ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ: ଜିଲ୍ଲାପାଳଙ୍କୁ ଦାବୀ ଜଣାଇଲେ ଅଧିକାରୀ

Advertisment

ବିଏମସି କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି।

ବିଏମସି କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି।

ea576060-9e04-4e6e-adea-0bb25d28a3fe

ଛତ୍ରପୁର: ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି। ସମସ୍ତେ ସମୂହ ଛୁଟି ଯାଇଛନ୍ତି, ଏନେଇ ସଂଘ ସଭାପତି ତଥା ଏଡିଏମ  ଡ଼ଃ ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ପ୍ରତିବାଦ ସଭା କରାଯାଇ ବିଏମସି ଅତିରିକ୍ତ କମିସନର ସାହୁଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରାଯାଇଛି।

ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥି ଲାଗି ଉସକାଇ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଗିରଫ କରିବାକୁ କୁହାଯାଇଛି। ସମସ୍ତଙ୍କୁ  ସୁରକ୍ଷା ଯୋଗାଇବା ନିମନ୍ତେ ଦାବୀ କରିଛି ଓଏଏସ ଓ ଓଆରଏସ ସଂଘ।  ଏହି ଅବସରରେ ସମସ୍ତେ କଳାବ୍ୟାଜ ପରିଧ୍ୟାନ କରି ଏକ ଶୋଭାଯାତ୍ରା ବାହାରି ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି  ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମୂହ ଛୁଟି ନିମନ୍ତେ ଏକ ପତ୍ର ପ୍ରଦାନ କରିଥିଲେ। ଏହା ସହିତ ରାଜ୍ୟ ସଂଘକୁ ମଧ୍ୟ ଦାବୀ ପତ୍ର କରିଥିଲେ।

ସେହିପରି ଓଆରଏସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଦେବଦତ୍ତ ପଣ୍ଡା, ଏମକେସିଜି ରେଜିଷ୍ଟର ସଂଗ୍ରାମ ପଣ୍ଡା, ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ବ୍ରହ୍ମପୁର ମହାନଗର ନିଗମର ଡେପୁଟିକମିସନର କଲ୍ୟାଣୀ ସଂଘମିତ୍ରା ଦେବୀ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା, ଡେପୁଟିକଲେକ୍ଟର (ଜରୁରୀ କାଳୀନ) ଅଭିଷେକ ସାହୁ, ଛତ୍ରପୁର ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା, ଗଞ୍ଜାମ ବ୍ଲକ ବିଡ଼ିଓ ଅଭିମନ୍ୟୁ ଯାନୀ, ଦିଗପହଣ୍ଡି ତହସିଲଦାର ସନ୍ତୋଷ ସାହୁ, କୁକୁଡାଖଣ୍ଡି ତହସିଲଦାର ରାଜ କିଶୋର ପଟ୍ଟନାୟକଙ୍କ ସହ ବିଭିନ୍ନ ବ୍ଳକର ବିଡ଼ିଓ, ତହସିଲଦାର ଓ ଓଆରଏସ ଅଧିକାରୀ ଯୋଗଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe