ଏଣିକି ମଙ୍ଗଳବାର ଚାଲିବନି ପୁରୀ-ରାଉରକେଲା ବନ୍ଦେ ଭାରତ

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏଣିକି ସପ୍ତାହରେ ଶନିବାର ପରିବର୍ତ୍ତେ ମଙ୍ଗଳବାର ଚାଲିବନି। ଆସନ୍ତା ଜୁନ୍‌ ୩ରୁ ଏହି ନିୟମ ଲାଗୁ ହେବାକୁ ପୂର୍ବତଟ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Vande Bharat Express

Vande Bharat Express

ରାଉରକେଲା: ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଏଣିକି ସପ୍ତାହରେ ଶନିବାର ପରିବର୍ତ୍ତେ ମଙ୍ଗଳବାର ଚାଲିବନି। ଆସନ୍ତା ଜୁନ୍‌ ୩ରୁ ଏହି ନିୟମ ଲାଗୁ ହେବାକୁ ପୂର୍ବତଟ ରେଳବାଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସପ୍ତାହରେ ୬ ଦିନ ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ରବିବାର ଚାଲୁଛି। ମରାମତି ପାଇଁ  ସପ୍ତାହର ଶନିବାର ବନ୍ଦ ରହୁଛି। ଆସନ୍ତା ଜୁନ୍‌ ୩ରୁ ସପ୍ତାହର ୬ ଦିନ ଅର୍ଥାତ୍‌ ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର ଚାଲିବ।

ସପ୍ତାହର ପ୍ରତି ମଙ୍ଗଳବାର ମରାମତି ପାଇଁ ବନ୍ଦ ରହିବ। ପୂର୍ବପରି ପୁରୀ-ରାଉରକେଲା ମଧ୍ୟରେ‌ ରହଣି ଓ ସମୟ ସାରଣୀର କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବପରି ଟ୍ରେନ୍‌ରେ ମୋଟ ୮ କୋଚ୍‌ ରହିଛି।

Vande Bharat train

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe