ଓଡ଼ିଶାର ଏହି ଅଞ୍ଚଳରେ ଗଛ ଉପରକୁ ଚଢ଼ିଲେ ମିଳିଥାଏ ମୋବାଇଲ୍‌ ନେଟ୍‌ୱର୍କ

ବାଙ୍ଗିରିପୋଷି ବ୍ଲକର ତିନୋଟି ପଞ୍ଚାୟତକୁ ଆଜିବି ମୋବାଇଲ ସେବା ଅପହଞ୍ଚ। ଲୋକେ ଏବେ ବି ଗଛ ଚଢ଼ି ମୋବାଇଲ ନେଟୱର୍କ ଖୋଜୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ପାଠପଢ଼ା ସାତସପନ ପାଲଟିଛି। ଯେତେ ଯାହା ଅଭିଯୋଗ କଲେ ବି ସମସ୍ୟାର ସମାଧା ହେଉନାହିଁ।

mobile network

-ତିନୋଟି ପଞ୍ଚାୟତ ପାଇଁ ବସିଥିଲା ଟାଓ୍ବାର
-୫ଜି ମୋବାଇଲ ନହେଲେ ଲାଗୁନାହିଁ ଫୋନ୍‌ କଲ୍‌
-ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ସରପଞ୍ଚ 

କଳାବାଡ଼ିଆ: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଚାକିଡି, ବ୍ରାହ୍ମଣ ଗାଁ ଓ ସୋରିଷ ପାଳ ତିନୋଟି ପଞ୍ଚାୟତକୁ ଆଜିବି ମୋବାଇଲ ସେବା ଅପହଞ୍ଚ। ଲୋକେ ଏବେ ବି ଗଛ ଚଢ଼ି ମୋବାଇଲ ନେଟୱର୍କ ଖୋଜୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ପାଠପଢ଼ା ସାତସପନ। ସ୍ଥାନୀୟ ଚକିଡି ସରପଞ୍ଚ ବିକ୍ରମ ମୁର୍ମୁ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଚାକିଡି ଗାଁକୁ ବିଦ୍ୟୁତ ଓ ବିଏସଏନଏଲର ଟାଓ୍ବାର ବସିଥିଲା। ସେତେବେଳ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପ୍ରଚେଷ୍ଟାକୁ ମଧ୍ୟ ଅସ୍ବୀକାର କରାଯାଇ ପାରିବନାହିଁ ବୋଲି ସରପଞ୍ଚ କହିଛନ୍ତି। ହେଲେ କଣ ହେବ? ଟାଓ୍ବାର ବସିଲା। ବିଦ୍ୟୁତ ଚାର୍ଜ ହେଲା। ହେଲେ ଛୋଟ ମୋବାଇଲରେ ନେଟୱର୍କ ଆସିଲା ନାହିଁ। ୫ଜି ବଡ ମୋବାଇଲରେ ଲାଗିଲା। ପୁଣି ଗଛ ଚଢ଼ିବା ପାଇଁ ପଡୁଛି ଆଜ୍ଞା ବୋଲି ଗ୍ରାମବାସୀ କହନ୍ତି। ଆମେ ୮-୧୦ ହଜାର ଟଙ୍କା ପାଇବୁ ନା ବଡ଼ ମୋବାଇଲ କିଣିବୁ।

ସେହିପରି ବ୍ରାହ୍ମଣ ଗାଁ, ସୋରିଷ ପାଳ ପଞ୍ଚାୟତ ପାଇଁ ଚୋରା ବନ୍ଧ ଓ ଧଡିପାଣିରେ ଦୁଇଟି ନୂତନ ଟାଓ୍ବାର କାର୍ଯ୍ୟ ସରିଛି। ହେଲେ ଚାର୍ଜ ହୋଇ ନାହିଁ। କୁମ୍ଭିରମୁଣ୍ଢିରେ ମଧ୍ୟ ଏକ ଟାଓ୍ବାର କାର୍ଯ୍ୟ ଚାଲିଛି। ରେଙ୍ଗାଲବେଡା, ଶାଳ ଘାଟି ପରି ଘଞଜଙ୍ଗଲ ରେ ଗଛ ଚଢିଲେ ଆସୁଛି କିଛି ସ୍ଥାନ ରେ ନେଟୱର୍କ। ବୃଦ୍ଧ, ବୃଦ୍ଧା ଓ ଦିବ୍ଯାଙ୍ଗ ମାନଙ୍କ ପାଇଁ ମୋବାଇଲ ସେବା ଏବେ ବି ସାତସପନ ହୋଇଛି। ଗ୍ରାମର ଏହି ସମସ୍ୟା କୁ ନେଇ ଦୁଇ ମାସ ପୂର୍ବରୁ ଚାକିଡି ସରପଞ ବିକ୍ରମ ମୁର୍ମୁ ଓ ବ୍ରାହ୍ମଣ ଗାଁ ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ସୋରେନ କିଛି ଗ୍ରାମବାସୀ ଭୂବନେଶ୍ବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୋହନ ମାଝୀଙ୍କୁ ଦେଖା କରି ଲିଖିତ ଅଭିଯୋଗ କରିଛନ୍ତି। ଏବେ ସୁଦ୍ଧା ସମସ୍ୟା ସମାଧାନ ହୋଇ ନଥିବାରୁ ଉଭୟ ସରପଞ୍ଚ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe