ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନଙ୍କୁ ମିଳିଲା ୨୩ ଲକ୍ଷର ଆଇସିଏସଏସଆର ପ୍ରକଳ୍ପ

Advertisment

ନୂଆଦିଲ୍ଲୀସ୍ଥିତ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ପକ୍ଷରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ୨୩ ଲକ୍ଷ ଟଙ୍କାର ଗବେଷଣା ପ୍ରକଳ୍ପ ପ୍ରଦାନ କରାଯାଇଛି। ଭିଜନ ବିକଶିତ ଭାରତ@୨୦୪୭ ଉପରେ ସହଯୋଗୀ ଗବେଷଣା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଆହ୍ୱାନ ବିଷୟରେ ଏହି ପ୍ରକଳ୍ପ ପ୍ରସ୍ତାବ ଦାଖଲ କରାଯାଇଥିଲା।

ନୂଆଦିଲ୍ଲୀସ୍ଥିତ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ପକ୍ଷରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ୨୩ ଲକ୍ଷ ଟଙ୍କାର ଗବେଷଣା ପ୍ରକଳ୍ପ ପ୍ରଦାନ କରାଯାଇଛି। ଭିଜନ ବିକଶିତ ଭାରତ@୨୦୪୭ ଉପରେ ସହଯୋଗୀ ଗବେଷଣା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଆହ୍ୱାନ ବିଷୟରେ ଏହି ପ୍ରକଳ୍ପ ପ୍ରସ୍ତାବ ଦାଖଲ କରାଯାଇଥିଲା।

କୋରାପୁଟରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ଅଣଦେଖା, ୧୦ ମାସ ହେଲା ନାହାନ୍ତି ସ୍ଥାୟୀ କୁଳପତି

କୋରାପୁଟ: ନୂଆଦିଲ୍ଲୀସ୍ଥିତ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ପକ୍ଷରୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ୨୩ ଲକ୍ଷ ଟଙ୍କାର ଗବେଷଣା ପ୍ରକଳ୍ପ ପ୍ରଦାନ କରାଯାଇଛି। ଭିଜନ ବିକଶିତ ଭାରତ@୨୦୪୭ ଉପରେ ସହଯୋଗୀ ଗବେଷଣା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଆହ୍ୱାନ ବିଷୟରେ ଏହି ପ୍ରକଳ୍ପ ପ୍ରସ୍ତାବ ଦାଖଲ କରାଯାଇଥିଲା।

ବିକଶିତ ଭାରତ ପାଇଁ ମିଲେଟ୍ ମାଧ୍ୟମରେ ସ୍ଥାୟୀ ଜୀବିକା, ଖାଦ୍ୟ ନିରାପତ୍ତା ଏବଂ ଗ୍ରାମୀଣ ରୂପାନ୍ତରଣ: ଦକ୍ଷିଣ ଓ ପୂର୍ବ ଭାରତୀୟ ରାଜ୍ୟରୁ ପ୍ରାଥମିକ ଡାଟା ପ୍ରମାଣ ଶୀର୍ଷକ ଏହି ପ୍ରସ୍ତାବକୁ ମିଳିତ ଭାବେ ଏକ ଗବେଷକ ଟିମ ଦାଖଲ କରିଥିଲେ। ଯେଉଁଥିରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦୁଇ ଜଣ  ଅଧ୍ୟାପକ ଡ. ମିନତୀ ସାହୁ, ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଏବଂ ଏଚ୍ଓଡି (ଆଇ/ସି), ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଡ. ସୌରଭ ଗୁପ୍ତା ସହ-ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଏଥିରେ ସାମିଲ ରହିଥିଲେ।

ଏହି ଟିମରେ ବାହ୍ୟ ସଦସ୍ୟ (ସହ-ପ୍ରକଳ୍ପ ନିର୍ଦ୍ଦେଶକ) ଅଛନ୍ତି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ତଥା ଏଚ୍ଓଡି ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା, ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ରାଜନୈତିକ ବିଜ୍ଞାନ ଓ ଲୋକ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡ. ରାଜଶ୍ରୀ ପାଢ଼ୀ ଏବଂ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗର ସହକାରୀ ପ୍ରଫେସର ଡ. ଚିତ୍ତରଞ୍ଜନ ସୁବୁଦ୍ଧି। ଆଇସିଏସଏସଆର ବିଶେଷଜ୍ଞ ମାନଙ୍କ ଦ୍ୱାରା ଯାଞ୍ଚ ଏବଂ ଏକ ରାଉଣ୍ଡ ସାକ୍ଷାତକାର କରାଯିବ ପରେ ଏହି ପ୍ରକଳ୍ପ ଚୟନ କରାଯାଇଥିଲା।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଡ. ସାହୁ ଓ ଡ. ଗୁପ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଏକ ସୁଦୃଢ଼ ଓ ସାମାଜିକ ପ୍ରାସଙ୍ଗିକ ଗବେଷଣା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଭଳି ୨୦୪୭ ସୁଦ୍ଧା ଏକ ବିକଶିତ୍ ଭାରତ ଗଠନରେ ଆଦିବାସୀ ସଂସ୍କୃତିର ଭୂମିକା ଉପରେ ଏହି ଗବେଷଣା ପ୍ରକଳ୍ପ ନୂତନ ଆଲୋକପାତ କରିବ ବୋଲି ପ୍ରଫେସର ତ୍ରିପାଠୀ ଆଶା ବ୍ୟକ୍ତ କରିଥିଲେ। ପ୍ରଫେସର ତ୍ରିପାଠୀ ବିଶ୍ୱବିଦ୍ୟାଳୟର ବିକାଶ ଦିଗରେ ସହଯୋଗ କରିଥିବାରୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ।

କୋରାପୁଟ ସମେତ ପୂର୍ବ ଓ ଦକ୍ଷିଣ ରାଜ୍ୟକୁ ଫୋକସ୍ କରି ଗ୍ରାମୀଣ ଭାରତରେ ବାଜରା କିପରି ଖାଦ୍ୟ ଓ ଜୀବନଶୈଳୀ ସଂସ୍କୃତିରେ ପରିବର୍ତନ ଆଣିଛି ସେ ସମ୍ପର୍କରେ ଏହି ପ୍ରକଳ୍ପ ଦ୍ୱାରା ଅନୁସନ୍ଧାନମୂଳକ ତଥ୍ୟ ମିଳିପାରିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶିକା ଡ. ମିନତି ସାହୁ ଜଣେଇଛନ୍ତି । ଏହା ବାଜରାକୁ ଖାଦ୍ୟ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ଗ୍ରାମୀଣ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମ ଏବଂ ଯୋଗାଯୋଗର ପ୍ରଭାବ ଅନୁସନ୍ଧାନ କରିବ ଏବଂ ଏହି ପ୍ରକଳ୍ପର ଅବଧି ଏକ ବର୍ଷ ଅଟେ ବୋଲି ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe