ସୁନ୍ଦରଗଡ଼: ଅଧଘଣ୍ଟା ଛାତରେ ଝୁଲି ରହିଲେ, ହେଲେ କେହି ଆସିଲେ ବଞ୍ଚାଇବାକୁ। ଶେଷରେ ହାତ ଖସିଗଲା ଓ ତଳେ ପଡ଼ି ପ୍ରାଣ ହରାଇଲେ ଯୁବ ରୋଗୀ। ଆଜି ସକାଳେ ଚରମ ଅବହେଳା ଓ ଅବ୍ଯବସ୍ଥାର ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ। ତୃତୀୟ ମହଲା ଛାତରୁ ଖସି ପଡ଼ି ଜଣେ ଯୁବ ରୋଗୀଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ଅନିଲ ସୋରେଙ୍ଗ ଏବଂ ସେ ସଦର ଥାନା ଡାଏନିଡିହି ଗାଁର ବୋଲି ଜଣା ପଡ଼ିଛି।
ରବିବାର ଅପସ୍ମାର ରୋଗରେ ପୀଡ଼ିତ ହୋଇ ଭର୍ତ୍ତି ହୋଇଥିଲେ। ଆଜି ସେ ଡାକ୍ତରଖାନାରୁ ଘରକୁ ଆସିଥାନ୍ତେ। କିନ୍ତୁ ସକାଳୁ ସେ ତା ମାଆକୁ ଘରକୁ ଯିବା ଯିବା ବୋଲି କହୁଛୁ । ଘରକୁ ନେଉନାହୁଁ କହି ଶଯ୍ଯାରୁ ଉଠି ଝରକା ଖୋଲି ଛାତକୁ ପଳେଇ ଯାଇଥିଲେ। ପଛରୁ ମା ଯାଉଥିବାବେଳ ଯୁବକ ଭାରସାମ୍ୟ ହରାଇ ଛାତରୁ ପଡ଼ିଯାଇଥିଲେ । ଭାଗ୍ୟବଶତଃ ତଳକୁ ନପଡ଼ି ଛାତରେ ଅଧ ଘଣ୍ଟା ଯାଏଁ ଲଟକି ବଞ୍ଚାଇବା ପାଇଁ ପାଟି କରିଥିଲେ। ତାଙ୍କ ମାଆ ଏକୁଟିଆ ନିରୁପାୟ ହୋଇ କଣ କରିବି କଣ ନାହିଁ ଚିନ୍ତା କରି ପାରିନଥିଲେ। ଅନ୍ୟପଟେ କିଛି ଲୋକ ଦେଖଣାହାରୀ ସାଜିଥିଲେ। କିନ୍ତୁ ମେଡିକାଲର କୌଣସି କର୍ମଚାରୀ କି ଅଧିକାରୀ ପହଞ୍ଚି ନଥିଲେ। ସମୟ ଥିଲା ଚେଷ୍ଟା କରିଥିଲେ ବଞ୍ଚାଇ ପାରିଥାନ୍ତେ କିନ୍ତୁ କେହି ଚେଷ୍ଟା ମଧ୍ୟ କଲେ ନାହିଁ। ଶେଷରେ ହାତ ଖସି ଯାଇଥିଲା ଓ ସିଧା ତଳକୁ ଖସି ପଡ଼ି ତାଙ୍କ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ମା ଇଲିସାବା ସୋରେଙ୍ଗ। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।
ଗତ ରବିବାର ଅପସ୍ମାର ରୋଗରେ ପୀଡ଼ିତ ହୋଇ ଭର୍ତ୍ତି ହୋଇଥିଲେ। ଆଜି ସେ ଡାକ୍ତରଖାନାରୁ ଘରକୁ ଆସିଥାନ୍ତେ। କିନ୍ତୁ ସକାଳୁ ସେ ତା ମାଆକୁ ଘରକୁ ଯିବା ଯିବା ବୋଲି କହୁଛୁ । ଘରକୁ ନେଉନାହୁଁ କହି ଶଯ୍ଯାରୁ ଉଠି ଝରକା ଖୋଲି ଛାତକୁ ପଳେଇ ଯାଇଥିଲେ। ପଛରୁ ମା ଯାଉଥିବାବେଳ ଯୁବକ ଭାରସାମ୍ୟ ହରାଇ ଛାତରୁ ପଡ଼ିଯାଇଥିଲେ । ଭାଗ୍ୟବଶତଃ ତଳକୁ ନପଡ଼ି ଛାତରେ ଅଧ ଘଣ୍ଟା ଯାଏଁ ଲଟକି ବଞ୍ଚାଇବା ପାଇଁ ପାଟି କରିଥିଲେ। ତାଙ୍କ ମାଆ ଏକୁଟିଆ ନିରୁପାୟ ହୋଇ କଣ କରିବି କଣ ନାହିଁ ଚିନ୍ତା କରି ପାରିନଥିଲେ। ଅନ୍ୟପଟେ କିଛି ଲୋକ ଦେଖଣାହାରୀ ସାଜିଥିଲେ। କିନ୍ତୁ ମେଡିକାଲର କୌଣସି କର୍ମଚାରୀ କି ଅଧିକାରୀ ପହଞ୍ଚି ନଥିଲେ। ସମୟ ଥିଲା ଚେଷ୍ଟା କରିଥିଲେ ବଞ୍ଚାଇ ପାରିଥାନ୍ତେ କିନ୍ତୁ କେହି ଚେଷ୍ଟା ମଧ୍ୟ କଲେ ନାହିଁ। ଶେଷରେ ହାତ ଖସି ଯାଇଥିଲା ଓ ସିଧା ତଳକୁ ଖସି ପଡ଼ି ତାଙ୍କ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ମା ଇଲିସାବା ସୋରେଙ୍ଗ। ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।
Follow Us