ଅକାଳରେ ଝଡ଼ି ପଡ଼ିଲେ ଓଡ଼ିଆ ନୌସେନା କର୍ମଚାରୀ

Advertisment

ଗୁଜରାଟର ପୋରବନ୍ଦରରେ କାର୍ଯ୍ୟରତ ଜଣେ ଓଡ଼ିଆ ନୌସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗଳ ପଞ୍ଚାୟତର ଜାନକୀଦେଇପୁର ଗ୍ରାମର ଧର୍ମେନ୍ଦ୍ର ଗାଆଣଙ୍କର ଅକାଳ ବିୟୋଗ ଘଟିଛିl

ଗୁଜରାଟର ପୋରବନ୍ଦରରେ କାର୍ଯ୍ୟରତ ଜଣେ ଓଡ଼ିଆ ନୌସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗଳ ପଞ୍ଚାୟତର ଜାନକୀଦେଇପୁର ଗ୍ରାମର ଧର୍ମେନ୍ଦ୍ର ଗାଆଣଙ୍କର ଅକାଳ ବିୟୋଗ ଘଟିଛିl

Dharmendra Gaana

Dharmendra Gaana Photograph: (sambad.in )

ବୈଶିଙ୍ଗା: ଗୁଜରାଟର ପୋରବନ୍ଦରରେ କାର୍ଯ୍ୟରତ ଜଣେ ଓଡ଼ିଆ ନୌସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗଳ ପଞ୍ଚାୟତର ଜାନକୀଦେଇପୁର ଗ୍ରାମର ଧର୍ମେନ୍ଦ୍ର ଗାଆଣଙ୍କର ଅକାଳ ବିୟୋଗ ଘଟିଛିl ସେ ମସ୍ତିଷ୍କ କର୍କଟରେ ପୀଡ଼ିତ ଥିଲେ। ଦୀର୍ଘ ୫ମାସର ଗୁରୁତର ଅସୁସ୍ଥତା ପରେ ଗୁରୁବାର ସକାଳ ୫ଟାରେ ତାଙ୍କର ମୃତ୍ୟୁ ଘଟିଛି l  ଆଜି ଧର୍ମେନ୍ଦ୍ରଙ୍କ ମୃତଦେହକୁ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସଂପନ୍ନ କରାଯାଇଛିl 

ଜାନକୀଦେଇପୁରସ୍ଥିତ ନିଜ ଗ୍ରାମରେ ଥିବା ଘରୁ ବାୟୁସେନାର ଏକାଧିକ କର୍ମଚାରୀଙ୍କ ସହାୟତାରେ ପରିବାରବର୍ଗ ପକ୍ଷରୁ ଶବକୁ ଅଣା ଯାଇଥିଲା ଗ୍ରାମ ମଶାଣିକୁ l ଏହି ସମୟରେ କାନ୍ଦବୋବାଳିରେ ଗାଁ ପରିବେଶ ଫାଟିପଡ଼ିଥିଲାl ଅସହାୟ ବାପା-ମା’, ସ୍ତ୍ରୀ, ବନ୍ଧୁବାନ୍ଧବ, ପରିବାରବର୍ଗ ଓ ଗ୍ରାମବାସୀ ବାହୁନି ବାହୁନି କାନ୍ଦିବା ଦୃଶ୍ୟ ଅତି ହୃଦୟବିଦାରକ ଥିଲା। ଏହାପରେ ଏକ ବିରାଟ ଶୋକଯାତ୍ରାରେ ଶବକୁ ଶ୍ମଶାନକୁ ନିଆଯିବା ପରେ ନୌସେନା କର୍ମଚାରୀଙ୍କ ପକ୍ଷରୁ ସେଠାରେ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ପରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। 

ସ୍ବର୍ଗତ ଧର୍ମେନ୍ଦ୍ର ହୋଉଛନ୍ତି  ଜାନକୀଦେଇପୁର ଗ୍ରାମର ନରେନ୍ଦ୍ର ଗାଆଣ ଓ ଜୟନ୍ତୀ ଗାଆଣଙ୍କ ଏକମାତ୍ର ରୋଜଗାରିଆ ପୁଅ ଥିଲେl ନରେନ୍ଦ୍ର ନିଜ ପୁଅକୁ ଦେଶ ମାତୃକା ସେବାରେ ନିୟୋଜିତ କରାଇଥିବା ଯୋଗୁଁ ନିଜକୁ ସବୁବେଳେ ଗର୍ବିତ ମନେ କରୁଥିଲେ। ହେଲେ ଆଜି ସେମାନେ ନିଜକୁ ସବୁଠୁଁ ଅଧିକ ଅସହାୟ ମନେ କରୁଛନ୍ତିl 

ମାତ୍ର ବର୍ଷେ ପୁର୍ବରୁ ବିବାହ କରିଥିବା ବୈଶାଖୀ ନିଜ ସ୍ୱାମୀକୁ ହରାଇ ଶବ ନିକଟରେ ମୁଣ୍ଡ ପିଟି କାନ୍ଦୁ ଥିବାର ଦୃଶ୍ୟ ସତରେ ହୃଦୟ ବିଦାରକl ଅନ୍ୟପଟେ ଦୁନିଆ ଚିହ୍ନିବା ଆଗରୁ ନିଜ ବାପାଙ୍କୁ ହରାଇ ଅନାଥ ହୋଇଗଲା ଧର୍ମେନ୍ଦ୍ରଙ୍କର ୩ମାସର ଝିଅ ଦିବ୍ୟାଂସୀ। ସୂଚନାଯୋଗ୍ୟ ଧର୍ମେନ୍ଦ୍ର ୨୦୧୭ ମସିହାରେ ଚିଲିକାରେ ନୌସେନା କର୍ମଚାରୀ ଭାବେ ଯୋଗ ଦେଇଥିବାବେଳେ ବିଭିନ୍ନ ସ୍ଥାନରେ ପୋଷ୍ଟିଙ୍ଗ ପରେ ବର୍ଷେ ପୂର୍ବରୁ ସେ ପୋରବନ୍ଦରରେ କାର୍ଯ୍ୟରତ ଥିଲେl ଗତବର୍ଷ ଡିସେମ୍ବର ମାସରେ ସେ ଜାହାଜରେ କାର୍ଯ୍ୟରତ ଥିବା ସମୟରେ ହଠାତ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ତଳେ ପଡ଼ି ଯାଇଥିଲେl ପରେ ତାଙ୍କୁ ଚିକିତ୍ସା ପାଇଁ ନିଆଯିବାପରେ ଡାକ୍ତର ଜାଣିବାକୁ ପାଇଥିଲେ କି ଧର୍ମେନ୍ଦ୍ରଙ୍କ ମସ୍ତିଷ୍କରେ ଗୋଟେ ଟ୍ୟୁମର ଅଛି ସେଇଟା ଗ୍ଲିଓମା ଚତୁର୍ଥ ପର୍ଯ୍ୟାୟରେ ଅଛିl ତେବେ ତାଙ୍କ ଚିକିତ୍ସା ଦିଲ୍ଲୀ ସମେତ କୋଲକାତାରେ ତାଙ୍କ ବିଭାଗୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେl ତେବେ ସେ ମଝିରେ ମଝିରେ କୋଲକାତା ଯାଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରେଇ ଆସି ଘରେ ରହୁଥିଲେl
 

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe