ଅସ୍ବାଭାବିକ ଭାବେ ୫୦ଟି ହାତୀର ମୃତ୍ୟୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

Advertisment

ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ରାଜ୍ୟରେ ଅସ୍ବାଭାବିକ ହାତୀ ମୃତ୍ୟୁ ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂହଖୁଣ୍ଟିଆ ନିଜ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ରାଜ୍ୟରେ ଅସ୍ବାଭାବିକ ହାତୀ ମୃତ୍ୟୁ ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂହଖୁଣ୍ଟିଆ ନିଜ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

Elephant

ଭୁବନେଶ୍ବର: ରାଜ୍ୟରେ ଅସ୍ବାଭାବିକ ହାତୀ ମୃତ୍ୟୁ ଘଟଣା ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସିଂହଖୁଣ୍ଟିଆ ନିଜ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସେ କହିଛନ୍ତି, ଚଳିତ ବର୍ଷ ୫୦ଟି ହାତୀଙ୍କର ଅସ୍ବାଭାବିକ ମୃତ୍ୟୁର ତଦନ୍ତ ରିପୋର୍ଟ ଆଗାମୀ ଏକ ମାସ ଭିତରେ ଦାଖଲ କରାଯାଉ।  

ବନ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଲେଖିଥିବା ଚିଠିରେ ମନ୍ତ୍ରୀ ରାଜ୍ୟରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ଅତିରିକ୍ତ ଯତ୍ନ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଓଡ଼ିଶାରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁକୁ ରୋକିବା ପାଇଁ ରାଜ୍ୟ ସରକାର ଗଜସାଥୀ ଏବଂ ରାପିଡ୍‌ ଆକ୍ସନ ଟିମ୍‌ ଗଠନ କରିଛନ୍ତି। ହାତୀମାନଙ୍କ ସୁରକ୍ଷା ପାଇଁ ଆଇନଗତ ସୁରକ୍ଷା ବ୍ୟବସ୍ଥା ସହିତ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାକୁ ଜଙ୍ଗଲ ଅଧିକାରୀଙ୍କ ପକ୍ଷରୁ ଅଧିକ ଯତ୍ନ ଏବଂ ଆନ୍ତରିକତା ଆବଶ୍ୟକ।

-ଗଣେଶ ରାମ ସିଂହଖୁଣ୍ଟିଆ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 

ଜଙ୍ଗଲ ସମେତ ବନ୍ୟଜନ୍ତୁମାନଙ୍କର ସୁରକ୍ଷା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବ୍ୟାପକ ପରିମାଣରେ ବୃକ୍ଷରୋପଣ କରୁଛନ୍ତି। ଜଙ୍ଗଲ ଭିତରେ ଜଳଉତ୍ସ ନିର୍ମାଣ କରୁଛନ୍ତି। ତଥାପି ବନ୍ୟଜନ୍ତୁମାନେ ପଦାକୁ ଆସି ମନୁଷ୍ୟର ଟାର୍ଗେଟରେ ରହୁଛନ୍ତି। ପରିବେଶ୍‌ବିତ୍‌ମାନଙ୍କର କହିବା ହେଲା ଯେ, ପ୍ରାକୃତିକ ଉପାୟରେ ଜଙ୍ଗଲର ପରିମାଣ ବୃଦ୍ଧି ହେଉାଇପାରୁ ନାହିଁ। 

ସୂଚନାଯୋଗ୍ୟ, ରାଜ୍ୟରେ ହାତୀ ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକପ୍ରକାରର ଅଘୋଷିତ ଯୁଦ୍ଧ ଜାରି ରହିଛି। ଏଥି ପାଇଁ ଏକାଧିକ କାରଣ ରହିଛି। ବ୍ୟାପକ ଜଙ୍ଗଲ କ୍ଷୟ ଓ ଜଳବାୟୁ ଦ୍ବାରା ପ୍ରଭାବିତ ହୋଇ ହାତୀମାନେ ଗାଁ ଅଭିମୁଖେ ଆସୁଛନ୍ତି ଏବଂ ମନୁଷ୍ୟମାନଙ୍କର ଟାର୍ଗେଟରେ ରହୁଛନ୍ତି। ହାତୀମାନେ ଜଙ୍ଗଲ ଭିତରୁ ପଦାକୁ ଆସିବା ଦ୍ବାରା ମନୁଷ୍ୟର ମଧ୍ୟ କ୍ଷତି କରୁଛନ୍ତି। ଫସଲ ଖାଇବା, ଘରଦ୍ବାର ଭାଙ୍ଗିବା ଓ ଆକ୍ରମଣ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe