ଅସହାୟ କୁଷ୍ଠ ବାଧିତ ସିନ୍ଦୁକିଙ୍କ ବୟସ ୮୧ ବର୍ଷ; ତଥାପି ମିଳୁନି ବର୍ଦ୍ଧିତ ଭତ୍ତା

ରାଜ୍ୟ ସରକାର ୮୦ବର୍ଷ ବୟସରୁ ଊର୍ଦ୍ଧ୍ବ ବୟସ୍କଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କିନ୍ତୁ ଆଜି ବି ଏମିତି ବହୁ ବୃଦ୍ଧ-ବୃଦ୍ଧା ଅଛନ୍ତି ଯେଉଁମାନେ ଏହି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇ ନିଜ ଘରେ ପଡିରହିଛନ୍ତି।

Old woman of Kandhmal

Old woman of Kandhmal Photograph: (sambad.in)

ଘୁ.ଉଦୟଗିରି: ରାଜ୍ୟ ସରକାର ୮୦ବର୍ଷ ବୟସରୁ ଊର୍ଦ୍ଧ୍ବ ବୟସ୍କଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କିନ୍ତୁ ଆଜି ବି ଏମିତି ବହୁ ବୃଦ୍ଧ-ବୃଦ୍ଧା ଅଛନ୍ତି ଯେଉଁମାନେ ଏହି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇ ନିଜ ଘରେ ପଡିରହିଛନ୍ତି।

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପୌରପରିଷଦର ୧୩ ନମ୍ୱର୍ ୱାର୍ଡ ବାଲୁପାଙ୍ଗାର କୁଷ୍ଠ ବାଧିତ ବୟୋ ବୃଦ୍ଧା ସିନ୍ଦୁକି ଦିଗାଲଙ୍କ ବୟସ ୮୧ ବର୍ଷ। ହେଲେ ସେ ଯେଉଁ ଏକ ହଜାର ଟଙ୍କା ଭତ୍ତା ପାଇବା କଥା ପାଉଛନ୍ତି।

ବର୍ଦ୍ଧିତ ଭତ୍ତା କାହିଁକି ମିଳୁନି ସେ କିଛି କହିପାରୁନାହାନ୍ତି। ସେ ଜଣେ ଅସହାୟ ବୃଦ୍ଧା ତାଙ୍କର କେହି ନାହାନ୍ତି। ସେ ଏକାକୀ ରହୁଛନ୍ତି।  ତାଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ପ୍ରଦାନ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe