ଆନ୍ଧ୍ରପ୍ରଦେଶରେ ମିିଶିବାକୁ ମନ କରୁଛନ୍ତି ଓଡ଼ିଶାର ଏହି ଗାଁର ଲୋକେ!

ଆନ୍ଧ୍ରପ୍ରଦେଶ ପୂର୍ବରୁ ନେଇସାରିଛି ବୋରାମୁଠା। ତା ପରେ ଆଖି ପକାଇଛି କୋଟିଆ ଗ୍ରାମପୁଂଜ ଉପରେ। ଏବେ ସୀମାନ୍ତ ନନ୍ଦପୁର ବ୍ଲକର ରାଇପାହାଡ଼ ଗାଁ ଉପରେ ପଡ଼ିଛି ଲେଲୁପଦୃଷ୍ଟି।

କୋରାପୁଟ: ଆନ୍ଧ୍ରପ୍ରଦେଶ ପୂର୍ବରୁ ନେଇସାରିଛି ବୋରାମୁଠା। ତା ପରେ ଆଖି ପକାଇଛି କୋଟିଆ ଗ୍ରାମପୁଂଜ ଉପରେ। ଏବେ ସୀମାନ୍ତ ନନ୍ଦପୁର ବ୍ଲକର ରାଇପାହାଡ଼ ଗାଁ ଉପରେ ପଡ଼ିଛି ଲେଲୁପଦୃଷ୍ଟି। ଓଡ଼ିଶା କିଛି ପଦକ୍ଷେପ ଓ ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ହିଁ ଆନ୍ଧ୍ର କାର୍ଯ୍ୟକାରୀ କରୁଛି। ଆନ୍ଧ୍ର ଦଲାଲମାନେ ପରିସ୍ଥିତି ଏଭଳି ଉପୁଜାଇଛନ୍ତି ଯେ ରାଇପାହାଡ଼ ଗ୍ରାମବାସୀ ଡୁମୁରୀଗୁଡ଼ା ବ୍ଲକ ଓ କଣ୍ଡୁମ ପଂଚାୟତରେ ମିଶିବାକୁ ଅନୁରୋଧ କରିଛନ୍ତି। ଏସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା ଏବଂ ତହସିଲଦାର ପ୍ରଭାତି ଝୋଡ଼ିଆଙ୍କୁ ରାଇପାଡୁ ଗାଁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  

ତେବେ ସେଠାକୁ ଯାଇ ଓଡିଶା ପ୍ରଶାସନ ଆଶ୍ଚାର୍ଯ୍ୟାନ୍ବୀତ। ଗାଁର ଶତପ୍ରତିଶତ ପରିବାରର ଆଧାରକାର୍ଡ ଆନ୍ଧ୍ରର। ଏପରିକି ଆନ୍ଧ୍ରର ବିଭିନ୍ନ ଯୋଜନାରେ ଏମାନେ ଲାଭାନ୍ବୀତ ବୋଲି କହିଛନ୍ତି ବିଡିଓ। ଏହି ସ୍ଥିତିରେ ଆଗାମୀ ପଦକ୍ଷେପ କଣ ନିଆଯିବ ସେ ନେଇ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି ବିଡିଓ। 

ରାଇପାହାଡ଼ର ୧୩ ପରିବାରର କାଗଜପତ୍ର ଯାଞ୍ଚ କରି ୩ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ୧୦ଜଣଙ୍କୁ ଆରଏଚ୍( ବିପିଜିୱାଇ) ଯୋଜନାରେ ଘର ଯୋଗାଇବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ତେବେ ୩ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଟଙ୍କା ପାଇଛନ୍ତି। ୧୦ଜଣଙ୍କର ଆଧାରକାର୍ଡ ଆନ୍ଧ୍ରର ଥିବାରୁ ତାଙ୍କୁ ଅନୁଦାନ ଦିଆଯାଇନି। ଅପରପକ୍ଷରେ ଗାଁରେ ବିଦ୍ୟୁତୀକରଣ କରାଯାଇ ସବୁ ଘର ନିକଟକୁ ବିଦ୍ୟୁତ ଯାଇଛି। ତେବେ ଆନ୍ଧ୍ରର ବିଦ୍ୟୁତ ସଂଯୋଗ ଥିବାରୁ ଟାଟା ପାୱାର ଓଡ଼ିଶାର ବିଦ୍ୟୁତ ସଂଯୋଗ ଦେଇ ପାରୁନି ବୋଲି କହିଛନ୍ତିବ ବିଡିଓ। 

publive-image

ନନ୍ଦପୁର ବ୍ଲକ୍ ସୀମାନ୍ତ ପାଛଲୁଙ୍ଗ, ଗୋଲୁର, ଚାଟୁଆ, ଖ୍ନବର୍, ହାତୀବାରି, ପରଜା ବଡପଡ଼ା, ପାଡ଼ୁଆ, କୁଲାବିର, କୁଲାରସିଂ ଓ ବିଲାପୁଟ ଆଦି ପଞ୍ଚାୟତବାସୀଙ୍କୁ ଆଧାର, ରାସନ ଓ ଭୋଟର ପରିଚୟପତ୍ର ଦେଇ ଆନ୍ଧ୍ର ପ୍ରଲୋଭନ ଦେଖାଉଥିବା ଘଟଣା ସାମ୍ନାକୁ ଆସିଥିଲା। ବିଶେଷ ଭାବେ ଗୋଲୁର ପଞ୍ଚାୟତର ରାଇପାହାଡ଼ ଗ୍ରାମକୁ ଆନ୍ଧ୍ର ନିଜର କହି ଏକାକ ସରକାରୀ ଯୋଜନାରେ ସାମିଲ କରିଥିବା ବି ଜଣାପଡିଥିଲା। 

ଜିଲା ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପରେ ଆନ୍ଧ୍ର ଓଡ଼ିଶା ସୀମାର ୨ କି.ମି. ଅତିକ୍ରମ କରି ରାଇପାହାଡ ଗ୍ରାମବାସୀଙ୍କୁ ପ୍ରଲୋଭିତ କରାଯାଇଥିବା ଜଣାପଡ଼ିଥିଲା। କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୯୭/୨୩ରେ ଆନ୍ଧ୍ରର ଆଲୁରି ସୀତାରମଣ ଜିଲାପାଳଙ୍କୁ ଚିଠି ଲେଖି ଆନ୍ଧ୍ରର ଅନୁପ୍ରବେଶ ଓ ସରକାରୀ ଯୋଜନା ପ୍ରଣୟନ ବନ୍ଦ କରି ୨ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ଦ୍ଵିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ଚାଟୁଆ ଫରେଷ୍ଟ ଗେଷ୍ଟ ହାଉସରେ ଦୁଇ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ଆନ୍ଧ୍ର ପାଖରେ କେବଳ ରାଇପାହାଡ଼ ଗ୍ରାମବାସୀ ତାଙ୍କ ରାଜ୍ୟର ହିତାକାରୀ ଥିବା ପ୍ରମାଣ ବ୍ୟତୀତ ଅନ୍ୟକୌଣସି କାଗଜପତ୍ର ନ ଥିଲା। ଏଥିପାଇଁ ଆନ୍ଧ୍ର ରାଇପାହାଡ ଗ୍ରାମରୁ ନିଜକୁ ଦୂରେଇ ରଖିବ ଓ ଗ୍ରାମବାସୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସୁବିଧା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏହା ସଠିକ ଭାବେ କାର୍ଯ୍ୟକାରୀ ନହେବାରୁ ୨ବର୍ଷ ପରେ ପୁଣି ଏବେ ରାଇପାହାଡ ବାସି ଡୁମୁରୀଗୁଡା ବ୍ଲକ ଓ କଣ୍ଡୁମ ପଂଚାୟତରେ ମିଶିବାକୁ ଅନୁରୋଧ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। 

Koraput | Kotia

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe