No Sponsorship Orphans ଅନାଥ ପିଲାଙ୍କୁ ମିଳୁନି ସ୍ପନସରସିପ ରାଶି, ରାଜ୍ୟରେ ହଜାରେ ଅନାଥ ବଞ୍ଚିତ

୬ ମାସ ହେଲା ରାୟଗଡ଼ା ଜିଲ୍ଲାର ଅନାଥ ପିଲାଙ୍କୁ ସେମାନଙ୍କ ପ୍ରାୟୋଜିତ(sponsorship)ରାଶି ମିଳିନଥିବା ସୂଚନାରୁ ଜଣାପଡିଛି । କେବଳ ରାୟଗଡ଼ା ନୁହେଁ ସମଗ୍ର ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି I

Untitled

no sponsorship for orphans Photograph: (sambad.in)

ରାୟଗଡ଼ା: ୬ ମାସ ହେଲା ରାୟଗଡ଼ା ଜିଲ୍ଲାର ଅନାଥ ପିଲାଙ୍କୁ ସେମାନଙ୍କ ପ୍ରାୟୋଜିତ(ସ୍ପନସରସିପ)ରାଶି ମିଳିନଥିବା ସୂଚନାରୁ ଜଣାପଡିଛି । ଜିଲ୍ଲା ଶିଶୁ ସୁରକ୍ଷା  ୟୁନିଟ କାର୍ଯ୍ୟାଳୟର ସୂଚନାରୁ ଜଣାପଡିଛି I କେବଳ ରାୟଗଡ଼ା ନୁହେଁ ସମଗ୍ର ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି I ରାଜ୍ୟର ହଜାର ହଜାର ଅନାଥ ପିଲା ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି I

ରାୟଗଡ଼ା ଜିଲ୍ଲାର ୧୭୦ ଜଣ ଅନାଥ ପିଲାଙ୍କୁ ସ୍ପନସରସିପ ରାଶି ମିଳୁଥିଲା

ରାୟଗଡ଼ା ଜିଲ୍ଲାର ପାଖାପାଖି ୧୭୦ ଜଣ ୬ରୁ ୧୮ବର୍ଷ ପର୍ଯ୍ୟନ୍ତ ଅନାଥ ପିଲାଙ୍କୁ ସ୍ପନସରସିପ ରାଶି ମିଳୁଥିଲା। ଏହି ସହାୟତା ରାଶି ଅନାଥ ପିଲାଙ୍କ ଶିକ୍ଷା,ଖାଦ୍ୟ ଏବଂ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟେକ ମାସରେ ୪ହଜାର ଟଙ୍କା ସେମାନଙ୍କ ଆକାଉଣ୍ଟ ସିଧାସଳଖ ଯାଉଥିଲା। ଗତ ୬ ମାସ ହେଲା ଏହି ରାଶି ସେମାନଙ୍କୁ ମିଳୁନଥିବାରୁ ସେମାନଙ୍କୁ ପାଳନ କରୁଥିବା ଅବିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ କିଛି ହିତାଧିକାରୀମାନେ ଡିସିପିୟୁ କର୍ମକର୍ତ୍ତାଙ୍କ ସହ ଯୋଗଯୋଗ କରୁଥିଲେ ମଧ୍ୟ ସେମାନଙ୍କୁ ସନ୍ତୋଷଜନକ ଉତ୍ତର ମିଳୁନଥିବା ପ୍ରକାଶ କରିଛନ୍ତି । ଯେଉଁ ଛୁଆର ବାପା କିମ୍ବା ମା ଓ ଉଭୟ ମୃତ୍ୟୁବରଣ କରିଥିବେ ଏବଂ ଏହି ଛୁଆମାନଙ୍କୁ ଦାୟିତ୍ବ ନେଇଥିବା ସଂପର୍କୀୟ ମାନଙ୍କ ବାର୍ଷିକ ରୋଜଗାର ୯୦ହଜାରରୁ କମ୍ ଥିବ ସେହିମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କିଛି ଅନାଥ ଛୁଆଙ୍କୁ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟମାନଙ୍କରେ ଥଇଥାନ କରାଯାଇଥିବା ବେଳେ ଜିଲ୍ଲାର ପାଖାପାଖି ୧୭୦ ଜଣ ଅନାଥ ଛୁଆ ୪ହଜାର ଟଙ୍କାର ସ୍ପନସରସିପ ରାଶି ପାଇ ନିଜ ସଂପର୍କୀୟ ଅଭିଭାବକଙ୍କ ନିକଟରେ ରହି ସରକାରଙ୍କ ଏହି ସୁବିଧା ପାଉଛନ୍ତି।

ଆହୁରି ପଢ଼ନ୍ତୁ: Odisha Govt 58 Cold Stores ସବ୍ ଡିଭିଜନ୍ ସ୍ତରରେ ୫୮ ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ, ୨୫୨ କୋଟି ଟଙ୍କା ବ୍ୟୟବରାଦ

ଏହି ଯୋଜନାର ଲକ୍ଷ୍ୟ ଥିଲା ଯେଉଁ  ଅନାଥ ପିଲାମାନେ ବାପା ମାଙ୍କୁ ହରାଇଲା, ପରେ ସଂପର୍କୀୟମାନେ ଆର୍ଥିକ ସମସ୍ୟା ଯୋଗୁଁ ବିଭିନ୍ନ  ବେସରକାରୀ ଅନାଥଶ୍ରମରେ ଛାଡିଦେଉଥିଲେ।  ଫଳରେ ଅନାଥ ଛୁଆମାନେ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ନିର୍ଯାତିତ ହେଉଥିଲେ । ସେମାନଙ୍କୁ ଏହି ସମସ୍ୟାରୁ ରକ୍ଷା କରି ସେମାନଙ୍କ ସଂପର୍କୀୟଙ୍କ ପାଖରେ ରହି ଠିକ ରୂପେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଖାଦ୍ୟର ସୁବିଧା ପାଇବା ପାଇଁ ଯୋଜନା କରାଯାଇଥିଲା। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଚୁଆନଙ୍କୁ ପଚାରିବାରୁ ଗତ ୫/୬ମାସ ହେଲା ଅନାଥ ପିଲାଙ୍କୁ ଏହି ରାଶି ମିଳିନଥିବା ସ୍ବୀକାର କରିବା ସହ ଏନେଇ ରାଜ୍ୟ ସ୍ତରୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇ ସମସ୍ୟା ସଂପର୍କରେ ଅବଗତ କରାଯାଇଛି। ରାଜ୍ୟରୁ ଏନେଇ ପାଣ୍ଠି ଆସିଲେ ସେମାନଙ୍କୁ ପଠାଇ ଦିଆଯିବ ବୋଲି ଡିସିପିଓ ଶ୍ରୀ ଚିଚୁଆନ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ:Murder Main Accused Arrested ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ମୁଖ୍ୟ ଅଭିଯୁକ୍ତ ଓ ୫ ସହଯୋଗୀଙ୍କୁ ବାନ୍ଧିଲା ପୁଲିସ

ସୂଚନାରୁ ଜଣାପଡିଛି ଜିଲ୍ଲାର କେତେକ ଅନାଥ ପିଲା ଏହି ଯୋଜନାରେ ସାମିଲ ହେବା ପାଇଁ ସିଡବ୍ଲୁସିକୁ ଆବଦେନ କରିଛନ୍ତି। କିନ୍ତୁ ରାଜ୍ୟରୁ ସହାୟତା ରାଶି ଆସିନଥିବାରୁ ଆବେଦନ କରିଥିବା ଅନାଥ ଛୁଆଙ୍କୁ ଦିଆଯାଇପାରିନି ପାଣ୍ଠି ଆସିଲେ ସେମାନଙ୍କ ଆବେଦନକୁ ଯାଞ୍ଚ କରି ସହାୟତା ଦିଆଯିବ ବୋଲି ଡିସିପିଓ ଶ୍ରୀ ଚିଚୁଆନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe