ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୬ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ଛଅଟି ଜାଗାରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ଚଢ଼ାଉ କରୁଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ଛଅଟି ଜାଗାରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ଚଢ଼ାଉ କରୁଛି।

xc

ଜୟପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ଛଅଟି ଜାଗାରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ଚଢ଼ାଉ କରୁଛି। ତାଙ୍କର ଭଡ଼ା ଘର ସମେତ ଛଅଟି ସ୍ଥାନରେ ବି ଏହି ଚଢ଼ାଉ ଜାରି ରହିଥିବାର ସୂଚନା ରହିଛି। ବିଶ୍ୱନାଥ ପାତ୍ର ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ)ଭାବେ ଅବସ୍ଥାପିତ ଥିବା ବେଳେ‌ ତାଙ୍କୁ ଜୟପୁର ପୌରପାଳିକାର ନିର୍ବାହୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ଚଢ଼ାଉ ହେଉଥିବା ଜାଗାଗୁଡ଼ିକ ହେଲା ଜୟପୁରରେ ଅବସ୍ଥିତ ତାଙ୍କର ତିନି ମହଲା ବିଶିଷ୍ଟ କୋଠା, ଗଞ୍ଜାମ ବେଲଗୁଣ୍ଠାରେ ଥିବେତ ପୈତୃକ ଦୁଇ ମହଲା ବିଶିଷ୍ଟ କୋଠା, ଜୟପୁର ବ୍ଲକରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ ପ୍ରକୋଷ୍ଠ,ଜୟପୁର ପୌରପାଳିକାରେ ଶ୍ରୀ ପାତ୍ରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ,ଜଯ଼ପୁରର ଡି. ଆଇ. ଇ. ଟି. ରେ ତାଙ୍କ ପତ୍ନୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ ଭୁବନେଶ୍ୱରର ନୀଳାଦ୍ରି ବିହାର (ପଟିଆ)ରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର। ଏବେ ବି ଚଢ଼ାଉ ଜାରି ରହିଛି।


 ଜଣେ ଅତିରିକ୍ତ ଏସପି,  ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଏଏସଆଇ ଏବଂ ଅନ୍ଯ ସହାଯ଼କ କର୍ମଚାରୀଙ୍କ ନେତୃତ୍ୱରେ ଜୟପୁରର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଜୟପୁର, ଗଞ୍ଜାମ ଏବଂ ଭୁବନେଶ୍ୱରର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।

ml

ଚଢ଼ାଉ ହେଉଥିବା ଜାଗାଗୁଡ଼ିକ ହେଲା ଜୟପୁରରେ ଅବସ୍ଥିତ ତାଙ୍କର ତିନି ମହଲା ବିଶିଷ୍ଟ କୋଠା, ଗଞ୍ଜାମ ବେଲଗୁଣ୍ଠାରେ ଥିବେତ ପୈତୃକ ଦୁଇ ମହଲା ବିଶିଷ୍ଟ କୋଠା, ଜୟପୁର ବ୍ଲକରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ ପ୍ରକୋଷ୍ଠ,ଜୟପୁର ପୌରପାଳିକାରେ ଶ୍ରୀ ପାତ୍ରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ,ଜଯ଼ପୁରର ଡି. ଆଇ. ଇ. ଟି. ରେ ତାଙ୍କ ପତ୍ନୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ ଭୁବନେଶ୍ୱରର ନୀଳାଦ୍ରି ବିହାର (ପଟିଆ)ରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର। ଏବେ ବି ଚଢ଼ାଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe