ପହଲଗାମ ଆତଙ୍କବାଦୀ ଆକ୍ରମଣ: ୨୬ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

Advertisment

ଦକ୍ଷିଣ କଶ୍ମୀରର ପହଲଗାମରେ ଗତ ମଙ୍ଗଳବାର ଅପରାହ୍‌ଣରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଓଡ଼ିଆଙ୍କ ସମେତ ୨୬ଜଣ ପର୍ଯ୍ୟଟକ ମୃତ୍ୟୁ ନେଇ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଦକ୍ଷିଣ କଶ୍ମୀରର ପହଲଗାମରେ ଗତ ମଙ୍ଗଳବାର ଅପରାହ୍‌ଣରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଓଡ଼ିଆଙ୍କ ସମେତ ୨୬ଜଣ ପର୍ଯ୍ୟଟକ ମୃତ୍ୟୁ ନେଇ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

G Udayagiri

G Udayagiri Photograph: (sambad.in)

ଘୁ.ଉଦୟଗିରି: ଦକ୍ଷିଣ କଶ୍ମୀରର ପହଲଗାମରେ ଗତ ମଙ୍ଗଳବାର ଅପରାହ୍‌ଣରେ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଓଡ଼ିଆଙ୍କ ସମେତ ୨୬ଜଣ ପର୍ଯ୍ୟଟକ ମୃତ୍ୟୁ ନେଇ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ଗାନ୍ଧୀ ଛକ ଠାରେ ଗୁରୁବାର ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆତଙ୍କବାଦୀଙ୍କ  ବିରୋଧରେ ସ୍ଲୋଗାନ ଦେବା ସହ ସମସ୍ତ ୨୬ଜଣ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ସ୍ଥାନୀୟ ସହରବାସୀ।

ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗାନ୍ଧୀ ଛକ ପରିକ୍ରମା କରିବା ସହ ଆତଙ୍କବାଦୀ ଏବଂ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେବା ସହ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ଜାତି, ଧର୍ମ, ଦଳର ଲୋକ ଯୋଗ ଦେଇଥିଲେ। ସମାଜସେବୀ ମହମ୍ମଦ ଜିଆଉଦିନ, ମାନଗୋବିନ୍ଦ ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ଅଶୋକ ଆଚାର୍ଯ୍ୟ, ମାୟାବନ୍ଧୁ ପ୍ରଧାନ, ଅବଦୁଲ ବାରି, କୃତାଞ୍ଜଳି ନାୟକଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ।

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe