ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଫେବ୍ରୁଆରି ୧୭ରେ ଆସିବ ରାଜ୍ୟ ବଜେଟ୍‌

Advertisment

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶ‌ନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ। 

Updated On

ଅଦ୍ୟତନ ହୋଇଛି
Mohan Charan Majhi

Mohan Charan Majhi Photograph: (sambad.in)

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶ‌ନରେ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ। 

ବଜେଟ୍‌ ଅଧିବେଶନର ମୁଖ୍ୟ ତାରିଖ

-ଫେବ୍ରୁଆରି ୧୩ରୁ ଆରମ୍ଭ
-ଫେବ୍ରୁଆରି ୧୭ରେ ବଜେଟ୍‌ ଉପସ୍ଥାପନ
-ଏପ୍ରିଲ ୫ରେ ଅଧିବେଶନ ଶେଷ

ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଆସନ୍ତା ଏପ୍ରିଲ୍‌ ୫ ତାରିଖ ଯାଏଁ ୨ଟି ପର୍ଯ୍ୟାୟରେ ଜାରି ରହିବ। ଫେବ୍ରୁଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହା ପରେ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୬ତାରିଖ ଯାଏଁ ଅଧିବେଶନ ବନ୍ଦ ରହିବ। ମାର୍ଚ୍ଚ ୭ ତାରିଖ ଠାରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟରେ ଅଧିବେଶନ ଜାରି ରହିବ। 

ଆର୍ଥିକ ବର୍ଷ ୨୦୨୪-୨୫ ସରିସରି ଆସୁଥିବା ‌ବେଳେ ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟର ବିକାଶ ପାଇଁ କେଉଁ ବିଭାଗକୁ କେତେ ଟଙ୍କା ଦେବେ ଏନେଇ ଏଥି ପାଇଁ ସରକାରଙ୍କ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ସଂସ୍ଥାଠୁ ମତାମତ ଲୋଡ଼ିଥିଲା। କେଉଁ କ୍ଷେତ୍ର ପାଇଁ ବଜେଟ୍‌ କିଭଳି ହେବା ଦରକାର ସର୍ବସାଧାରଣ ମତାମତ ଦେଇଥିଲେ। 

ସୂଚନାଯୋଗ୍ୟ, ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ତଥା ସପ୍ତଦଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଡିସେମ୍ବର ୧୧ ତାରିଖରେ ଶେଷ ହୋଇଥିଲା। ବିଧାନସଭାରେ ଆଉ କୌଣସି ସରକାରୀ କାର୍ଯ୍ୟ ଏବଂ ଗୁରୁତ୍ବପୂର୍ଣ୍ଣ ଆଲୋଚନା ନଥିବାରୁ ଗୃହ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଏବଂ ଆକାଶ ଦାସନାୟକ ସମର୍ଥନ କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଚଳିତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବାବେଳେ ମାତ୍ର ୧୨ ଦିନ ଚାଲିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ୨ଦିନ ଗୃହ କାର୍ଯ୍ୟ ବନ୍ଦ ଥିଲା। ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe