ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ, ସ୍ବାଭାବିକ ହେଲା ରୋଗୀସେବା

ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଗତକାଲି ରାତିରୁ ରୋଗୀ ସେବା ସ୍ବାଭାବିକ ହୋଇଥିବା ଜଣାଯାଇଛି। ରାଜ୍ୟ ସରକାରଙ୍କ ସହ ଗତକାଲି ସନ୍ଧ୍ୟାରେ ସଫଳ ଆଲୋଚନା ପରେ ଓଡ଼ିଶା ନର୍ସିଂ ଅଫସର ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ

କାମ ବେଳେ ମଦ ପିଇ ହଟହଟା ହେଲେ ନର୍ସ

ଭୁବନେଶ୍ବର:ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଗତକାଲି ରାତିରୁ ରୋଗୀ ସେବା ସ୍ବାଭାବିକ ହୋଇଥିବା ଜଣାଯାଇଛି। ରାଜ୍ୟ ସରକାରଙ୍କ ସହ ଗତକାଲି ସନ୍ଧ୍ୟାରେ ସଫଳ ଆଲୋଚନା ପରେ ଓଡ଼ିଶା ନର୍ସିଂ ଅଫସର ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଆନ୍ଦୋଳନ ପ୍ରତ୍ୟାହାର ହେଲା ପରେ ସଂଘର ସଦସ୍ୟମାନେ ଆଜି ରାତି ୧୧ଟାରୁ ନିଜନିଜ କାର୍ଯ୍ୟରେ ଯୋଗଦେବେ ବୋଲି କହିଥିଲେ। 

ଆନ୍ଦୋଳନ ନେଇ ନର୍ସିଂ ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ସେମାନଙ୍କର ଦାବି ଶୁଣିବା ପାଇଁ ରାଜି ହୋଇଛନ୍ତି। କିନ୍ତୁ ଆନ୍ଦୋଳନ ଜାରି ରହିବ କି ନାହିଁ ସଂଘର କର୍ମକର୍ତ୍ତାମାନେ ରାତିରେ ଆଲୋଚନା କରିବେ। ବୈଠକ ପରେ ଅପଡେଟ୍ଖବର ଗଣମାଧ୍ୟମକୁ ପ୍ରେସ୍ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯିବ। ସାଧାରଣ ସଂଘର ସଂପାଦକ ଅଶ୍ବିନୀ ଦାସ କହିଛନ୍ତି, ରାଜ୍ୟ ସରକାର ଆମର ୧୦ ସୂତ୍ରୀ ଦାବି ତର୍ଜମା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ନର୍ସିଂ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ଆଜି ସନ୍ଧ୍ୟାରେ ଆଲୋଚନା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ କହିଥିଲେ ଯେ, ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି। ତାଙ୍କ ସହିତ ସୌହାଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି। ଆମେ ଏକ କମିଟି ଗଠନ କରିବୁ। ଏହି କମିଟିରେ ନର୍ସିଂ ସଂଘର ଦାବି ସଂପର୍କରେ ଆଲୋଚନା କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe