ଭୁବନେଶ୍ବର: ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ବିକାଶ ମେଳା-୨୦୨୫ ଦ୍ଵିତୀୟ ଦିବସରେ ବିଭିନ୍ନ ଷ୍ଟଲ୍ ଗୁଡିକୁ ଉଦ୍ଘାଟନ କରିଛନ୍ତି। ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ତଥା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକଳ୍ପ ତଥା ହସ୍ତତନ୍ତ, ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସଂପର୍କିତ ପ୍ରଦର୍ଶନୀ ଏବଂ ଓଡ଼ିଆ ଫୁଡ୍ କୋଟକୁ ବୁଲି ଦେଖିଛନ୍ତି।
ଉକ୍ତ ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି ପାରମ୍ପରିକ ଖାଦ୍ୟ ଯଥା ମିଲେଟ୍ ଆଧାରିତ ବ୍ୟଞ୍ଜନ ଠାରୁ ଆରମ୍ଭ କରି ପିଠାପଣା, ସ୍ନାକ୍ସ ଏବଂ ଅନ୍ୟାନ୍ୟ ପାରମ୍ପରିକ ସ୍ୱାଦିଷ୍ଟ ବ୍ୟଞ୍ଜନର ପରିବେଷଣ କରାଯାଇଥିଲା।
/sambad/media/media_files/2025/06/13/gtt-hxywqaelovv-812999.jpg)
ଏହି ଅବସରରେ ଗଞ୍ଜାମ ଜିଲ୍ଲାର ମାନ୍ୟବର ବିଧାୟକ ଗଣ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଗଣ, ସ୍ଥାନୀୟ ବୁଦ୍ଧିଜିବୀଙ୍କ ସମେତ ଦଳୀୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।
ganjam
Follow Us