ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ୮୬ ବର୍ଷ ବୟସରେ ପରଲୋକ

ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ରାତିରେ ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଗତ ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଖବର ସାମ୍ନାକୁ ଆସିଥିଲା। ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
Ratan Tata

ମୁମ୍ବାଇ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟା (୮୬)ଙ୍କର ବୁଧବାର ରାତିରେ ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଗତ ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଖବର ସାମ୍ନାକୁ ଆସିଥିଲା। ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ  ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଛି।  

ଗତ ୭ ତାରିଖରେ ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ ସ୍ୱାସ୍ଥ୍ୟ ସମସ୍ୟାକୁ "ଗୁଜବ" ବୋଲି ଖଣ୍ଡନ କରିଥିଲେ ଏବଂ ତାଙ୍କ ଅନୁଗାମୀ ଏବଂ ପ୍ରଶଂସକମାନଙ୍କୁ କହିଥିଲେ ଯେ ଚିନ୍ତା କରିବାର କୌଣସି କାରଣ ନାହିଁ ଏବଂ ବୟସ ଜନିତ ଚିକିତ୍ସା ଅବସ୍ଥା ପାଇଁ ତାଙ୍କର ଯାଞ୍ଚ କରାଯାଉଛି ବୋଲି ଉଲ୍ଲେଖ କରିଥିଲେ। ମୁଁ ଭଲରେ ଅଛି ବୋଲି ସେ ଜନସାଧାରଣ ଏବଂ ଗଣମାଧ୍ୟମକୁ ଭୁଲ୍ ସୂଚନା ପ୍ରଚାରରୁ ଦୂରେଇ ରୁହନ୍ତୁ। ପୂର୍ବରୁ ରତନ ଟାଟାଙ୍କ ରକ୍ତଚାପ ହଠାତ୍ କମିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା।

ସୂଚନାଯୋଗ୍ୟ, ରତନ ଟାଟା ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ମୁମ୍ବାଇର କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିଲେ। ସେ ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟରୁ ଆର୍କିଟେକ୍ଚର ଏବଂ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ୧୯୬୨ ରେ ଟାଟା ଗ୍ରୁପରେ ଯୋଗ ଦେବା ପୂର୍ବରୁ ରତନ ଟାଟା ଆମେରିକାରେ କିଛି ସମୟ କାମ କରିଥିଲେ। ୧୯୮୧ମସିହାରେ ତାଙ୍କୁ ଟାଟା ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ କରାଯାଇଥିଲା। ୧୯୯୧ରେ ଜେଆରଡି ଟାଟାଙ୍କ ଅବସର ପରେ ରତନ ଟାଟା ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୨ରେ ତାଙ୍କ ଅବସର ପର୍ଯ୍ୟନ୍ତ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୯୯୬ମସିହାରେ ଟାଟା ଟେଲିସର୍ଭିସେସ୍ ପ୍ରତିଷ୍ଠା କରିଥିଲେ, ଯାହା ଫଳରେ ଟେଲିକମ୍ କ୍ଷେତ୍ରରେ ଏହି ଗ୍ରୁପ୍‌ର ସମ୍ପ୍ରସାରଣ ହୋଇଥିଲା। ଟାଟା ସନ୍ସରେ ତାଙ୍କର ନେତୃତ୍ୱ ସମୟରେ ସେ ଟେଟ୍ଲି, କୋରସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି କମ୍ପାନିକୁ ଅଧିଗ୍ରହଣ କରି ଟାଟା ଗ୍ରୁପକୁ ଏକ ଘରୋଇ କମ୍ପାନିରୁ ଏକ ବିଶ୍ୱସ୍ତରୀୟ ପାୱାରହାଉସରେ ପରିଣତ କରିଥିଲେ। ତାଙ୍କ ନେତୃତ୍ୱରେ ଟାଟା ପ୍ରକୃତରେ ୧୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଏକ ବିଶ୍ୱ ବ୍ୟାବସାୟିକ ସାମ୍ରାଜ୍ୟରେ ପରିଣତ ହୋଇଥିଲା। ଡିସେମ୍ବର ୨୦୧୨ରେ ଟାଟା ତାଙ୍କ ପଦରୁ ଅବସର ନେଇଥିଲେ ଏବଂ ତାଙ୍କ ସ୍ଥାନରେ ସାଇରସ ମିସ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଯିଏ କି ୨୦୨୨ରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe