ବିହାର ଭୋଟ୍ ଚୋରି ପ୍ରସଙ୍ଗ: ଓଡ଼ିଶାରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟମାନେ ଭୋଟ୍ ଚୋରି ପ୍ରସଙ୍ଗ ଉଠାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଲୋକଙ୍କୁ ଭୋଟ୍ ଚୋରି ସମ୍ପର୍କରେ ସଚେତନ କରିବାକୁ କଂଗ୍ରେସ ପକ୍ଷରୁ ରାଜମହଲ ଛକଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ହୋଇଛି।

New Project (32)

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟମାନେ ଭୋଟ୍ ଚୋରି ପ୍ରସଙ୍ଗ ଉଠାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଲୋକଙ୍କୁ ଭୋଟ୍ ଚୋରି ସମ୍ପର୍କରେ ସଚେତନ କରିବାକୁ କଂଗ୍ରେସ ପକ୍ଷରୁ ରାଜମହଲ ଛକଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଏକ ବିଶାଳ ମଶାଲ ଶୋଭାଯାତ୍ରା ହୋଇଛି।

ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଭୋଟ୍ ଚୋରି ଦ୍ୱାରା ଗଣତନ୍ତ୍ରର ହତ୍ୟା ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ବେଳେ ବିଜେପି ସରକାର ଭୋଟ୍ ଚୋରି କରି ଗାଦି ହାତେଇଛି। ସାଢ଼େ ୧୨ କୋଟିରୁ ଅଧିକ ବିହାରର ଭୋଟ୍ ଦାତାମାନଙ୍କ ଅଧିକାର ଛଡ଼ାଇ ନିଆଯାଉଛି।

ଶ୍ରୀ ଦାସ କହିଛନ୍ତି, ଆଜି ବି ବିହାରର ଗରିବ ଲୋକମାନେ ବିଭିନ୍ନ ଜାଗାରେ କାମ କରି ଚଳୁଛନ୍ତି। ସେମାନଙ୍କୁ ରାଜ୍ୟରୁ ବାହାର କରାଯାଇ ପାରିବ ନାହିଁ। ସେମାନଙ୍କୁ ଅନ୍ୟ ରାଜ୍ୟର ବାସିନ୍ଦା ବୋଲି କହି ଭୋଟର ଲିଷ୍ଟରୁ ହଟାଇ ଦେବା ଉଚିତ ନୁହଁ। ତେଣୁ ଇଲେକ୍ସନ କମିସନ ଏହା ଜାଣିବା ଦରକାର। ଏହା ସହ ଇଲେକ୍ସନ କମିସନ ପ୍ରତ୍ୟେକ ଭୋଟରଙ୍କ ଗୋଟି ଗୋଟି କରି ନାଁ ଦିଅନ୍ତୁ।

ଶୋଭାଯାତ୍ରାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଜୟଦେବ ଜେନା, ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟମାନେ  ସାମିଲ ହୋଇଥିଲେ।  

 congress | politics

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe