ଧାମରା ବନ୍ଦରରେ ନାହିଁ ଚାକିରି, ରୋଜଗାର ପାଇଁ ମଇଁଷି ପାଳନ ମୁଖ୍ୟ ମାଧ୍ୟମ

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ପ୍ରତିଷ୍ଠା ହୋଇଛି ଧାମରା ବନ୍ଦର। ବନ୍ଦରରେ ଚାକିରି ମିଳିବ କହି ଏହି ଅଞ୍ଚଳର ହଜାର ହଜାର ଏକ ଚାଷ ଜମିକୁ ଲୋକେ ବନ୍ଦର କମ୍ପାନି ହାତକୁ ଟେକି ଦେଲେ। ବନ୍ଦର ହେଲା। ମାତ୍ର ଏଠି ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ଚାକିରି ନାହିଁ।

IMG_20250824_125246

ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ପ୍ରତିଷ୍ଠା ହୋଇଛି ଧାମରା ବନ୍ଦର। ବନ୍ଦରରେ ଚାକିରି ମିଳିବ କହି ଏହି ଅଞ୍ଚଳର ହଜାର ହଜାର ଏକ ଚାଷ ଜମିକୁ ଲୋକେ ବନ୍ଦର କମ୍ପାନି ହାତକୁ ଟେକି ଦେଲେ। ବନ୍ଦର ହେଲା। ମାତ୍ର ଏଠି ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ଚାକିରି ନାହିଁ। ଏଠି ଚାକିରି ପାଇଲେ ବାହାର ଜିଲ୍ଲାର ଲୋକ। ବାହାର ରାଜ୍ୟରୁ ଆସି  ବନ୍ଦରରେ ଚାକିରି କଲେ। କିନ୍ତୁ ସ୍ଥାନୀୟ ଯୁବକ ଯୁବତୀ ଜୀବନ ଜୀବିକା ପାଇଁ ମଇଁଷି ଚରାଉଛନ୍ତି।

ପେଟ ପୂରିବା ପାଇଁ ରୋଜଗାର ଦରକାର। ରୋଜଗାର  ପାଇଁ ବାପା ଗୋଷାପ ଅମଳର କୌଳିକ ବୃତ୍ତି ମଇଁଷି ପାଳନ କରି ଜୀବନ ଜୀବିକା ନିର୍ବାହ କରୁଛନ୍ତି ଏହି ଅଞ୍ଚଳର ଅନେକ ଯୁବକ। ଚାନ୍ଦବାଲି ବ୍ଲକର ବିଦେଶକରି ଯଶିପୁର ପଞ୍ଚାୟତର ଯଶିପୁର, କୁଦକାନ୍ତି, ବିଶ୍ୱନାଥପୁର, କରଣ ପୋଖରୀ, ବଳସାହି, ମତୋ, ନାଲଗୁଣ୍ଡା, ଗଦି, ଦିଗଛିଆ, ଘଂଟେଶ୍ୱର, ତୋଟାପଡ଼ା, ମଧପୁର, ନଳଗୋହିରା, ବାଶଡ଼ା, ଧାମରା, କରଣପଲ୍ଲି ଆଦି ଅଞ୍ଚଳର ଶହଶହ ଲୋକ ଏହି ମଇଁଷି ପାଳନ କରି ରୋଜଗାରକ୍ଷମ ହୋଇଛନ୍ତି। ମଇଁଷି ପାଳନ କରି ଏହାର କ୍ଷୀର ବିକ୍ରୀ କରିବା ସହ ଛେନା, ପନିର, ଲହୁଣୀ, ବସା, ଘିଅ ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଭଲ ରୋଜଗାର କରୁଛନ୍ତି। ଏହି ସବୁ ଅଞ୍ଚଳରେ ପ୍ରାୟ ୫୦୦୦ରୁ ଊର୍ଦ୍ଧ ମଇଁଷି ପାଳନ କରାଯାଇଥିବା ବେଳେ ଏହି ଅଞ୍ଚଳର ପ୍ରାୟ ୧୫୦୦ ଲୋକ ଏହି ମଇଁଷି ପାଳନ କରି ରୋଜଗାର କରୁଛନ୍ତି। 

ପ୍ରକାଶ ଥାଉକି ଯଶିପୁର  ଅଞ୍ଚଳରେ ପ୍ରାୟ ୩୦୦ ମଇଁଷି ପାଳନ କରାଯାଇଥିବା ବେଳେ ମତୋ, ଫାରସିବନ୍ଧ ଅଞ୍ଚଳର ପ୍ରାୟ ୨୫୦ରୁ ଅଧିକ ମଇଁଷି ପାଳନ କରାଯାଉଛି। ନାଲଗୋଣ୍ଡାରେ ୫୦, ମାଧପୁରରେ ୧୦୦, ନାଲଗୋହିରାରେ ୧୨୫, ବାସଡ଼ାରେ ୩୫୦, ଘଂଟେଶ୍ୱର ୩୦୦ରୁ ଅଧିକ ମଇଁଷି  ପାଳନ କରାଯାଉଛି। ଲୋକମାନେ ସେମାନଙ୍କର ପାରମ୍ପରିକ ଭାବରେ ମଇଁଷି ପାଳନ କରିବା ସହ ମଇଁଷି କ୍ଷୀରରୁ ବିଭିନ୍ନ ପ୍ରକାର ଖାଦ୍ୟ ସମଗ୍ରୀ ଏହି ଅଞ୍ଚଳରୁ ପ୍ରସ୍ତୁତ ହୋଇ ବାହାରକୁ ଯୋଗାଣ କରାଯାଉଛି। ଏହି ଅଞ୍ଚଳରେ ବିଶେଷ କରି ଗଦି, ଘଂଟେଶ୍ୱର, ପୀରହାଟ୍‌ରେ ଛେନା ମୁଡୁକି ବେଶ୍ ପ୍ରସିଦ୍ଧ। ଏହାର ସ୍ଵାଦ ବହୁତ ବଢିଆ। ସେହିପରି ଦୁଧରୁ ପ୍ରସ୍ତୁତ ଭଲ ଛେନା ଓ ପନିର ଏହି ଅଞ୍ଚଳରେ ମିଳେ। ବିଶେଷ କରି ଗୋପାଳ ସମ୍ପ୍ରଦାୟର ଲୋକମାନେ ଏହି ମଇଁଷି ପାଳନକୁ କୌଳିକ ବୃତ୍ତି ଭାବରେ ଗ୍ରହଣ କରିଛନ୍ତି।

ମଇଁଷି ପାଳନ ସମ୍ପର୍କରେ ଯଶିପୁରର କୁନ୍ଦ କାନ୍ତି ଗ୍ରାମର ଶଶିକାନ୍ତ ଦାସ କହନ୍ତି, ଆମର ଜେଜେ ବାପାଙ୍କ ଅମଳରୁ  ମଇଁଷି ପାଳନ କରାଯାଉଛି। ମୁଁ ଏବେ ୪୦ଟି ମଇଁଷି ପାଳନ କରିଛି। ଗୋଟିଏ  ମଇଁଷିରୁ ପ୍ରାୟ ୬ରୁ ୭ ଲିଟର କ୍ଷୀର ଦେଉଛି। କ୍ଷୀର ଲିଟର ୫୦ରୁ ୬୦ ଟଙ୍କାରେ ବିକ୍ରି କରୁଛୁ। ଯଶୀପୁର ଓମଫେଡ ଡିପୋରେ କ୍ଷୀର ବିକି ଦେଉଛୁ। କ୍ଷୀର ଅଧିକ ହେଲେ ସେଥିରୁ ଛେନା ପ୍ରସ୍ତୁତ କରୁଛୁ। ଛେନା କିଲୋ ପ୍ରତି ୧୫୦ ଟଙ୍କାରେ ବେପାରୀଙ୍କୁ ବିକି ଦେଉଛୁ। ପନିର କିଲୋ ୨୫୦ ଟଙ୍କାରେ ବିକ୍ରି କରୁଛୁ। ରାତି ପାହିଲେ ଆମ ଅଞ୍ଚଳରୁ ଶହ ଶହ ଲିଟର କ୍ଷୀର ବାହାରକୁ ବିକ୍ରି ହେବାକୁ ଯାଉଚି। ସେହିପରି ଛେନା ଓ ପନିର ଭଦ୍ରକ, ଚାନ୍ଦବାଲି, ବାସୁଦେବପୁର, ତିହିଡି, ବନ୍ତ ଆଦି ବ୍ଲକକୁ ଯୋଗାଣ କରାଯାଉଛି। ଜିଲ୍ଲାର ବିଭିନ୍ନ ମିଠା ଦୋକାନ ଘଂଟେଶ୍ୱର, ଗଦି, ପୀରହାଟ ଛେନା, ପନିର ଓ କ୍ଷୀର ଉପରେ ନିର୍ଭର କରନ୍ତି। ବାଲେଶ୍ଵରର ଅନେକ ସ୍ଥାନକୁ ଏଠାରୁ ଛେନା ଓ ପନିର ଯୋଗାଣ କରାଯାଉଛି। ଏହି ମଇଁଷି କ୍ଷୀରରୁ ବିଶେଷ କରି ପ୍ରସ୍ତୁତ ହେଉଥିବା ଘଣ୍ଟେଶ୍ୱର ଓ ଗଦି ବଜାରର ଛେନା ମୁଡୁକି ଓଡ଼ିଶା ପ୍ରସିଦ୍ଧ ଲାଭ କଟିଛି। 

ଶଶିକାନ୍ତଙ୍କ ପରି ଏହି  ଅଞ୍ଚଳର ଜଡ଼ା ନାୟକ ମଧ୍ୟ  ମହିଶି ପାଳନ କରି ଜୀବିକା ନିର୍ବାହ କରୁଛନ୍ତି । ତାଙ୍କର ୩୦ଟି ମଇଁଷି ରଖିଛନ୍ତି। ପ୍ରତିଦିନ କ୍ଷୀର ବିକ୍ରି କରିବା ସହ ଛେନା କରି ବଜାରରେ ବିକ୍ରି କରୁଛନ୍ତି। ଏହି ସବୁ ଅଞ୍ଚଳରେ ପ୍ରତିଦିନ ପ୍ରାୟ ୧୩୦୦୦ ରୁ ୧୫୦୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି। ସବୁ କ୍ଷୀରକୁ ଗାଁରେ କିମ୍ବା ଓମ୍ ଫେଡ଼ କାଉଣ୍ଟର ବିକ୍ରି ନକରିବେହି ସବୁ ଅଞ୍ଚଳର ଲୋକମାନେ ଛେନା ଓ ପନିର ପ୍ରସ୍ତୁତ କରି ବାହାର ମାର୍କେଟକୁ ବିକ୍ରି କରିବାକୁ ପଠାଇ ଭଲ ରୋଜଗାର କରୁଛନ୍ତି। ବିବାହ ଭୋଜି ଭାତ ବେକେ ଘେଣ୍ଟେଶ୍ୱର ଓ ଗଦି, ଯଶିପୁର ଅଞ୍ଚଳର ଛେନା ଓ ପନିର ଭାଉ ଅଧିକ ରହିଥାଏ। ଏହି ଅଞ୍ଚଳରେ ଖାଣ୍ଟି ଛେନା ମିଳୁଥିବାରୁ ସମସ୍ତଙ୍କର ଡିମାଣ୍ଡ ରହିଛି। ଧାମରା ବନ୍ଦରରେ ଚାକିରି ମିଳିଲା ନାହିଁ। ସରକାରୀ ଚାକିରି ନାହିଁ। ଜୀବନ ଜୀବିକା ପାଇଁ ଏହି ଅଞ୍ଚଳର ଅନେକ ଯୁବକ ମଇଁଷି ପାଳନ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe