କୌନ୍‌ ବନେଗା କରୋଡପତିରେ କରିସ୍ମା ଦେଖାଇଲେ ଓଡ଼ିଆ ଝିଅ

ଲୋକପ୍ରିୟ ରିୟଲଟି ସୋ’ ‘କୌନ୍‌ ବନେଗା କରୋଡ଼ପତି’ରେ ଓଡ଼ିଆ ଝିଅ କରିସ୍ମା ଦେଖାଇଛନ୍ତି। ମେଗା ସିନେଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ଵାରା ପରିଚାଳିତ ପ୍ରସିଦ୍ଧ କାର୍ଯ୍ୟକ୍ରମରେ ରାଇରଙ୍ଗପୁରର ବିଜୟ କୁମାର ଶର୍ମା ଓ କାନ୍ତିଦେବୀ ଶର୍ମାଙ୍କ ଝିଅ କରିସ୍ମା ଶର୍ମା ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଅଦ୍ୟତନ ହୋଇଛି

ରାଇରଙ୍ଗପୁର: ଲୋକପ୍ରିୟ ରିୟଲଟି ସୋ’ ‘କୌନ୍‌ ବନେଗା କରୋଡ଼ପତି’ରେ ଓଡ଼ିଆ ଝିଅ କରିସ୍ମା ଦେଖାଇଛନ୍ତି। ମେଗା ସିନେଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ଵାରା ପରିଚାଳିତ ପ୍ରସିଦ୍ଧ କାର୍ଯ୍ୟକ୍ରମରେ ରାଇରଙ୍ଗପୁରର ବିଜୟ କୁମାର ଶର୍ମା ଓ କାନ୍ତିଦେବୀ ଶର୍ମାଙ୍କ ଝିଅ କରିସ୍ମା ଶର୍ମା ବସିବାର ସୌଭାଗ୍ୟ ଅର୍ଜନ କରିବା ସହ ମୋଟ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଛନ୍ତି । ଏହା ସହ ସେ ସୁପର ସନ୍ଦୁକରେ ଦଶରୁ ଦଶଟି ଯାକ ପ୍ରଶ୍ନର ଉତ୍ତର ଦେଇ ଅମିତାଭ ବଚ୍ଚନଙ୍କ ଦ୍ଵାରା ପ୍ରଶଂସିତ ହୋଇଛନ୍ତି।

କରିସ୍ମା ଗତମାସ ୨୨ ତାରିଖରେ ପିତା ବିଜୟ କୁମାର ଶର୍ମା ଓ ଭାଇ ଅତୁଲ ଶର୍ମାଙ୍କ ସହ ମୁମ୍ବାଇ ଯାଇଥିଲେ। ୨୩ ତାରିଖରେ ଗୋଟିଏ, ୨୭ ତାରିଖରେ ଦୁଇଟି ଓ ୨୮ ତାରିଖରେ ଶେଷ ସିଫ୍ଟରେ ସେ ଅଂଶଗ୍ରହଣ କରିଥିଲେ। କେବିସି ସୁଟିଂ ସେଟ୍‌ରେ ମହାନ ନାୟକ ଅମିତାଭ ବଚ୍ଚନଙ୍କ ପରି ଜଣେ ବିଶାଳ ବ୍ୟକ୍ତିତ୍ୱଙ୍କ ସାମନାରେ ଛିଡ଼ା ହେବା ଓ ତାଙ୍କ ସମ୍ମୁଖରେ ହଟ୍‌ସିଟ୍‌ରେ ବସିବା ତାଙ୍କ ପାଇଁ ଅବିଶ୍ବସନୀୟ ଅନୁଭୁତି ଥିଲା। ନର୍ଭସ ହୋଇପଡ଼ିଥିଲେ ଓ ମନରେ ସାହାସ ମଧ୍ୟ ରଖୁଥିଲେ।

publive-image

ଅମିତାଭ ବଚ୍ଚନ କରିସ୍ମାଙ୍କ ହାତ ଧରି ମନୋବଳ ବଢାଇଥିଲେ। ଶେଷ ପ୍ରଶ୍ନ କ୍ରୀଡ଼ା ଉପରେ ଆଧାରିତ ଥିଲା, ଯାହାର ଉତ୍ତର ଦେଇପାରି ନଥିଲେ। ପ୍ରତିଯୋଗିତାରୁ ଓହରି ଯାଇଥିଲେ ହେଁ ମୋଟ ୧୨ଲକ୍ଷ ୫୦ ହଜାର ଜିତିବାରେ ସକ୍ଷମ ହୋଇଥିଲେ।

publive-image

କେବିସିର ଏହି ସଂସ୍କରଣ ସରିବା ପରେ ସେ ଅମିତାଭ ବଚ୍ଚନଙ୍କ ଦ୍ଵାରା ଆୟୋଜିତ ଭୋଜିକୁ ସପରିବାରରେ ଯୋଗ ଦେଵେ ବୋଲି କହିଛନ୍ତି। ଭାରତୀୟ ପ୍ରଶାସନିକ ସେବା ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା କରିସ୍ମା ଶର୍ମା ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଭାବେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଆସିଛନ୍ତି। ଗୁରୁବାର ରାତି ୯ଟାରେ କରିସ୍ମା ଶର୍ମାଙ୍କ ଅଂଶଗ୍ରହଣ କରିଥିବା ଏପିସୋଡ୍ ସୋନି ଟିଭିରେ ପ୍ରସାରିତ ହୋଇଛି। ସେହି ରାତିରେ ସୋ’କୁ ବଡ଼ ଏଲଇଡି ଟିଭି ପରଦାରେ ସହରର ଦୁଇଟି ସ୍ଥାନରେ ପ୍ରଦର୍ଶିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe