ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ବଲାଙ୍ଗୀର ସାଂସଦଙ୍କ ନୋମିନି

Advertisment

ବଲାଙ୍ଗୀର ଲୋକସଭା ସଦସ୍ୟା ସଙ୍ଗୀତା କୁମାରୀ ସିଂଦେଓଙ୍କ ସଇଁତଳା ବ୍ଲକ୍ ନୋମିନି ଗଦାଧର ବଗର୍ତ୍ତୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଆଜି ବାଇକ୍‌ରେ ଯାଉଥିବା ବେଳେ କୁକୁର ସହିତ ଧକ୍କା ହେବାରୁ ଦୁର୍ଘଟଣାର ଶିକାର ହୋଇଥିଲେ।

ବଲାଙ୍ଗୀର ଲୋକସଭା ସଦସ୍ୟା ସଙ୍ଗୀତା କୁମାରୀ ସିଂଦେଓଙ୍କ ସଇଁତଳା ବ୍ଲକ୍ ନୋମିନି ଗଦାଧର ବଗର୍ତ୍ତୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଆଜି ବାଇକ୍‌ରେ ଯାଉଥିବା ବେଳେ କୁକୁର ସହିତ ଧକ୍କା ହେବାରୁ ଦୁର୍ଘଟଣାର ଶିକାର ହୋଇଥିଲେ।

Saintala1

ସଇଁତଳା: ବଲାଙ୍ଗୀର ଲୋକସଭା ସଦସ୍ୟା ସଙ୍ଗୀତା କୁମାରୀ ସିଂଦେଓଙ୍କ ସଇଁତଳା ବ୍ଲକ୍ ନୋମିନି ଗଦାଧର ବଗର୍ତ୍ତୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଆଜି ବାଇକ୍‌ରେ ଯାଉଥିବା ବେଳେ କୁକୁର ସହିତ ଧକ୍କା ହେବାରୁ ଦୁର୍ଘଟଣାର ଶିକାର ହୋଇଥିଲେ। 

ସୂଚନା ଅନୁସାରେ ବଲାଙ୍ଗୀର ଲୋକ ସଭା ସଦସ୍ୟା ସଙ୍ଗୀତା କୁମାରୀ ସିଂଦେଓଙ୍କ ସଇଁତଳା ବ୍ଲକ୍ ନୋମିନୀ ଗଦାଧର ବଗର୍ତ୍ତୀ ଆଜି ସକାଳୁ ତାଙ୍କ ନିଜ ଗ୍ରାମ ଟିକ୍ରାପଡ଼ାରୁ ସୁରେଶ ଦନ୍ତାଙ୍କ ସହ ବାଇକ୍‌ରେ ବନ୍ଧପଡ଼ା ଭୂତିଆରବାହାଲ ଦେଇ ବଲାଙ୍ଗୀର ଯାଉଥିଲେ। ଏହି ସମୟରେ ରାସ୍ତାରେ ଏକ କୁକୁର ସହ ଧକ୍କା ହୋଇଥିଲା।

ଦୁର୍ଘଟଣାର ଶିକାର ହେଲା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ନିଆ ହୋଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ ସ୍ବର୍ଗତଃ ବଗର୍ତ୍ତୀ ବଲାଙ୍ଗୀର ବିଜେପି ଜିଲ୍ଲାସ୍ତରୀୟ ପାର୍ଟି ବୈଠକକୁ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସୁରେଶ ଦନ୍ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

Balangir 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe