କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ବ୍ୟାପକ ଯୋଜନା କରିଛନ୍ତି: ମନମୋହନ ସାମଲ

କୋଟିଆ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ବ୍ୟାପକ ଯୋଜନା କରିଛନ୍ତି। ସୁଭଦ୍ରା ଯୋଜନାରେ ପାଖାପାଖି ୨ ହଜାର ମହିଳା  ସାମିଲ ହୋଇଛନ୍ତି।

Odisha was cursed during the previous government: Manmohan Samal

Manmohan Samal

ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଛି। ନେତା, କର୍ମକର୍ତ୍ତାଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଏହି ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ମନମୋହନ ସାମଲ। ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଚାରଣ କରିବା ସହ ବିକଶିତ ଓଡ଼ିଶା ଗଠନ ପାଇଁ ପରିଶ୍ରମ କରିବାକୁ ଆହ୍ଵାନ କରିଛନ୍ତି ରାଜ୍ୟ ବିଜେପି ସଭାପତି।

ଏହି ଅବସରରେ ମନମୋହନ ସାମଲ କହିଛନ୍ତି, ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ ଅତୁଳନୀୟ ଥିଲା। ଆଜି ସଂକଳ୍ପ ନେବାର ଦିନ। ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ପ୍ରଚେଷ୍ଟା କରିବାକୁ ପଡ଼ିବ। ଜଳସମ୍ପଦ, ଖଣିଜ, ପର୍ଯ୍ୟଟନ କ୍ଷେତ୍ର, ସୁଦୀର୍ଘ ବେଳାଭୂମି ଉପଯୋଗ କରିବା। ତେଣୁ ସମସ୍ତଙ୍କୁ ଟିମ୍ ସ୍ପିରିଟ ସହ ସାମୁହିକ ନେତୃତ୍ବ ଏବଂ ସାମୁହିକ ଉତ୍ତର ଦାୟିତ୍ଵ ନେଇ କାମ କରିବାକୁ ଆହ୍ଵାନ କଲେ ମନମୋହନ। ଏହାସହ ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶ ଆସିଛି। କୃଷକଙ୍କ ରୋଜଗାର ବଢ଼ାଇବା ପାଇଁ ସରକାର ଯୋଜନା କରିଛନ୍ତି।

ମନମୋହନ ସାମଲ କହିଛନ୍ତି, ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ ଅତୁଳନୀୟ ଥିଲା। ଆଜି ସଂକଳ୍ପ ନେବାର ଦିନ। ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ପ୍ରଚେଷ୍ଟା କରିବାକୁ ପଡ଼ିବ। ଜଳସମ୍ପଦ, ଖଣିଜ, ପର୍ଯ୍ୟଟନ କ୍ଷେତ୍ର, ସୁଦୀର୍ଘ ବେଳାଭୂମି ଉପଯୋଗ କରିବା। ତେଣୁ ସମସ୍ତଙ୍କୁ ଟିମ୍ ସ୍ପିରିଟ ସହ ସାମୁହିକ ନେତୃତ୍ବ ଏବଂ ସାମୁହିକ ଉତ୍ତର ଦାୟିତ୍ଵ ନେଇ କାମ କରିବାକୁ ଆହ୍ଵାନ କଲେ ମନମୋହନ। ଏହାସହ ଓଡ଼ିଶାକୁ ବଡ଼ ପୁଞ୍ଜିନିବେଶ ଆସିଛି। କୃଷକଙ୍କ ରୋଜଗାର ବଢ଼ାଇବା ପାଇଁ ସରକାର ଯୋଜନା କରିଛନ୍ତି।

କୋଟିଆ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି କହିଛନ୍ତି, କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାର ବ୍ୟାପକ ଯୋଜନା କରିଛନ୍ତି। ରଥଯାତ୍ରା ସମୟରେ ସ୍ଥାନୀୟ ଅଞ୍ଚଳର ୯୦ଭାଗ ଲୋକ ଯୋଗ ଦେଇଥିଲେ। ସୁଭଦ୍ରା ଯୋଜନାରେ ପାଖାପାଖି ୨ ହଜାର ମହିଳା  ସାମିଲ ହୋଇଛନ୍ତି। କୋଟିଆବାସୀ ସରକାରଙ୍କ ସବୁ ଯୋଜନାରେ ସାମିଲ ହେବା ସହ ଓଡ଼ିଶା ସହ ଥିବା ନେଇ ବାର୍ତ୍ତା ଦେଉଛନ୍ତି। ତେଣୁ ପୂର୍ବରୁ ହେଉଥିବା ମିଥ୍ୟା ଅପପ୍ରଚାର କଥା ଲୋକ ଜାଣି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe