ରୋମାଞ୍ଚ, ହାସ୍ୟରସ ଓ ସାମାଜିକ ବାସ୍ତବତାର ପ୍ରତିଫଳନ ‘ମନ୍ତ୍ରମୁଗ୍ଧ’

‘କର୍ମ’ ଚଳଚ୍ଚିତ୍ରର ଧାରାକୁ ଆଗେଇ ନେଇ ଅନୁପମ ପଟ୍ଟନାୟକ ପୁଣି ଥରେ ସନୋଜ କୁମାର ଓ ମନ୍ମୟ ଦେଙ୍କୁ ପ୍ରମୁଖ ଭୂମିକାରେ ନେବା ସହିତ ଉଦୀୟମାନ ନବାଗତା ସାର୍ଥକ ଭରଦ୍ୱାଜଙ୍କୁ ଏଥିରେ ସ୍ଥାନ ଦେଇଛନ୍ତି।

5bcda456-42ff-42ec-992d-e3978e813ce5

ଭୁବନେଶ୍ବର:ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର 'ମନ୍ତ୍ରମୁଗ୍ଧ' ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏଥି ସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ସାହ ଦେଖା ଦେଇଛି। ସାଙ୍କେତିକ ଭାବେ ଏମ୍ଏମ୍ ନାମରେ ଏହି ନୂଆ ଚଳଚ୍ଚିତ୍ରଟି ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ ଉତ୍କଣ୍ଠା ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ଏକ ଅଭିନବ ରୋମଞ୍ଚକ କମେଡି ଫିଲ୍ମ ଭାବରେ ଓଡ଼ିଆ ସିନେମାର କାହାଣୀରେ ଏକ ନୂଆ ଫର୍ଦ୍ଦ  ଯୋଡ଼ିବାକୁ ଯାଉଛି। ଅମିୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ବର୍ଷା ପଟ୍ଟନାୟକ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି।

ଓଡ଼ିଆ ସିନେମାରେ ଇତିହାସ ସୃଷ୍ଟି କରିଥିବା ଏବଂ ବହୁ ପ୍ରଶଂସିତ ଚଳଚ୍ଚିତ୍ର 'କର୍ମ'ର ଅଦ୍ଭୂତପୂର୍ବ ସଫଳତା ପରେ ଅନୁପମ ପଟ୍ଟନାୟକ ଏବେ ନେଇଆସୁଛନ୍ତି 'ମନ୍ତ୍ରମୁଗ୍ଧ', ଏକ ଚଳଚ୍ଚିତ୍ର ଯେଉଁ ଥିରେ ଭାରି ରହିଛି ରୋମାଞ୍ଚ, ହାସ୍ୟରସ ଏବଂ ସାମାଜିକ ବାସ୍ତବତାର ପ୍ରତିଫଳନ।

d7c740e1-70d8-43f2-8bcc-19790bc4cca3

୫୦ ଦିନରୁ ଅଧିକ ଦିନ ଧରି ଆଧିପତ୍ୟ ବଜାୟ ରଖି ସର ଦେଶରେ ୮.୫ କୋଟି ଟଙ୍କା ଆୟ କରିଥିବା ‘କର୍ମ’ ଚଳଚ୍ଚିତ୍ରର ଧାରାକୁ ଆଗେଇ ନେଇ ଅନୁପମ ପଟ୍ଟନାୟକ ପୁଣି ଥରେ ସନୋଜ କୁମାର ଓ ମନ୍ମୟ ଦେଙ୍କୁ ପ୍ରମୁଖ ଭୂମିକାରେ ନେବା ସହିତ ଉଦୀୟମାନ ନବାଗତା ସାର୍ଥକ ଭରଦ୍ୱାଜଙ୍କୁ ଏଥିରେ ସ୍ଥାନ ଦେଇଛନ୍ତି। ଚଳଚ୍ଚିତ୍ର ‘ପ୍ରତୀକ୍ଷା’ରେ ଚମତ୍କାର ଅଭିନେତା ଦ୍ଵିପାନ୍ଵିତ ଦାସ ମହାପାତ୍ର ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଥିଆ, ସୋମା ହୋତା ଓ ଭକ୍ତି ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟରେ ମିଡ଼ିଆ ଜଗତର ଲୋକପ୍ରିୟ ଚେହେରା ଟେଲି ଅଭିନେତ୍ରୀ ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ସାମିଲ ହୋଇ ଏକ ନୂଆ ଧାରା ଯୋଡ଼ିଛନ୍ତି।

'ମନ୍ତ୍ର ମୁଗ୍ଧ' ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ କର୍ମ ଚଳଚ୍ଚିତ୍ର ରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ସୁରମୟୀ ମହାପାତ୍ର ଏକ ଦମଦାର ଭୂମିକାରେ ଆସୁଛନ୍ତି। ଏହି ଚଳଚ୍ଚିତ୍ର ରେ ଲୋକପ୍ରିୟ ଚେହେରା ମାନଙ୍କ ସହିତ ଉଦୀୟମାନ ନବାଗତା ମାନଙ୍କ ଏକ ସୁନ୍ଦର ସମ୍ମିଶ୍ରଣ ରହିଛି। ଏହି ଚଳଚ୍ଚିତ୍ରରେ ଅନୁପମ ପଟ୍ଟନାୟକଙ୍କ ବିଶ୍ଵସ୍ତ  ଟେକ୍ନିକାଲ ଟିମ୍ ର ସିନେମାଟୋଗ୍ରାଫର  ଦୀପକ କୁମାର, ଏଡିଟର ରଶ୍ମି ରଂଜନ ଦାଶ, ସାଉଣ୍ଡ ଡିଜାଇନର ଶକ୍ତି ସ୍ୱରୂପ ଦ୍ବିବେଦୀ, ସିଙ୍କ ସାଉଣ୍ଡ ଚନ୍ଦ୍ରଶେଖର ଶର୍ମା ଏକ ସୁନ୍ଦର ଭିଜୁଆଲ ଅନୁଭୂତି ସୁନିଶ୍ଚିତ କରିବେ। 

Entertainment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe