୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡ଼ିଶା ଟ୍ରାଭେଲ ବଜାର

ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ଷଷ୍ଠ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

ମହିଳା କମିସନ୍ ସଦସ୍ୟାଙ୍କୁ ଦୁର୍ବବ୍ୟବହାର ମାମଲା : ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ଷଷ୍ଠ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। ଭୁବନେଶ୍ୱରର ମେ' ଫେୟାର କନଭେନସନ ଓ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଲାଗିବ ଏହି ବଜାର। ଏହା ଏକ ପ୍ରମୁଖ କ୍ରେତା ଓ ବିକ୍ରେତା ସମ୍ମିଳନୀ ହୋଇପାରିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 

ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ ଜାତୀୟ ଓ ଅନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେସନ ମ୍ୟାନେଜମେଣ୍ଟ କମ୍ପାନୀ ଓ ଓଡ଼ିଶାର ସେଲରମାନଙ୍କୁ ଓଡ଼ିଶାର ବିଭିନ୍ନ ୫ଟି ଟୁରିଜିମ ଅପରିଙ୍ଗଗୁଡିକୁ ଏକ୍ସପ୍ଲୋର କରିବା ପାଇଁ ଏକ ସୁଯୋଗ ସହ ସମସ୍ତେ ଏକତ୍ରିତ ହୋଇପାରିବେ। ଏହି ବଜାର ଓଡ଼ିଶାକୁ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ। ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର ଏବଂ ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ , ବେଲ୍ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ ରୁ ଅଧିକ ଟୁର ବିଦେଶର ଟୁର ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସେ ଆହୁରି କହିଛନ୍ତି, ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ ଜାତୀୟ ଓ ଅନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେସନ ମ୍ୟାନେଜମେଣ୍ଟ କମ୍ପାନୀ ଓ ଓଡ଼ିଶାର ସେଲରମାନଙ୍କୁ ଓଡ଼ିଶାର ବିଭିନ୍ନ ୫ଟି ଟୁରିଜିମ ଅପରିଙ୍ଗଗୁଡିକୁ ଏକ୍ସପ୍ଲୋର କରିବା ପାଇଁ ଏକ ସୁଯୋଗ ସହ ସମସ୍ତେ ଏକତ୍ରିତ ହୋଇପାରିବେ। ଏହି ବଜାର ଓଡ଼ିଶାକୁ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ। ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର ଏବଂ ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ , ବେଲ୍ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ ରୁ ଅଧିକ ଟୁର ବିଦେଶର ଟୁର ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe