traffic Photograph: (Sambad )
କୋରାପୁଟ: ଟ୍ରାଫିକ ସମସ୍ୟାରେ ଘାଣ୍ଟି ହେଉଛି କୋରାପୁଟ ସହର। ବାଇପାସ ରାସ୍ତା ନିର୍ମାଣ କେବେ ହେବ ତାହା ସ୍ପଷ୍ଟ ହୋଇପାରୁନି। ଡୁରୁଗୁଡାରୁ ପଡେଇଗୁଡା ଯାଏଁ ୧୩.୧କିଲୋମିଟରର ବାଇପାସ୍ ଆଲାଏନମେଣ୍ଟ କରାଯିବାର ନୂଆ ପ୍ରସ୍ତାବ ପୁଣି କେନ୍ଦ୍ରସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ଯିବ। ତେବେ ତାହା କେବେ ମଂଜୁର ହୋଇ ଆସିବ ତାହା ସ୍ପଷ୍ଟ ହୋଇନି।
ଅପରପକ୍ଷରେ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଉଠାଦୋକାନୀ ମାନେ ରାସ୍ତା ଉପରେ , ଦୋକାନୀ ମାନେ ନିଜ ଦୋକାନ ସମ୍ମୁଖ ଯାଏଁ ସାମଗ୍ରୀ ରଖିବା ଫଳରେ ବ୍ୟାପକ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏହି ସମସ୍ୟାକୁ ସୁଧାରିବା ପାଇଁ ପୌରପାଳିକା ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ସମସ୍ତ ଗାଡ଼ି ପାର୍କିଂ କରି ନ ରଖି ବୟନିକା ପାର୍ଶ୍ବ ପଡିଆର ପଛ ପଟ ପାର୍ଶ୍ବ, ବସଷ୍ଟାଣ୍ଡ ପାର୍ଶ୍ବ ହକି ପଡ଼ିଆରେ ରଖିବାକୁ କୋରାପୁଟ ପୌରପାଳିକା ପକ୍ଷରୁ ଅନୁରୋଧ କରାଯାଇଛି।
ସେହିପରି ମୁଖ୍ୟ ପୋଷ୍ଟ ଅଫିସ ଠାରୁ ବସଷ୍ଟାଣ୍ଡ, ଟ୍ରାଫିକ ଛକରୁଜୟପୁର ରାସ୍ତାରେ ଜବରଦଖଲ କରି ଦୋକାନ କରିଥିବା ଉଠାଦୋକାନୀ ମାନେ ସମ୍ପୁର୍ଣ୍ଣ ରୁପେ ଉଠିଯିବାକୁ ମାଇକ ଯୋଗେ ପ୍ରଚାର କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଚେତାବନୀ ବି ଦିଆଯାଇଛି।
ତେବେ ତାହାକୁ କେତେ ଖାତିର ବ୍ୟବସାୟୀ ଓ ଲୋକେ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ପୂର୍ବରୁ ବହୁବାର ଏଭଳି ପ୍ରଚାର ଓପ୍ରସାର କରି ପ୍ରଶାସନ ଚୁପ ରହୁଥିବାରୁ ଲୋକେ ବି ଦେହସୁହା ହୋଇଯାଇଥିବା କହିଛନ୍ତି ବୁଦ୍ଧିଜୀବୀ। ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଯାଇ ଏହାକୁ ଲୋକେ ମାନିବେ। ତା ସହ ଉଭୟସ୍ଥାନ ସାଧାରଣଲେଶକଙ୍କ ଶୌଚଗାର ରୁପେ ପାଲଟିଥିବାରୁ ସେ ଦୁଇ ସ୍ଥାନକୁ ସମ୍ପୁର୍ଣ୍ଣ ରୁପେ ସଫା ସୁତରା ବି କରିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ବୁଦ୍ଧିଜୀବୀ। କିଛି ଦିନ ଧରି ଏହାକୁ କାର୍ଯ୍ୟକାରୀ କରିବା ଏବଂର ଲୋକଙ୍କୁ ଅଭ୍ୟାସରେ ପକାଇବା ପାଇଁ ପୁଲିସ ଓପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ ଓତାଗିଦ୍ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି।
Follow Us