏହି ଖବର ପଢ଼ନ୍ତୁ: ରଣନୀତି ବଦଳାଉଛନ୍ତି ମାଓବାଦୀ 

ମହାକୁମ୍ଭ ମେଳାରେ ନୂଆ ନିୟମ

-ମେଳା ଅଞ୍ଚଳକୁ ସମ୍ପୂର୍ଣ୍ଣ ନୋ-ଭେଇକିଲ ଜୋନ୍ ଘୋଷଣା କରାଯାଇଛି, ଯେଉଁଥିରେ ମେଳା ଅଞ୍ଚଳକୁ ସମସ୍ତ ପ୍ରକାର ଯାନବାହନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି 

-ନିରପେକ୍ଷ ପ୍ରଶାସନ ପକ୍ଷରୁ ଭିଭିଆଇପି ପାସ୍ ମଧ୍ୟ ବାତିଲ କରାଯାଇଛି। କୌଣସି ସ୍ବତନ୍ତ୍ର ପାସ୍ ଦେଇ ମେଳା ଭିତରକୁ କୌଣସି ଯାନବାହନ ପ୍ରବେଶ କରିପାରିବେ ନାହିଁ 

-ମେଳା ଅଂଚଳରେ ରାସ୍ତାକୁ ଏକତରଫା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରୁଖୁରୁରେ ଯାତାୟାତ ପାଇଁ ଏକତରଫା ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ଗୋଟିଏ ରୁଟରୁ ପ୍ରବେଶ ଓ ଅନ୍ୟ ରୁଟରୁ ବାହାରିବା ପାଇଁ ଅନୁମତି ଦିଆଯାଇଛି

-ଯାନବାହାନ ପ୍ରବେଶ ଉପରେ କଟକଣା ଲଗାଯାଇଛି। ପ୍ରୟାଗରାଜ ନିକଟବର୍ତ୍ତୀ ଜିଲ୍ଲାରୁ ଆସୁଥିବା ଯାନବାହନକୁ ଜିଲ୍ଲା ସୀମାରେ ଅଟକାଯାଉଛି

-ବସନ୍ତ ପଞ୍ଚମୀ ଅର୍ଥାତ୍ ଫେବ୍ରୁଆରି ୪ ତାରିଖ ସ୍ନାନ ପର୍ଯ୍ୟନ୍ତ କଡ଼ା କଟକଣା ବଳବତ୍ତର ରହିବ ଏବଂ ସହରଭିତରକୁ ଚାରି ଚକିଆ ଯାନ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି