Odisha High court RI Promotion: ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିର୍ଦ୍ଦେଶ ଓଡ଼ିଶା ହାଇକୋର୍ଟରେ ରଦ୍ଦ

ବରିଷ୍ଠତାକୁ ଅଣଦେଖା କରି ରାଜସ୍ବ ନିରୀକ୍ଷକ(ଆରଆଇ) ପଦକୁ ପଦୋନ୍ନତି ପ୍ରଦାନ କରାଯାଇଥିବା ଅଭିଯୋଗକୁ ‌ନେଇ ଦାୟର ମାମଲାକୁ Odisha High court ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

thighcourt

odisha high court Photograph: (sambad.in)

କଟକ: ବରିଷ୍ଠତାକୁ ଅଣଦେଖା କରି ରାଜସ୍ବ ନିରୀକ୍ଷକ(ଆରଆଇ) ପଦକୁ ପଦୋନ୍ନତି ପ୍ରଦାନ କରାଯାଇଥିବା ଅଭିଯୋଗକୁ ‌ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। କେନ୍ଦୁଝର ଜିଲ୍ଲା‌ରେ ୨୦୧୯, ଜାନୁଆରି ୧୯ରେ ଆରଆଇ ପଦକୁ ପଦୋନ୍ନତି ପାଇଁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମାମଲାର ପ୍ରତିପକ୍ଷ ତଥା ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ପୁନର୍ବାର ପୂର୍ବ ପଦକୁ ଫେରାଇ ନିଆଯିବ। ପ୍ରତିପକ୍ଷମାନେ ଏହି ଅବଧି ଭିତରେ ପାଇଥିବା ଦରମା ଓ ଅନ୍ୟାନ୍ୟ ଆର୍ଥିକ ଲାଭ ସେମାନଙ୍କ ନିକଟରୁ ଭରଣା କରାଯିବ ନାହିଁ। ଆରଆଇ ପଦକୁ ପଦୋନ୍ନତି ପାଇଁ ଏକ ପୁନର୍ବିଚାର ବିଭାଗୀୟ ପଦୋନ୍ନତି କମିଟି(ଡିପିସି) ଡାକିବାକୁ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ମେଧା, ବରିଷ୍ଠତା ପ୍ରସଂଗକୁ ଡିପିସି ବିଚାରକୁ ନେବ। ପୁନର୍ବିଚାର ଡିପିସିର ଫଳାଫଳ ଆଧାରରେ ପଦୋନ୍ନତି ନିର୍ଦ୍ଦେଶନାମା ଜାରି କରାଯିବ। ସମସ୍ତ ପ୍ରକ୍ରିୟା ତିନି ମାସ ଭିତରେ ସଂପୂର୍ଣ୍ଣ ହେବ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୟ କୁମାର ପେରେଇ ଓ ଅନ୍ୟ ଚାରି ଜଣଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀମାନେ ସହକାରୀ ଆରଆଇ ଓ ଅମିନ ପଦରେ ୨୦୦୯ ନଭେମ୍ବରରେ ନିଯୁକ୍ତି ପାଇଥିଲେ। ୨୦୧୮, ସେପ୍ଟେମ୍ବର ୬ରେ କେନ୍ଦୁଝର ଜିଲ୍ଲାପାଳଙ୍କ ତରଫରୁ ଏଆରଆଇ ଓ ଅମିନଙ୍କ ଗ୍ରେଡେସନ ତାଲିକା ପ୍ରକାଶ ପାଇଥିଲା। ସମସ୍ତ ଆବେଦନକାରୀ ବିଭାଗୀୟ ପରୀକ୍ଷାରେ ପାସ କରିବା ସହିତ ୫ ବର୍ଷ କାର୍ଯ୍ୟକାଳ ଶେଷ କରି ଆରଆଇ ପଦକୁ ପଦୋନ୍ନତି ପାଇଁ ଯୋଗ୍ୟତା ହାସଲ କରି ସାରିଥିଲେ। ସମସ୍ତ ଆବେଦନକାରୀ ସଂରକ୍ଷିତ ବର୍ଗର ଥିବା ବେଳେ ସାଧାରଣ ବର୍ଗଙ୍କ ପାଇଁ ଥିବା ଆରଆଇ ପଦକୁ ସେମାନଙ୍କୁ ପଦୋନ୍ନତି ପ୍ରଦାନ କରାଯାଇ ନଥିବା ଅଭିଯୋଗ ହୋଇଥିଲା। ଗ୍ରେଡେସନ ତାଲିକା‌ରେ ସେମାନଙ୍କ ସ୍ଥାନର ତଳେ ଥିବା ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲରେ ମାମଲା ଦାୟର କରିଥିଲେ ଆବେଦନକାରୀ

ବରିଷ୍ଠତା ଓ ଓଡ଼ିଶା ଜିଲ୍ଲା ରାଜସ୍ବ ସେବା ନିୟମାବଳୀ, ୧୯୮୩ର ଉଲ୍ଲଂଘନ କରି ୨୦୧୯, ଜାନୁଆରି ୧୯ର ପଦୋନ୍ନତି ଆଦେଶ ପ୍ରଦାନ କରାଯାଇଥିବା ଅଭିଯୋଗ କରି ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲରେ ଆବେଦନକାରୀ ମାମଲା ଦାୟର କରିଥିଲେ। ମାମଲାର ଚୂଡାନ୍ତ ଫଳାଫଳ ଉପରେ ପଦୋନ୍ନତିର ଭବିଷ୍ୟତ ନିର୍ଭର କରିବ ବୋଲି ୨୦୧୯, ଜାନୁଆରି ୨୧ରେ ଟ୍ରିବୁନାଲ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଟ୍ରିବୁନାଲ ଉଚ୍ଛେଦ ପରେ ମାମଲା ଶୁଣାଣି ପାଇଁ ହାଇକୋର୍ଟକୁ ସ୍ଥାନାନ୍ତର ହୋଇ ଆସିଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: Chief Minister inspects: ଜଳସମ୍ପଦ ବିଭାଗ ପରିଦର୍ଶନ କରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ‘୧୫ ଲକ୍ଷ ହେକ୍ଟର୍‌ ଚାଷଜମିକୁ ପାଣି ମଡ଼ାଇ‌ବୁ’

Odisha High Court 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe