ଭୁବନେଶ୍ବର: ବଙ୍ଗୋପସାଗର ଭିତରୁ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବା ସାମୁଦ୍ରିକ ବାତ୍ୟାର ମୁକାବିଲା ପାଇଁ ଓଡ଼ଶା ସରକାର ପ୍ରସ୍ତୁତି କରିଛନ୍ତି। ବାତ୍ୟା ଏବେ ସ୍ଥଳଭାଗ ଠାରୁ ୯୩୦ କିଲୋମିଟର ଦୂରରେ ଥିବା ବେଳେ ଏହା ଘଣ୍ଟା ପିଛା ୬ କିଲୋମିଟର ବେଗରେ ଗତି କରୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆନ୍ଧ୍ରପ୍ରଦେଶର ମଛଲିପାଟନମ ଏବଂ କଳିଙ୍ଗପାଟଣା ମଝିରେ ଏହା ସ୍ଥଳଭାଗ ସ୍ପର୍ଶ କରିବ। ଓଡ଼ିଶାରେ ବାତ୍ୟାର ପ୍ରଭାବ ନରହିଲେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ଲୋକଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷା

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପାଟନମ ଓ କଳିଙ୍ଗପାଟଣା ମଝିରେ ଭୂପୃଷ୍ଠକୁ ସ୍ପର୍ଶ କରିବ। ଯାହା ଆଶା କରାଯାଉଛି ମାଲକାନଗିରି ଠାରୁ ବାତ୍ୟା ୨୦୦ କିମି ଦୂରରେ ଲ୍ୟାଣ୍ଡଫଲ୍‌ କରିବ। ତେଣୁ ମାଲକାନଗିରି ସର୍ବାଧିକ ପ୍ରଭାବିତ ହୋଇପାରେ। କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, ଗଜପତି, ଗଂଜାମ, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ପ୍ରଭାବ ରହିବ। ଏହି ଜିଲ୍ଲା ଗୁଡ଼ିକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ଏସବୁ ଜିଲ୍ଲାରେ ପ୍ରସ୍ତୁତି ଜାରି ରହିଛି। ଅନ୍ୟ ୨୨ଟି ଜିଲ୍ଲାରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯିବା ସହିତ ପ୍ରସ୍ତୁତି କରାଯାଇଛି। ଏତଦ୍‌ ବ୍ୟତୀତ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସଂହପୁର ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି।  

ଆହୁରି ପଢ଼ନ୍ତୁ: National OBC Comission: ୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯୋଗ ଶୁଣାଣି

ସାହାଯ୍ୟ କରିବେ ‌ପଡ଼ୋଶୀ ଜିଲ୍ଲା

ବର୍ଷା ନେଇ ୩୦ଟି ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛୁ। ଯେଉଁ ଜିଲ୍ଲାରେ ବିପର୍ଯ୍ୟୟ ହେବ, ସେଠାରେ ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଏତଦ୍‌ ବ୍ୟତୀତ ଆଜି ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ମଧ୍ୟ ବିପର୍ଯ୍ୟୟର ସାମ୍ନା କରୁଥିବା ଜିଲ୍ଲାରେ ସହାୟତାର ହାତ ବଢ଼ାଇବେ।ଦକ୍ଷିଣାଞ୍ଚଳ ଆରଡିସି ଜିଲ୍ଲାପାଳମାନଙ୍କୁ ସହଯୋଗ କରିବେ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। 

ବିପର୍ଯ୍ୟୟ ମୁକାବିଲା ପାଇଁ ୧୨୮ଟି ଟିମ୍‌ ମୁତୟନ

ରେଡ୍‌ ଜୋନ୍‌ରେ ଥିବା ୮ଟି ଜିଲ୍ଲାରେ ମୋଟ୍‌ ୧୨୮ଟି ଟିମ୍‌ ଓଡିଆରଏଫ୍‌, ଏନ୍‌ଡିଆରଏଫ୍‌ ଏବଂ ଅଗ୍ନିଶମ ବାହିନୀର ଟିମ୍‌ ନିୟୋଜିତ ହୋଇଛନ୍ତି। ଏଥିରୁ ମାଲକାନଗିରି ଓଡିଆରଏଫ୍‌ ୩ଟି, ଗୋଟିଏ ଏନଡିଆରଫି ଟିମ୍‌ ଏବଂ ୮ଟି ଅଗ୍ନିଶମ ବାହିନୀର ଟିମ୍‌ ସାମିଲ ରହିଛି। ସେହିପରି କୋରାପୁଟରେ ୧୮ ଟିମ୍‌, ନବରଂଗପୁରରେ ୧୩ଟି ଟିମ, ଗଜପତିରେ ୧୧ଟି ଟିମ, ଗଂଜାମରେ ୨୭ଟି ଟିମ, କନ୍ଧମାଳରେ ୧୬ଟି ଟିମ୍‌, କଳାହାଣ୍ଡିରେ ୧୬ଟିମ୍‌ ସାମିଲ ରହିଛି। ଆବଶ୍ୟକ ପଡ଼ିଲେ ଆହୁରି ଟିମ ଦିଆଯିବ। 

ଆହୁରି ପଢ଼ନ୍ତୁ: Bjp Spokesman Anil Biswal: କଂଗ୍ରେସ ଅଭ୍ଯାସଗତ ମିଛ ଅଭିଯୋଗକାରୀ: ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ

କାଲିଠାରୁ ସ୍କୁଲ ବନ୍ଦ

ଅଭିଜ୍ଞତା ଥିବା ଅଧିକାରୀଙ୍କ ସହାୟତା ଲୋଡ଼ାଯିବ। କାଲି ଠାରୁ ସ୍କୁଲ ବନ୍ଦ ହେବ। ଗୃହପାଳିତ ପଶୁଙ୍କୁ ସ୍ଥାନାନ୍ତର କରାଯିବ। ଯେଉଁଠି ଭୂସ୍ଖଲନ ହେବାର ଅଛି, ସେଠାରେ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ ଜନିତ ସମସ୍ୟା ହେଲେ ଶକ୍ତି ବିଭାଗ ପ୍ରସ୍ତୁତ ଅଛନ୍ତି। ଓଡ଼ିଶାର ଅଗ୍ନିଶମ ବିଭାଗରେ ଯାହା କ୍ଷମତା ଅଛି, ତାହା ବ୍ୟବହାର କରାଯିବ। ଜଙ୍ଗଲ ବିଭାଗର ଟିମ୍‌ ମଧ୍ୟ ନିୟୋଜିତ ଅଛନ୍ତି। ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ମାଟି, ପଥର ଓ ଗଛ ଦ୍ବାରା ରାସ୍ତା ଅବରୋଧ ହେଲେ ୱାର୍କ, ଏନଏଚଏଆଇ ଏବଂ ଆରଡି ବିଭାଗ କାମ କରିବ। 

ଲୋକଙ୍କର ରକ୍ଷା ହେଉ: ପୂଜାରୀ

ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ସ୍ବାସ୍ଥ୍ୟ ପ୍ରତି ସଚେତନ ଅଛନ୍ତି। ପ୍ରସୂତୀମାନଙ୍କର ତାଲିକା ପ୍ରସ୍ତୁତ ‌ହୋଇଛି। ଆସନ୍ତାକାଲି ଠାରୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯିବ। ପିଏଚସି, ସିଏଚସି, ଡାକତର, ଔଷଧ ମହଜୁତ ରଖାଯାଇଛି। ଯେଉଁମାନେ ପର୍ଯ୍ୟଟନସ୍ଥଲୀମାନଙ୍କରେ ରହୁଛନ୍ତି, ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ବ୍ୟବସ୍ଥା କରାଯାଉଛି। ସମୁଦ୍ର ଭିତରେ ମତ୍ସ୍ୟଜୀବୀ ଫେରି ଆସିଛନ୍ତି। ତଥାପି ଆହୁରି ଯାଞ୍ଚ କରାଯାଉଛି ଏଥି ପାଇଁ ଟିମ୍‌ ନିୟୋଜିତ ଅଛନ୍ତି। ଅସାଧୁମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲ୍ଲା, ବ୍ଲକ, ପଞ୍ଚାୟତ ପ୍ରଶାସନ ପ୍ରସ୍ତୁତ ହେଉଛନ୍ତି। ଲୋକଙ୍କର ରକ୍ଷା ହେଉ, ବାତ୍ୟାକୁ ପରାସ୍ତ କରିବୁ।