ବି. ଏଡ୍‌ ପାଠ୍ୟକ୍ରମ: ଅପ୍ରେଲ୍‌ ୨୪ରୁ କରିପାରିବେ ଆବେଦନ, ଜୁନ୍‌ରେ ପ୍ରବେଶିକା ପରୀକ୍ଷା

ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ଦୁଇ ବର୍ଷିଆ ବି. ଏଡ୍‌, ଏମ୍‌. ଏଡ୍‌ ଓ ବି.ଏଚ୍‌.ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ଦୁଇ ବର୍ଷିଆ ବି. ଏଡ୍‌, ଏମ୍‌. ଏଡ୍‌ ଓ ବି.ଏଚ୍‌.ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ବି. ଏଡ୍‌, ଏମ୍‌. ଏଡ୍‌ ଓ ବି.ଏଚ୍‌.ଏଡ୍‌ ପାଇଁ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୨୪ ତାରିଖ ଠାରୁ Common Application Form (CAF) ପୂରଣ ପ୍ରକିୟା ଆରମ୍ଭ ହେବ। ଏଥି ପାଇଁ ରାଜ୍ୟ ସରକାରଙ୍କ ସାମ୍‌ସ (ସ୍କୁଲ ଏକାଡେମିକ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌) ପୋର୍ଟାଲକୁ ଯାଇ ଆବେଦନ କରିପାରିବେ। 

ବିଗତ ବର୍ଷ ଭଳି ଆଗାମୀ ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ମଧ୍ୟ ଦୁଇ ବର୍ଷିଆ ବି. ଏଡ୍‌, ଏମ୍‌. ଏଡ୍‌ ଓ ବି.ଏଚ୍‌.ଏଡ୍‌ ପାଠ୍ୟକ୍ରମରେ ନାମଲେଖା ଏବଂ ଚୟନ ପ୍ରକିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ କରାଯିବ। ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍‌ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।

ଏଥିସହ ଶିକ୍ଷା ବର୍ଷ ୨୦୨୫-୨୬ରେ ଦୁଇ ବର୍ଷିଆ ବି. ଏଡ୍‌, ଏମ୍‌. ଏଡ୍‌ ଓ ବି.ଏଚ୍‌.ଏଡ୍‌ ପାଠ୍ୟକ୍ରମକୁ ଆସନ୍ତା ୨୪ ଜୁଲାଇ, ୨୦୨୫ ତାରିଖ ସୁଦ୍ଧା ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହୋଇ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ଲୋକସମ୍ପର୍କ ଅଧିକାରୀ ଅମ୍ଳାନ ଦାସ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ପ୍ରଦାନ କରିଛନ୍ତି। 

Education

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe