କୁଶୁର୍ଲା କଲୋନିପଡା: ୪୦ବର୍ଷ ପରେ ମଧ୍ୟ ପାଇନାହାନ୍ତି ଘରଡିହ ପଟ୍ଟା

Advertisment

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନିପଡ଼ାରେ ଲୋକେ ବସବାସ କରିବାର ଦୀର୍ଘ ୪୦ ବର୍ଷ ବିତିଯାଇଥିଲେ ମଧ୍ୟ ଏମାନଙ୍କୁ ସ୍ଥାୟୀ ପଟ୍ଟା ମିଳୁ ନ ଥିବାରୁ ପଡ଼ାବାସୀ ଏବେ ଚିନ୍ତାରେ ଅଛନ୍ତି।

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନିପଡ଼ାରେ ଲୋକେ ବସବାସ କରିବାର ଦୀର୍ଘ ୪୦ ବର୍ଷ ବିତିଯାଇଥିଲେ ମଧ୍ୟ ଏମାନଙ୍କୁ ସ୍ଥାୟୀ ପଟ୍ଟା ମିଳୁ ନ ଥିବାରୁ ପଡ଼ାବାସୀ ଏବେ ଚିନ୍ତାରେ ଅଛନ୍ତି।

b7d9bf49-b5a1-406a-ab31-c7bf1fac88b1

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନିପଡ଼ାରେ ଲୋକେ ବସବାସ କରିବାର ଦୀର୍ଘ ୪୦ ବର୍ଷ ବିତିଯାଇଥିଲେ ମଧ୍ୟ ଏମାନଙ୍କୁ ସ୍ଥାୟୀ ପଟ୍ଟା ମିଳୁ ନ ଥିବାରୁ ପଡ଼ାବାସୀ ଏବେ ଚିନ୍ତାରେ ଅଛନ୍ତି। ସ୍ଥାୟୀ ପଟ୍ଟା ପାଇବା ଆଶାରେ ବ୍ଲକ ପ୍ରଶାସନ ଠୁଁ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ହେଁ ଏମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନଥିବା ଜଣାପଡ଼ିଛି। ଆଗାମୀ ଦିନରେ କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଜବାଜ ହେଉଥିବା ପଡ଼ାବାସୀ ପ୍ରକାଶ କରିଛନ୍ତି। 

ସୂଚନାଯୋଗ୍ୟ ଯେ ଏହି ପଡ଼ାବାସୀ ବହୁ ବର୍ଷ ପୂର୍ବରୁ କୁଶୁର୍ଲାବସ୍ତିରେ ରହୁଥିଲେ। ୧୯୮୭ ମସିହାରେ ତତ୍କାଳୀନ ରାଜ୍ୟ ସରକାର କୁଶୁର୍ଲା ର ଘଣ୍ଟୁବାହାଲି ଭାଗ ଠାରେ ୨୦ଟି ପରିବାର ଥଇଥାନ କରିବା ପାଇଁକୁ ସ୍ୱତନ୍ତ୍ର କଲୋନିପଡ଼ା ସ୍ଥାପନ କରି ମାତ୍ର ୪ଜଣ (ସ୍ବର୍ଗତ ଚେରୁ ନାଗ, ସ୍ବର୍ଗତ ଦୂତିଆ ନାଗ, ସ୍ବର୍ଗତ କଲାବୁଟୁ ନାଗ ଓ ବିଟୁ ନାଗ)ଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ। ଅବଶିଷ୍ଟ ୧୬ ପରିବାର ପଟ୍ଟା ପାଇ ପାରୁ ନଥିବା ରୋହିତ ନାଗ ଅଭିଯୋଗ କରିଛନ୍ତି।

୧୯୮୭ ମସିହାରେ ତତ୍କାଳୀନ ରାଜ୍ୟ ସରକାର କୁଶୁର୍ଲା ର ଘଣ୍ଟୁବାହାଲି ଭାଗ ଠାରେ ୨୦ଟି ପରିବାର ଥଇଥାନ କରିବା ପାଇଁକୁ ସ୍ୱତନ୍ତ୍ର କଲୋନିପଡ଼ା ସ୍ଥାପନ କରି ମାତ୍ର ୪ଜଣଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ। ଅବଶିଷ୍ଟ ୧୬ ପରିବାର ପଟ୍ଟା ପାଇ ପାରୁ ନଥିବା ରୋହିତ ନାଗ ଅଭିଯୋଗ କରିଛନ୍ତି।

ଅନ୍ୟ ପଟେ ଏହି ୨୦ଟି ପରିବାର ରହିବା ପରେ ବର୍ତ୍ତମାନ ସୁଦ୍ଧା ଏହି କଲୋନିରେ ଆଦିବାସୀ, ହରିଜନ, ଓବିସି ବର୍ଗର ପ୍ରାୟ ୪୦ଟି ପରିବାର ବସବାସ କରୁଛନ୍ତିl ସେମାନେ ମଧ୍ୟ ପଟ୍ଟା ପାଇନାହାନ୍ତିl ଏହି କଲୋନିରେ ରହୁଥିବା ଅଧିକାଂଶ ପରିବାର ପ୍ରଧାନମନ୍ତ୍ରୀ ଆବାଜ ଯୋଜନାରେ ଘର ପାଇବାକୁ ଯୋଗ୍ୟ ଥିଲେ ହେଁ ଘର ଡିହ ପଟ୍ଟା ନ ଥିବାରୁ ଘର ପାଇ ପାରୁ ନାହାନ୍ତିl ଏନେଇ ତହସିଲଦାର ଅରୁଣ ବର୍ଗେ  ପଚାରିବାରୁ ଜିଲ୍ଲା ପ୍ରଶାସନକୁ ଜଣାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେl

Kalahand

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe