ଭୁବନେଶ୍ୱର: ଓଡ଼ିଆ ମହିଳାଙ୍କୁ ହାଇଦ୍ରାବାଦରେ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ୨୬ ବର୍ଷୀୟ ମହିଳା ୬ ମାସ ହେଵ ସ୍ୱାମୀଙ୍କ ସହିତ ହାଇଦ୍ରାବାଦରେ ରହି ଆସୁଥିଲେ। ସ୍ୱାମୀ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ସେହି କମ୍ପାନିର ଶିକ୍ଷାନୁଷ୍ଠାନରେ ଶିକ୍ଷୟତ୍ରୀ ଭାବରେ କାମ କରୁଥିଲେ ମୃତ ମହିଳା।

Advertisment

ଆହୁରି ପଢ଼ନ୍ତୁ:Maoists Surrender Chhatisgarh: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ

ଝୁଲନ୍ତା ଅବସ୍ଥାରେ  ମିଳିଥିଲା ସ୍ତ୍ରୀଙ୍କ ମୃତଦେହ

ପାସପୋର୍ଟ ସଂଶୋଧନ ପାଇଁ ସ୍ବାମୀ ଓଡ଼ିଶା ଆସିଥିବା ବେଳେ ସେଠାରେ ସ୍ତ୍ରୀଙ୍କର ଦେହ ଅସୁସ୍ଥ ଖବର ପାଇଥିଲେ। ତୁରନ୍ତ ହାଇଦ୍ରାବାଦ ଫେରିବା ପରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ମିଳିଥିଲା। ସ୍ୱାମୀଙ୍କର ସନ୍ଦେହ ଯେ, କୌଣସି ପାରିବାରିକ କଳହ ନଥିଲା। ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ସ୍ତ୍ରୀ ହତ୍ୟାକୁ ନେଇ ସହଯୋଗ କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ସ୍ବାମୀ ।

ଆହୁରି ପଢ଼ନ୍ତୁ:Pakistan's War Strategy: ଆମେ ଏକା ସାଙ୍ଗରେ ଆଫ୍‌ଗାନିସ୍ତାନ-ଭାରତ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ: ଖ୍ୱାଜା ଆସିଫ୍

‘କରଜ ଶୁଝିବାକୁ ଯାଇ ଶବ ପାଲଟି ଗଲେ ଝିଅ’

ତେଣେ ମୃତ ଶିକ୍ଷୟତ୍ରୀଙ୍କ ମାଆ ସୁକାନ୍ତି ମହନ୍ତ କହିଛନ୍ତି, ପୁରା ପରିବାର କରଜରେ ବୁଡ଼ି ରହିଥିବା ବେଳେ, ଝିଅ କରଜ ଶୁଝିବାକୁ ଯାଇ ଶବ ପାଲଟି ଗଲେ। ଗତ ୬ ମାସ ତଳେ ହାଇଦ୍ରାବାଦ ଯାଇଥିଲେ I ଗତ ବୁଧବାର ଦିନ ତାଙ୍କ କ୍ୱାର୍ଟର ଭିତରୁ ସନ୍ଦେହଜନକ ଭାବେ ମୃତଦେହ ମିଳିଥିଲା I ଏନେଇ ଥାନାରେ ଅଭିଯୋଗ ହୋଇଛିI

Crime | rape | murder