ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ କଲେ ଅଣହିନ୍ଦୁ; କରାଗଲା ଶୁଦ୍ଧିକରଣ

ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଶୁକ୍ରବାର ଦିନ ଜଣେ ଅଣହିନ୍ଦୁ ପ୍ରବେଶ କରିଛନ୍ତି। ସଂପୃକ୍ତ ବ୍ୟକ୍ତି ରୋମାନର ନାଗରିକ ବୋଲି ଜଣାପଡ଼ିଛି। ସେ ହେଲେ ଆଣ୍ଡ୍ରି ଖ୍ରୀଷ୍ଟିଆନ ଏହି ଅଘଟଣ ଭକ୍ତଙ୍କୁ ଆଘାତ ଦେଇଛି।

Lingaraj temple

Lingaraj temple Photograph: (sambad.in )

ଭୁବନେଶ୍ବର: ପୁଣି ଥରେ ଓଡ଼ିଶାର ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନେଇ ଖବର ଆସିଛି। ଏଥର ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଶୁକ୍ରବାର ଦିନ ଜଣେ ଅଣହିନ୍ଦୁ ପ୍ରବେଶ କରିଛନ୍ତି। ସଂପୃକ୍ତ ବ୍ୟକ୍ତି ରୋମାନର ନାଗରିକ ବୋଲି ଜଣାପଡ଼ିଛି। ସେ ହେଲେ ଆଣ୍ଡ୍ରି ଖ୍ରୀଷ୍ଟିଆନ ଏହି ଅଘଟଣ ଭକ୍ତଙ୍କୁ ଆଘାତ ଦେଇଛି।

ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ଭିତରେ ଜଣେ ବିଦେଶୀ ନାଗରିକ ତଥା ଅଣହିନ୍ଦୁ ବୁଲୁଥିବା ସମୟରେ ତାଙ୍କର ଗତିବିଧିକୁ ସନ୍ଦେହ କରି କିଛି ସେବାୟତ ଓ ଲିଙ୍ଗରାଜ ମନ୍ଦିର ପୁଲିସ ପଚରାଉଚରା କରିଥିଲେ। ବ୍ୟକ୍ତି ଜଣକ ରୋମାନର ନାଗରିକ ଏବଂ ତାଙ୍କ ନା ଆଣ୍ଡ୍ରି ଖ୍ରୀଷ୍ଟିଆନ ବୋଲି ଜଣାପଡ଼ିଥିଲା।

ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ବିଦେଶୀ ନାଗରିକ ତଥା ଅଣହିନ୍ଦୁ ପ୍ରବେଶ କରିଛନ୍ତି। ମନ୍ଦିର ଭିତରେ ବୁଲାବୁଲି କରୁଥିବା ବେଳେ ଏହି ଦୃଶ୍ୟ ଭକ୍ତଙ୍କ ନଜରକୁ ଆସିଛି। ସେ ଯେତେବେଳେ ମନ୍ଦିରକୁ ପ୍ରବେଶ କରିଥିଲେ, ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀମାନେ କେମିତି ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହାପରେ ଆଣ୍ଡ୍ରିଙ୍କୁ ମନ୍ଦିର ପରିସରରେ ଥିବା ଏକ ମନ୍ଦିର କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚରା କରାଯାଇଥିଲା। ଅଣହିନ୍ଦୁ ମନ୍ଦିର ଭିତରକୁ ପ୍ରବେଶ କରିବାରୁ ମନ୍ଦିରର ଶୁଦ୍ଧିକରଣ କରାଯାଇଥିଲା। ନୀତି ବିଭ୍ରାଟ ହେବାରୁ ଲିଙ୍ଗରାଜ ମନ୍ଦିରରେ ବଡ଼ ଧୋକାଳ ନୀତି ହୋଇଥିଲା। ମନ୍ଦିର ପରିସର ଓ ସିଂହଦ୍ବାରରେ ଚୂନପାଣି ପକାଯାଇଥିଲା। ଏହାପରେ ଅଭଡାକୁ ଅମୁଣିଆ କୂଅରେ ବିସର୍ଜନ କରାଯାଇଥିଲା। ପ୍ରଭୁ ଲିଙ୍ଗରାଜକୁ ସ୍ନାନ କରାଯିବା ସହ ପୁଣି ଥରେ ବେଶ କରାଯାଇଥିଲା।

ସୂଚନାଯୋଗ୍ୟ, ରାଜ୍ୟରେ ହିନ୍ଦୁମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରିବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ହୋଇଥିବା ନଜିର ରହିଛି। ଗତବର୍ଷ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିଥିଲେ। ବାଂଲାଦେଶରୁ ଆସିଥିବା ଅଣହିନ୍ଦୁ ଗୋଷ୍ଠୀର କିଛି ଲୋକ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଆଉ କିଛି ଲୋକ ବାହାରେ ବୁଲାବୁଲି କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଥିଲେ। 

 Bhubaneswar | Lingaraj temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe