Laxmi Pradhan and her family Photograph: (sambad.in)
ଘୁ.ଉଦୟଗିରି: କାନ ଥିଲେ ନୋଳି ନାହିଁ ଏବଂ ନୋଳି ଥିଲେ କାନ ନଥିବା ଭଳି ଚାଲିଛି ଶାସନ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବା ନିମନ୍ତେ କାର୍ଯ୍ୟାଦେଶ ମିଳିଲା। ହେଲେ ଜାଗା ମିଳିଲା ନାହିଁ। ହିତାଧିକାରୀ ଏବେ ଘର କରିବେ କେଉଁଠି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ଗ୍ରାମପଞ୍ଚାୟତର କୁରୁମିଙ୍ଗିଆ ଗ୍ରାମରେ।
ଲକ୍ଷ୍ମୀ ପ୍ରଧାନଙ୍କ ପରିବାର ଭୂମିହୀନ ପରିବାର। ପାଖରେ ଇଞ୍ଚେ ଜମି ନାହିଁ। କିନ୍ତୁ ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ଅନ୍ତୋଦୟ ଆବାସ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ ହାତରେ ଅଛି କାର୍ଯ୍ୟାଦେଶ କାଗଜ। ପ୍ରଶ୍ନ ଉଠୁଛି ଘର ନିର୍ମାଣ କରିବେ କେଉଁଠି। ଜାଗା ନଥିବାରୁ ନିଜର ଚାରିଜଣ ଛୁଆ ଏବଂ ସ୍ବାମୀଙ୍କୁ ନେଇ ଏଦୁଆର ସେ ଦୁଆରରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି।
ସରକାରଙ୍କ ବିଚିତ୍ର ବ୍ୟବସ୍ଥା। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକର କୁରୁମିଙ୍ଗିଆ ଗ୍ରାମର ଲକ୍ଷ୍ମୀ ପ୍ରଧାନଙ୍କ ପରିବାର ହେଉଛନ୍ତି ଭୂମିହୀନ। ପାଖରେ ଇଞ୍ଚେ ମଧ୍ୟ ଜମି ନାହିଁ। କିନ୍ତୁ ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ଅନ୍ତୋଦୟ ଆବାସ ଯୋଜନାରେ ତାଙ୍କୁ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ କାଗଜପତ୍ର ମିଳିଛି। ଘର ସିନା ମିଳିଗଲା, ସେମାନେ ଘର ନିର୍ମାଣ କରିବେ କେଉଁଠି? ଜାଗା ନଥିବାରୁ ଲକ୍ଷ୍ମୀ ନିଜର ଚାରିଜଣ ଛୁଆ ଏବଂ ସ୍ବାମୀଙ୍କୁ ନେଇ ଏଦୁଆର ସେ ଦୁଆରରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି।
ସରକାର ତାଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଅନ୍ତୋଦୟ ଯୋଜନାରେ ଘର କରିବା ନିମନ୍ତେ ଗତ ୩୦ ତାରିଖ ଦିନ କାର୍ଯ୍ୟାଦେଶ ଦେଇଛନ୍ତି। ହେଲେ ଘର କରିବା ନିମନ୍ତେ ଜାଗା ଖଣ୍ଡେ ନଥିବାରୁ ସେ ଘର କେଉଁଠି କରିବେ ସେ ଚିନ୍ତାରେ ଅଛନ୍ତି। ବାରମ୍ବାର ଅଧିକାରୀଙ୍କ ନିକଟକୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କେହି ଶୁଣିନଥିବା ଅଭିଯୋଗ କରିଛନ୍ତି। ଗୃହ ନିର୍ମାଣ ନିମନ୍ତେ ଲକ୍ଷ୍ମୀଙ୍କ ପରିବାରକୁ ଏକ ଜମି ଯୋଗେଇ ଦେବାକୁ ଅନୁରୋଧ କରିଛନ୍ତି।
Kandhamal
Follow Us