ସିଂହଭୂମିରେ ଓଡ଼ିଆ ଶିକ୍ଷା କାର୍ଯ୍ୟକ୍ରମର ତଦାରଖ ଓ ବୈଠକ

Advertisment

ପଡ଼ୋଶୀ ଝାଡ଼ଖଣ୍ଡର ସିଂହଭୂମି ଜିଲ୍ଲା ବିଛିନ୍ନ‌େଂଚଳ ଚକ୍ରଧରପୁର ଅଞ୍ଚଳର ଓଡ଼ିଆ ଶିକ୍ଷା କାର୍ଯ୍ୟକ୍ରମର ତଦାରଖ ପାଇଁ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ପ୍ରଫେସର ଡକ୍ଟର ଅଦ୍ୟୈତ୍ୱ କୁମାର ପାତ୍ର ଓ କୋଷାଧ୍ୟକ୍ଷ ଭୀମସେନ ମହାପାତ୍ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

ପଡ଼ୋଶୀ ଝାଡ଼ଖଣ୍ଡର ସିଂହଭୂମି ଜିଲ୍ଲା ବିଛିନ୍ନ‌େଂଚଳ ଚକ୍ରଧରପୁର ଅଞ୍ଚଳର ଓଡ଼ିଆ ଶିକ୍ଷା କାର୍ଯ୍ୟକ୍ରମର ତଦାରଖ ପାଇଁ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ପ୍ରଫେସର ଡକ୍ଟର ଅଦ୍ୟୈତ୍ୱ କୁମାର ପାତ୍ର ଓ କୋଷାଧ୍ୟକ୍ଷ ଭୀମସେନ ମହାପାତ୍ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ।

Odia language

Odia language Photograph: (Sambad )

ରାଇରଙ୍ଗପୁର: ପଡ଼ୋଶୀ ଝାଡ଼ଖଣ୍ଡର ସିଂହଭୂମି ଜିଲ୍ଲା ବିଛିନ୍ନ‌େଂଚଳ ଚକ୍ରଧରପୁର ଅଞ୍ଚଳର ଓଡ଼ିଆ ଶିକ୍ଷା କାର୍ଯ୍ୟକ୍ରମର ତଦାରଖ ପାଇଁ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ପ୍ରଫେସର ଡକ୍ଟର ଅଦ୍ୟୈତ୍ୱ କୁମାର ପାତ୍ର ଓ କୋଷାଧ୍ୟକ୍ଷ ଭୀମସେନ ମହାପାତ୍ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ ଦେଓଗାଁ, ପ୍ରାଥମିକ ବିଦ୍ୟାଳୟ କୁରୁଳିଆ, ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ କୋଲଚକଡା ଓ ଓଡ଼ିଆ ମଧ୍ୟ ବିଦ୍ୟାଳୟ ପୁରୁଣାବସ୍ତିର ଛାତ୍ରଛାତ୍ରୀ ମାନଙ୍କ ଓଡ଼ିଆ ମାତୃଭାଷା ପାଠ ପଢା ସମ୍ଵନ୍ଧରେ ତଦାରଖ କରି ଓଡ଼ିଆ ମଧ୍ୟ ବିଦ୍ୟାଳୟ ପୁରୁଣାବସ୍ତି ରେ ଜିଲ୍ଲାର ସମସ୍ତ ଓଡ଼ିଆ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ବୈଠକ କରିଥିଲେ।

ବୈଠକ ପ୍ରାରମ୍ଭରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଓଡ଼ିଆ ମାତୃଭାଷା କିପରି ଅଧିକ ଛାତ୍ରଛାତ୍ରୀମାନେ ପଢ଼ି ଲେଖି ପାରିବେ ତଥା ଓଡ଼ିଆ ଭାଷା ସାହିତ୍ୟ କିପରି ଅଧିକ ଉନ୍ନତ ହେବ ଏହି ବିଷୟରେ ଆଲୋଚନା କରାଯାଇଥିଲା।

ଉକ୍ତ ବୈଠକ ଝାଡ଼ଖଣ୍ଡ ଅଳ୍ପ ସଂଖ୍ୟକ ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ, ଉତ୍କଳ ସମ୍ମିଳନୀ ପଶ୍ଚିମ ସିଂହଭୂମି ଜିଲ୍ଲାର ସଭାପତି ପ୍ରଦୀପ୍ତ କୁମାର ଦାଶ ସଂପାଦକ ଅମ୍ବିକା ଚରଣ ଦିକ୍ଷୀତ, ପୂର୍ବତନ ସଂପାଦକ ପୂର୍ଣେନ୍ଦୁ କୁମାର ନନ୍ଦ ପୂର୍ବତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଷଡ଼ଙ୍ଗୀ, ପ୍ରଧାନଶିକ୍ଷକ ଅରବିନ୍ଦ କୁମ୍ଭକାର, ଓଡ଼ିଆ ଶିକ୍ଷାକର୍ମୀ ରମେଶ ପ୍ରଧାନ, ସନ୍ତୋଷ କୁମ୍ଭକାର, ପିତବାସ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ବସନ୍ତ ପ୍ରଧାନ, ସଂଗୀତା ପ୍ରଧାନ, ଆରତୀ ଷଡ଼ଙ୍ଗୀ, ଗାୟତ୍ରୀ ପ୍ରଧାନ, ସୁଭଦ୍ରା ମିସ୍ତ୍ରୀ, ବୃନ୍ଦାବତୀ ପ୍ରଧାନ, ସୁନୀତା ପ୍ରଧାନ ,ଅନିତା ପୃସେଟ, ଦିପ୍ତୀଲତା ଗିରି, ଆରତୀ ମଣ୍ଡଳ, ସଂଗୀତା ମହାନ୍ତି, ବାସନ୍ତୀ ମହାନ୍ତଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe