Advertisment

ସଡ଼କ ଦୁର୍ଘଟଣା: ରାଉରକେଲାର ଝିଅ ଅଙ୍କିତାଙ୍କ ଲଣ୍ଡନରେ ମୃତ୍ୟୁ

Advertisment

ଲଣ୍ଡନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଉରକେଲାର ଯୁବ ଇଞ୍ଜିନିୟର ଅଙ୍କିତା ନାୟକ। ଘଟଣାସ୍ଥଳରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି। ରବିବାର ଦିନ ତାଙ୍କ ମୃତଦେହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ।

ଲଣ୍ଡନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଉରକେଲାର ଯୁବ ଇଞ୍ଜିନିୟର ଅଙ୍କିତା ନାୟକ। ଘଟଣାସ୍ଥଳରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି। ରବିବାର ଦିନ ତାଙ୍କ ମୃତଦେହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ।

RKL
ରାଉରକେଲା: ଲଣ୍ଡନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ରାଉରକେଲାର ଯୁବ ଇଞ୍ଜିନିୟର ଅଙ୍କିତା ନାୟକ। ଘଟଣାସ୍ଥଳରେ ତାଙ୍କର ପରଲୋକ ଘଟିଥିବା କୁହାଯାଉଛି। ରବିବାର ଦିନ ତାଙ୍କ ମୃତଦେହ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ଏହାପରେ ସଡ଼କ ପଥରେ ରାଉରକେଲା ଅଣାଯିବ ବୋଲି ସୂଚନା ମିଳିଛି। ଅଙ୍କିତା ଗତ ୪ ତାରିଖରେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି। ଗୁରୁବାର ସନ୍ଧ୍ୟାରେ ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଥିଲା। ସେ ଲଣ୍ଡନର ପ୍ରତିଷ୍ଠିତ ‘ଡାଇରେକ୍ଟ ଲାଇନ୍‌ ଗ୍ରୁପ୍‌’ରେ ୱେବ୍‌ ଡେଭେଲପର୍‌ଭାବେ କାର୍ଯ୍ୟରତ ଥି‌ଲେ।
ଅଙ୍କିତାଙ୍କ ପରିବାର ସେକ୍ଟର-୧୮ ଏ’ ବ୍ଲକ୍‌ରେ ବସବାସ କରନ୍ତି। ତାଙ୍କ ବାପା ଆର୍‌ଏସ୍‌ପି ଜିଏମ୍‌ ସୃଷ୍ଟିଧର ନାୟକଙ୍କ ତିନି ମାସ ପୂର୍ବେ ପରଲୋକ ଘଟିଥିଲା। ଏବେ ପରିବାର କହିଲେ ମା’ ଓ ଛୋଟ ଭାଇ। ଅଙ୍କିତା ରାଉରକେଲାରେ ସମସ୍ତ ଶିକ୍ଷା ଗ୍ରହଣ କରିଥିଲେ। ଯୁକ୍ତଦୁଇ ଯାଏ ଏଠାକାର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷା ସମାପ୍ତିପରେ ଏନ୍‌ଆଇଟିରୁ ୨୦୧୭ ମସିହାରେ ଫୁଡ୍‌ପ୍ରୋସେସ୍‌ ଇଞ୍ଜିନିୟରିଂରେ ବି.ଟେକ୍‌ ଶିକ୍ଷା ଲାଭ କରିଥିଲେ। ସେ ଉକ୍ତବର୍ଷ ଟପ୍ପର ହେବାସହ ସ୍ବର୍ଣ୍ଣପଦକ ଲାଭ କରିଥିଲେ।

ଅଙ୍କିତାଙ୍କ ବାପା ଆର୍‌ଏସ୍‌ପି ଜିଏମ୍‌ ସୃଷ୍ଟିଧର ନାୟକଙ୍କ ତିନି ମାସ ପୂର୍ବେ ପରଲୋକ ଘଟିଥିଲା। ଏବେ ପରିବାର କହିଲେ ମା’ ଓ ଛୋଟ ଭାଇ। ଅଙ୍କିତା ରାଉରକେଲାରେ ସମସ୍ତ ଶିକ୍ଷା ଗ୍ରହଣ କରିଥିଲେ। ପାଠପଢ଼ା ସରିଲା ପରେ ଇଂଲଣ୍ଡ ଯାଇଥିଲେ।

ଶିକ୍ଷା ସମାପ୍ତିପରେ ସେ ୨୦୧୭ ମସିହାରୁ ଲଣ୍ଡନରେ କାର୍ଯ୍ୟରତ ଥିଲେ। ବାପାଙ୍କ ଅକାଳ ବିୟୋଗ ପରେ ସେ ଘରେ ପାଖାପାଖି ୩ ମାସ ରହିଥିଲେ। ଗତ ୩୦ ତାରିଖରେ ଲଣ୍ଡନକୁ ଫେରିଥିଲେ। ଅଙ୍କିତା ପ୍ରତିଦିନି ମା’ ଓ ଭାଇଙ୍କ ସହ କଥାବାର୍ତ୍ତା ହେଉଥିଲେ। ତେବେ ଗତ ସୋମବାର ଦିନଠାରୁ ପରିବାର ସହ ସଂପର୍କ ଚ୍ଛିନ୍ନ ହୋଇଯାଇଥିଲା। ପରିବାର ଲୋକ ଯୋଗଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲେ। ଶେଷରେ ଭାରତୀୟ ଦୂତାବାସ ମାଧ୍ୟମରେ ଅଙ୍କିତାଙ୍କ ଦୁଃଖଦ ମୃତ୍ୟୁ ବିଷୟରେ ଜାଣିବାକୁ ପାଇଥିଲେ।
 Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe