ଆକୃଷ୍ଟ କରୁଛି କଳିଙ୍ଗା-କାଲିଗାଡୁ ହିଲଟପ୍‌: ସୁଟିଙ୍ଗ୍‌ ଚାଲିଛି ଓଡ଼ିଆ ଚଳଚ୍ଚିତ୍ର

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବିମୋହିତ କରୁଥିବା ବେଳେ ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମଧ୍ୟ ଆକୃଷ୍ଟ କରିଛି ଏହି ଜିଲ୍ଲା। କଳିଙ୍ଗା ସିଲଭିକଲଚର ରିସର୍ଚ୍ଚ ଗାର୍ଡେନ ଓ ମୁକୁଲିଙ୍ଗିଆ ହିଲଟପ୍‌ରେ ସୁଟିଂ ଚାଲିଛି।

Kandhamal

Kandhamal Photograph: (sambad.in )

ଘୁ.ଉଦୟଗିରି: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବିମୋହିତ କରୁଥିବା ବେଳେ ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ମଧ୍ୟ ଆକୃଷ୍ଟ କରିଛି ଏହି ଜିଲ୍ଲା। କଳିଙ୍ଗା ସିଲଭିକଲଚର ରିସର୍ଚ୍ଚ ଗାର୍ଡେନ ଓ ମୁକୁଲିଙ୍ଗିଆ ହିଲଟପ୍‌ରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଆଗଧାଡ଼ିର ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ଏକ ଚଳଚ୍ଚିତ୍ର ‘ଲଢେ଼ଇ’ର ସୁଟିଂ ଚାଲିଛି। ନୂତନ ଯୁବ ପିଢ଼ିଙ୍କୁ ଏହି ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଇଥିବା ନିର୍ଦ୍ଦେଶକ କହିଛନ୍ତି।

କଳିଙ୍ଗା ସିଲଭିକଲଚର ରିସର୍ଚ୍ଚ ଗାର୍ଡେନ ଓ ମୁକୁଲିଙ୍ଗିଆ  ହିଲଟପ୍‌ରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଆଗଧାଡ଼ିର ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ଏକ ଚଳଚ୍ଚିତ୍ର ‘ଲଢେ଼ଇ’ର ସୁଟିଂ ଚାଲିଛି।

କନ୍ଧମାଳ ଜିଲ୍ଲାର କିଛି କଳାକାରଙ୍କୁ ମଧ୍ୟ ସୁଯୋଗ ମିଳିଥିବା ସୂଚନା ମିଳିଛି। ଦୀର୍ଘ ଦିନ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ର ସୁଟିଙ୍ଗ ଚାଲିବ। ଆଜି କଳିଙ୍ଗା ଠାରେ ଚଳଚିତ୍ର ସୁଟିଙ୍ଗ ଚାଲିଥିବା ବେଳେ ସୁଟିଙ୍ଗ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

 Kalinga ghati | Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe