୧୮ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଲା ଏହି ସଂଘ

Advertisment

୧୪ବର୍ଷ ଧରି କାମ କରି ଆସିବା ପରେ ସ୍ଥାୟୀ ନିଯୁକ୍ତି ଦେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋରାପୁଟ ଓସମା ଜିଲ୍ଲାସଂଘ ପକ୍ଷରୁ  ଆଜି ସଂଧ୍ୟାରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଭି.କିର୍ତ୍ତି ୱାସନଙ୍କୁ ପ୍ରଦାନ କରାଯାଇଛି।

୧୪ବର୍ଷ ଧରି କାମ କରି ଆସିବା ପରେ ସ୍ଥାୟୀ ନିଯୁକ୍ତି ଦେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋରାପୁଟ ଓସମା ଜିଲ୍ଲାସଂଘ ପକ୍ଷରୁ  ଆଜି ସଂଧ୍ୟାରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଭି.କିର୍ତ୍ତି ୱାସନଙ୍କୁ ପ୍ରଦାନ କରାଯାଇଛି।

Koraput collector

Koraput collector Photograph: (Sambad )

କୋରାପୁଟ: ଓଡ଼ିଶା ରାଜ୍ୟ ଏମସି ଓ ଏପିଓ (ଓସମା) ସଂଘର ଆହ୍ଵାନ କ୍ରମେ  ଆଜି ୧୪ବର୍ଷ ଧରି କାମ କରି ଆସିବା ପରେ ସ୍ଥାୟୀ ନିଯୁକ୍ତି ଦେଉନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାସଂଘ ପକ୍ଷରୁ  ଆଜି ସଂଧ୍ୟାରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଭି.କିର୍ତ୍ତି ୱାସନଙ୍କୁ ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ଜିଲ୍ଲା ସଭାପତି ସୌମେନ୍ଦ୍ର କୁମାର ନାୟକ, ସଂଯୋଜକ ସନ୍ତୋଷୀ ମହାପାତ୍ର ,ଜିଲ୍ଲା ସଂଯୋଜକ ରଶ୍ମିତା ଦାସ, ରାଜ୍ୟ ସମ୍ପାଦକ ମାନସ ରଞ୍ଜନ  କର, ସାଗରିକା ପଣ୍ଡା, ଶକ୍ତି କୁମାର ନାୟକ, ରଜନିକାନ୍ତ ବେହେରା, ଉମାକାନ୍ତ ବେହେରା, ଚିନ୍ତାମଣି  ତାଣ୍ଡି, ଜୁନାସ  ଶବର, ଡି. ଏସ୍ ଜିତା, ଅଶ୍ୱସିନୀ ଖୋସ୍ଲା, ସୁଷମା ପରଜା, ମସିଦାସ ଖୋସ୍ଲା ପ୍ରମୁଖ ଉପସ୍ଥିତ ରହିଥିଲେ। 

ଦୀର୍ଘ ୧୪ ବର୍ଷ କାର୍ଯ୍ୟ କରିବା ମଧ୍ୟରେ ବହୁବାର ସଂଘ ପକ୍ଷରୁ ପୂର୍ବ ସରକାରଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା, ହେଲେ ମଧ୍ୟ  ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ  ବୋଲି ଏଥିରେ ଉଲ୍ଲେଖ ରହିଛି। ଏପରିକି ଅନ୍ୟ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୬ବର୍ଷ କାମ କରିବା ପରେ ସ୍ଥାୟୀ କରାଯାଉଛି। କିମ୍ବା ପଦନ୍ନୋତି ଦିଆଯାଉଛି। ଏହାରି ମଧ୍ୟରେ ଜିଆରଏସ୍ ଭାବେ କାମ କରି ଆସୁଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଏଡିଇଓ ଭାବେ ନିଯୁକ୍ତି ଦିଆଯାଇଛି। ପଂଚାୟତସ୍ତରରେ ଜିପିଟିଏ (ଗ୍ରାମପଂଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ) ଭାବେ କାର୍ଯ୍ୟକରୁଥିବା ଯନ୍ତ୍ରୀଙ୍କୁ ଏବେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।

ତେବେ ଗତ ୧୪ବର୍ଷ ଧରି ବ୍ଲକର ଏପିଓ ତଥା ଏମସି ଭାବେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନି। ସମସ୍ତ ସରକାରୀ ଯୋଜନାର କାର୍ଯ୍ୟକାରୀ ଦିଗରେ ବ୍ଲକ ଓ ଜିଲ୍ଲାସ୍ତରରେ ଏହି କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ପୁରୁଣା ସରକାର ପାତରଅନ୍ତର କରିଥିବା ବେଳେ ନୂଆ ସରକାର ଅବହେଳା ନ କରି ସ୍ଥାୟୀ ନିଯୁକ୍ତି ଦେବାକୁ ଏମାନେ ଦାବି କରିଛନ୍ତି। 

ଆଗାମୀ ୧୮ତାରିଖ ଦିନ ସାମୁହିକ କାର୍ଯ୍ୟବନ୍ଦ କରି ପୁଣି ଥରେ ନୂଆ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହିତ ଦାବି ଗୁଡ଼ିକ ସମ୍ପର୍କରେ ଜଣାଯିବ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଏହି ସ୍ମାରକପତ୍ରର ନକଲ ମୁଖ୍ୟମନ୍ତ୍ରୀ, ପଂଚାୟତିରାଜ ମନ୍ତ୍ରୀ ଓ ସଚିବ, ନିର୍ଦ୍ଦେଶକ ଆଦିଙ୍କୁ ବି ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe