ରୁପେଲି ପରଦାରେ ଦର୍ଶକ ଦେଖିବେ ଓଡ଼ିଆ ଚଳଚ୍ଚିତ୍ର ‘ଲ୍ୟାଣ୍ଡଫଲ୍‌’

Advertisment

ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ଵିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସବ୍ୟସାଚୀଙ୍କ ଅଭିନୀତ ଏହି ସିନେମାର ଶୀର୍ଷକ ଘୋଷଣା ହୋଇଛି, ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ଵିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସବ୍ୟସାଚୀଙ୍କ ଅଭିନୀତ ଏହି ସିନେମାର ଶୀର୍ଷକ ଘୋଷଣା ହୋଇଛି, ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

Landfall

Landfall Photograph: (sambad.in)

ଭୁବନେଶ୍ବର: 'ଦମନ' ପରି  ଏକ  ସଫଳ ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟସ୍ତରରେ ପୁରସ୍କୃତ ଓ ପ୍ରଶଂସିତ ହେବା ସହ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିବା ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ଵିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସବ୍ୟସାଚୀଙ୍କ ଅଭିନୀତ ଏହି ସିନେମାର ଶୀର୍ଷକ ଘୋଷଣା ହୋଇଛି, ଯାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପିକ୍ସେଲ ମୁଭିଜ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମାର  ଶୀର୍ଷକ ରହିଛି 'ଲ୍ୟାଣ୍ଡଫଲ୍'।

ପ୍ରଭାବିତ କଲାଭଳି ବଳିଷ୍ଠ ଓ ମୌଳିକ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଲୋକପ୍ରିୟ  ତାରକା  ସବ୍ୟସାଚୀ ମିଶ୍ରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ସୌନ୍ଦର୍ଯ୍ୟମୟୀ ଅଭିନେତ୍ରୀ ଦିବ୍ୟାସ୍ନାତା।

ଭୁବନେଶ୍ୱରର ହୋଟେଲ ଦି ନିଉ ମ୍ୟାରିୟନଠାରେ ଆୟୋଜିତ ଏକ  ଭବ୍ୟ ଓ ଆଡମ୍ବରପୂର୍ଣ୍ଣ  ଉତ୍ସବରେ ଏହାର ଶୀର୍ଷକ ଘୋଷଣା ହୋଇଥିଲା। ଆରମ୍ଭରେ ଉପସ୍ଥିତ ରହି ଡିଜି ଅଗ୍ନିଶମ ବିଭାଗ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ ମହୋଦୟ ନିଜର ଶୁଭେଚ୍ଛା ଜଣାଇବା ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଦିଗରେ ଅଗ୍ନିଶମ ବିଭାଗର ତତ୍ପରତା ସମ୍ପର୍କରେ ଅଭିଜ୍ଞତା ରଖିଥିଲେ। ଏଥିରେ କୁଜଙ୍ଗର ତତ୍କାଳୀନ ତହସିଲଦାର ସୁରଜିତ ଦାସ, ଅତିରିକ୍ତ ତହସିଲଦାର ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଫିଲ୍ମର ଟାଇଟଲ, ଲୋଗୋ ଓ ପୋଷ୍ଟର ଉନ୍ମୋଚନ କରିବା ସହ ସେ ସମୟର ଅନୁଭୂତି ବଖାଣି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଡିଓପି ପ୍ରତାପ ରାଉତ ଏବଂ ଅନ୍ୟାନ୍ୟ କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରିର  ବହୁ ନାମୀ ଦାମୀ  ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।   

Odia culture

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe