ରାଇରଙ୍ଗପୁରରେ ଅନୁଷ୍ଠିତ ହେଲା ସୁଭଦ୍ରା ସ୍ୱାଗତ ପଦଯାତ୍ରା

Advertisment

ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି। ଏହି ପରିପ୍ରେକ୍ଷୀରେ, ରାଇରଙ୍ଗପୁର ବ୍ଲକ ଆନୁକୁଲ୍ୟରେ ଆଜି ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆୟୋଜନ କରାଯାଇଥିଲା।

ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି। ଏହି ପରିପ୍ରେକ୍ଷୀରେ, ରାଇରଙ୍ଗପୁର ବ୍ଲକ ଆନୁକୁଲ୍ୟରେ ଆଜି ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆୟୋଜନ କରାଯାଇଥିଲା।

subhadra
ରାଇରଙ୍ଗପୁର: ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି। ଏହି ପରିପ୍ରେକ୍ଷୀରେ, ରାଇରଙ୍ଗପୁର ବ୍ଲକ ଆନୁକୁଲ୍ୟରେ ଆଜି ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା ରାଇରଙ୍ଗପୁର ବ୍ଲକ ମିସନ ଶକ୍ତି ଭବନ ଠାରୁ ବାହାରି ବିଭିନ୍ନ ପଥ ପରିକ୍ରମା କରିବା ସହ ମହିଳାମାନେ ଯୋଜନା ସମ୍ଭନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ଲୋକମାନଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ। 

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଆନୁକୁଲ୍ୟରେ ଆଜି ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆୟୋଜନ କରାଯାଇଛି। ଏହି ପଦଯାତ୍ରା ରାଇରଙ୍ଗପୁର ବ୍ଲକ ମିସନ ଶକ୍ତି ଭବନ ଠାରୁ ବାହାରି ବିଭିନ୍ନ ପଥ ପରିକ୍ରମା କରିବା ସହ ମହିଳାମାନେ ଯୋଜନା ସମ୍ଭନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇ ଲୋକମାନଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇଛନ୍ତି। 

ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଲକ ଚେୟାରମ୍ୟାନ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବ୍ଲକ ସ୍ତରୀୟ ସଭାନେତ୍ରୀ ଲୀଳାବତୀ ମହାନ୍ତ ଓ ସମ୍ପାଦିକା ଶାନ୍ତିଲତା ପାତ୍ର ଯୋଗ ଦେଇଥିଲେ। ବିଭିନ୍ନ ଗ୍ରାମ ପଂଚାୟତରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିସନ ଶକ୍ତିର ସଦସ୍ୟା, କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସମେତ ଶତାଧିକ ମହିଳା ନେଇ ବିଶାଳ ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ସିଡିପିଓ କୁଇଲିମଣି ଟୁଡୁ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଦାସ, ବିପିଏ ରେବତୀ ବେହେରା, ବିପିଏମ ଶାନ୍ତନୁ କୁମାର ସାହୁ, ବିପିସି ମିସନ ଶକ୍ତି ସ୍ବର୍ଣ୍ଣପ୍ରିୟା ସାହୁ ପ୍ରମୁଖ ପରିଚାଳନା କରିଥିଲେ। 
ଏହି ପଦଯାତ୍ରା ବାମନଘାଟି ଉପଖଣ୍ଡର ବିଭିନ୍ନ ବ୍ଲକ ସହିତ ବିଭିନ୍ନ ଗ୍ରାମ, ଗ୍ରାମ ପଂଚାୟତ ଏବଂ ରାଇରଙ୍ଗପୁର ସହରାଞ୍ଚଳରେ ୱାର୍ଡ  ସ୍ତରରେ ଆୟୋଜନ କରାଯାଇ ସମସ୍ତ ଜନସାଧାରଣଙ୍କୁ ଏହି ଯୋଜନା ବିଷୟରେ ସଚେତନତା କରିବା ସହ ଯୋଜନା ସମ୍ଭନ୍ଧୀୟ ପୁଙ୍ଖାନୁପୁଙ୍ଖ ସୂଚନା ଅବଗତ କରାଯାଇଛି। ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କ କରକମଳରେ ଭୁବନେଶ୍ୱରଠାରେ ଏହି ଯୋଜନାର ଶୁଭାରମ୍ଭ କରିବେ। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe