ଭୁବନେଶ୍ବର: ବାତ୍ୟା ମନ୍ଥା ପାଇଁ ୮ ଜିଲ୍ଲା ହେବ ପ୍ରଭାବିତ | ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ବାତ୍ୟା ଦ୍ୱାରା ପ୍ରଭାବିତ ହେବ| ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ବାତ୍ୟା ପ୍ରଭାବରେ ୬୦ରୁ ୧୦୦ କିମି ପର୍ଯ୍ୟନ୍ତ ହୋଇପାରେ ପବନ | ବିଭିନ୍ନ ବିଭାଗ ସହ ପ୍ରସ୍ତୁତି ନେଇ ବୈଠକ ସରିଛି | ପଞ୍ଚାୟତରୁ ରାଜ୍ୟ ସ୍ତରରେ ପ୍ରସ୍ତୁତି ସରିଛି | ଯେ କୌଣସି ପରିସ୍ଥିତି ଆସିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ |

Advertisment

ମାଲକାନଗିରି ଦେଇ ଅତିକ୍ରମ କରି ଛତିଶଗଡ଼ ଯିବ ବାତ୍ୟା

ସେ ଆହୁରି କହିଛନ୍ତି, ବାତ୍ୟାର ଗତି ବଢ଼ି ବଢ଼ି ଯାଉଛି | ଅବପାତର ଗତି ଘଣ୍ଟା ପ୍ରତି ୧୮ କିମି ବେଗରେ ରହିଛି | ଗତି ଯେତେ ବଢିବ କ୍ଷତି କମିବ | ଗୋପାଳପୁର ଠାରୁ ୬୦୯ କିମି ଦୂରରେ ବାତ୍ୟା | ମାଲକାନଗିରି ଦେଇ ଅତିକ୍ରମ କରି ଛତିଶଗଡ଼ ଯିବ ବାତ୍ୟା | ଛତିଶଗଡ଼ରେ ବର୍ଷା ଵି ହେବ, ଫଳରେ ମହାନଦୀରେ ପାଣି ଆସିବ | ଜଳ ଭଣ୍ଡାରରୁ ଜଳ ଛଡ଼ା ଯାଉଛି | ସମୁଦ୍ର ଭିତରେ ଥିଲେ ଫେରି ଆସିବା ପାଇଁ ସମସ୍ତଙ୍କୁ କୁହାଯାଇଛି | ଆବଶ୍ୟକ ହେଲେ ହେଲିକପ୍ଟର ବ୍ୟବହାର ହେବ | ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ |

 ଆହୁରି ପଢ଼ନ୍ତୁ:Murder At Deogaon: ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅକୁ ହତ୍ୟା କଲେ ନିଶାସକ୍ତ ସାଙ୍ଗ 

ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ | ଅତି ଆବଶ୍ୟକ ନ ପଡିଲେ ଘରୁ ବାହାରନ୍ତୁ ନାହିଁ | ବର୍ତ୍ତମାନ ସୁଦ୍ଧା ୨୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି | ପାହାଡ଼ ଉପରେ ଥିବା ସାଧୁସନ୍ଥଙ୍କୁ ତଳକୁ ଅଣାଗଲାଣି | ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଅଛି | ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ବ ହୋଇଛି | ୭ ଦିନ ଭିତରେ ଗର୍ଭବତୀ ହେବାକୁ ଥିବା ମହିଳାଙ୍କୁ ବି ସ୍ଥାନାନ୍ତର କରାଯାଉଛି | ସନ୍ଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତର ପ୍ରକ୍ରିୟା | ପୁଲିସ ପ୍ରଶାସନ ସଜାଗ ଅଛି | ୮ଟି ଜିଲ୍ଲା ରେ ୨୦୦ଟି ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରହିଛି | ସ୍କୁଲ ମଧ୍ୟ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ।ବାତ୍ୟା ପ୍ରଭାବିତ ୮ ଜିଲ୍ଲାରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି| 

 ଆହୁରି ପଢ଼ନ୍ତୁ:Rain In Odisha: ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ନେଇ ଏସ୍‌ଆରସିଙ୍କ ପରାମର୍ଶ

Cyclone Montha